ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ, ଫେରିଲେ ସ୍ମିଥ୍ ଓ ୱାର୍ଣ୍ଣର୍

ସିଡନୀ: ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଆଇସିସି ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି। ୧୫ଜଣିଆ ଟିମରେ ଦୁଇ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ନ ଓ ଡେଭିଡ୍ ୱାର୍ଣ୍ଣରଙ୍କୁ ସାମିଲ୍ କରାଯାଇଛି। ତେବେ ଯୁବ ବ୍ୟାଟ୍ସମ୍ୟାନ୍ ପିଟର ହ୍ୟାଣ୍ଡସ୍କମ୍ବ ଓ ପେସ୍ ବୋଲର ଜୋଶ୍ ହେଜଲଉଡଙ୍କ ଟିମରେ ସ୍ଥାନ ମିଳିନାହିଁ। ବାମହାତୀ ବ୍ୟାଟ୍ସମ୍ୟାନ୍ ଉସମାନ୍ ଖ୍ୱାଜା ଓ ଶନ୍ ମାର୍ଶଙ୍କୁ ବିଶ୍ୱକପ ଦଳରେ ସାମିଲ କରାଯାଇଛି। ଓପ୍ନର ଆରୋନ୍ ଫିଞ୍ଚ୍ ଟିମର ନେତୃତ୍ୱ ନେବେ। ଦଳର ୱିକେଟକିପର ଭାବେ […]

aus

Ranjit Kumar Jena
  • Published: Monday, 15 April 2019
  • , Updated: 15 April 2019, 04:11 PM IST

ସିଡନୀ: ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଆଇସିସି ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି। ୧୫ଜଣିଆ ଟିମରେ ଦୁଇ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ନ ଓ ଡେଭିଡ୍ ୱାର୍ଣ୍ଣରଙ୍କୁ ସାମିଲ୍ କରାଯାଇଛି। ତେବେ ଯୁବ ବ୍ୟାଟ୍ସମ୍ୟାନ୍ ପିଟର ହ୍ୟାଣ୍ଡସ୍କମ୍ବ ଓ ପେସ୍ ବୋଲର ଜୋଶ୍ ହେଜଲଉଡଙ୍କ ଟିମରେ ସ୍ଥାନ ମିଳିନାହିଁ।

ବାମହାତୀ ବ୍ୟାଟ୍ସମ୍ୟାନ୍ ଉସମାନ୍ ଖ୍ୱାଜା ଓ ଶନ୍ ମାର୍ଶଙ୍କୁ ବିଶ୍ୱକପ ଦଳରେ ସାମିଲ କରାଯାଇଛି। ଓପ୍ନର ଆରୋନ୍ ଫିଞ୍ଚ୍ ଟିମର ନେତୃତ୍ୱ ନେବେ। ଦଳର ୱିକେଟକିପର ଭାବେ ଆଲେକ୍ସ କ୍ୟାରୀଙ୍କୁ ସାମିଲ କରାଯାଇଛି। ସ୍ପିନର୍ ଭୂମିକା ତୁଲାଇବେ ନେଥନ ଲିଅନ୍ ଓ ଆଡାମ ଜାମ୍ପା। ତେବେ ଦଳରେ ପାଞ୍ଚଜଣ ପେସ୍ ବୋଲରଙ୍କୁ ସାମିଲ୍ କରାଯାଇଛି। ଏଥିରେ ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ନେଥନ କୁଲ୍ଟର-ନାଇଲ୍, ଝାଇ ରିଚାର୍ଡସନ୍ ଓ ଜେସନ୍ ବେହରେନଡର୍ଫ ଅଛନ୍ତି।

ଟିମ୍ ଚୟନକର୍ତ୍ତା ଟ୍ରେଭର ହନ୍ସ କହିଛନ୍ତି, ସମ୍ପ୍ରତି ହେଜଲଉଡଙ୍କୁ ଦଳରୁ ବାଦ୍ ଦିଆଯାଇଛି, କିନ୍ତୁ ସେ ଆଶେସ୍ ସିରିଜ୍ ପାଇଁ ଉବଲବ୍ଧ ରହିବେ। ୱାର୍ଣ୍ଣର ଓ ସ୍ମିଥ୍ ଟିମର ସବୁଠାରୁ ଅଭିଜ୍ଞ ଖେଳାଳି। ଇତିମଧ୍ୟରେ ଦୁହିଁଙ୍କ ଦଣ୍ଡାଦେଶ ଶେଷ ହୋଇଛି। ବର୍ତ୍ତମାନ ଦୁହେଁ ଆଇପିଏଲରେ ଖେଳୁଛନ୍ତି ଏବଂ ଭଲ ଟଚରେ ମଧ୍ୟ ଅଛନ୍ତି। ଏହି କାରଣରୁ ଟିମରେ ସ୍ଥାନ ପାଇବା ପାଇଁ ସେମାନେ ଯୋଗ୍ୟ ବୋଲି ଟ୍ରେଭର୍ କହିଛନ୍ତି।

ବଲ୍ ଟ୍ୟାମ୍ପରିଂ ମାମଲାରେ ବର୍ଷକ ପାଇଁ ବ୍ୟାନ୍ ହୋଇଥିବା ସ୍ମିଥ୍ ଓ ୱାର୍ଣ୍ଣରଙ୍କ ଉପରେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଭରସା ଦେଖାଇଛି। ଦୁହେଁ ବିଶ୍ୱକପ ଖେଳି ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ। ବର୍ତ୍ତମାନ ଦୁଇ ଅଷ୍ଟ୍ରେଲୀୟ ତାରକା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଖେଳୁଛନ୍ତି ।

ଲିଗରେ ୱାର୍ଣ୍ଣର ଟପ୍ ସ୍କୋରର ଅଛନ୍ତି । ସେ ୭ଟି ଇନିଂସରେ ୪୦୦ ରନ୍ କରିଛନ୍ତି । ଅନ୍ୟପକ୍ଷରେ ସ୍ମିଥ ଏପର୍ଯ୍ୟନ୍ତ ଆଇପିଏଲରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି । ସେ ୬ ମ୍ୟାଚରେ ମାତ୍ର ୧୮୬ ରନ୍ କରିଛନ୍ତି। ଦୁହିଁଙ୍କ ଅଭିଜ୍ଞତା ବଳରେ ଅଷ୍ଟ୍ରେଲିଆ ଟିମ୍ ତା'ର ୱାର୍ଲ୍ଡ କପ୍ ଡିଫେଣ୍ଡ୍ କରିବାକୁ ପ୍ରୟାସ କରିବ।

ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚରେ କେପଟାଉନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍ ବେଳେ ବଲ ଟ୍ୟାମ୍ପରିଂ କରିବା ଅଭିଯୋଗରେ ୱାର୍ଣ୍ଣର ଓ ସ୍ମିଥଙ୍କୁ ସିଏ ବର୍ଷକ ପାଇଁ କ୍ରିକେଟରୁ ବ୍ୟାନ୍ କରିଥିଲା। ଏହାଛଡ଼ା ବଲ ଟ୍ୟାମ୍ପରିଂରେ ସମ୍ପୃକ୍ତ ଥିବା ତୃତୀୟ ଖେଳାଳି ଯଥା କାମେରନ୍ ବ୍ୟାନକ୍ରଫ୍ଟଙ୍କୁ ୯ମାସ ବାସନ୍ଦ କରାଯାଇଥିଲା। ବିଶ୍ୱକପରେ ଅଷ୍ଟ୍ରେଲିଆ ତା'ର ପ୍ରଥମ ମ୍ୟାଚ୍ ଜୁନ୍ ୧ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ।

ଅଷ୍ଟ୍ରେଲିଆ ଦଳ: ଆରୋନ୍ ଫିଞ୍ଚ (ଅଧିନାୟକ), ଉସମାନ୍ ଖ୍ୱାଜା, ଡେଭିଡ୍ ୱାର୍ଣ୍ଣର, ଷ୍ଟିଭେନ୍ ସ୍ମିଥ୍, ଶନ୍ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ୍ ଷ୍ଟୋଇନିସ୍, ଆଲେକ୍ସ କ୍ୟାରୀ, ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଝାଇ ରିଚାର୍ଡସନ୍, ନେଥନ୍ କୁଲ୍ଟର-ନାଇଲ୍, ଜେସନ୍ ବେହରେନଡର୍ଫ, ନେଥନ ଲିଅନ୍, ଆଡାମ ଜାମ୍ପା ।

Related story