ଆଇସିସି ମହିଳା ଦିନିକିଆ ଓ ଟି-୨୦ ଦଳରେ ମନ୍ଧାନା

ଦୁବାଇ: ଭାରତୀୟ ମହିଳା କ୍ରିକେଟ୍ ଟିମର ଓପ୍ନର ସ୍ମୃତି ମନ୍ଧାନାଙ୍କୁ ଅର୍ନ୍ତାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଦିନିକିଆ ଓ ଟି-୨୦ ଦଳରେ ସ୍ଥାନ ମିଳିଛି। ମନ୍ଧାନାଙ୍କ ସହ ଦିନିକିଆ ଟିମରେ ଝୁଲନ୍ ଗୋସ୍ୱାମୀ, ପୁନମ ଯାଦବ ଓ ଶିଖା ପାଣ୍ଡେ ରହିଛନ୍ତି ଏବଂ ଟି-୨୦ ଦଳରେ ଅଲରାଉଣ୍ଡର ଦୀପ୍ତି ଶର୍ମା ଓ ବାମହାତୀ ସ୍ପିନର ରାଧା ଯାଦବ ସ୍ଥାନ ପାଇଛନ୍ତି। ୨୩ ବର୍ଷୀୟା ମନ୍ଧାନା ଭାରତ ପକ୍ଷରୁ ୫୧ ଦିନିକିଆ ଓ ୬୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି। […]

mandhana

mandhana

Ranjit Kumar Jena
  • Published: Tuesday, 17 December 2019
  • Updated: 17 December 2019, 04:38 PM IST

ଦୁବାଇ: ଭାରତୀୟ ମହିଳା କ୍ରିକେଟ୍ ଟିମର ଓପ୍ନର ସ୍ମୃତି ମନ୍ଧାନାଙ୍କୁ ଅର୍ନ୍ତାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଦିନିକିଆ ଓ ଟି-୨୦ ଦଳରେ ସ୍ଥାନ ମିଳିଛି। ମନ୍ଧାନାଙ୍କ ସହ ଦିନିକିଆ ଟିମରେ ଝୁଲନ୍ ଗୋସ୍ୱାମୀ, ପୁନମ ଯାଦବ ଓ ଶିଖା ପାଣ୍ଡେ ରହିଛନ୍ତି ଏବଂ ଟି-୨୦ ଦଳରେ ଅଲରାଉଣ୍ଡର ଦୀପ୍ତି ଶର୍ମା ଓ ବାମହାତୀ ସ୍ପିନର ରାଧା ଯାଦବ ସ୍ଥାନ ପାଇଛନ୍ତି। ୨୩ ବର୍ଷୀୟା ମନ୍ଧାନା ଭାରତ ପକ୍ଷରୁ ୫୧ ଦିନିକିଆ ଓ ୬୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହାବ୍ୟତୀତ ସେ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ମନ୍ଧାନା ଟି-୨୦ ଏବଂ ଦିନିକିଆରେ ମୋଟ ୩୪୭୬ ରନ୍ କରିଛନ୍ତି।

ଏଥର ଆଇସିସି ପୁରସ୍କାର ତାଲିକାରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ଶ୍ରୀଲଙ୍କା ବିପକ୍ଷରେ ୧୪୮ ରନର ଇନିଂସ୍ ଖେଳିଥିବା ଅଷ୍ଟ୍ରେଲିଆର ଆଲିସା ହିଲି ବର୍ଷର ଶ୍ରେଷ୍ଠ ଟି-୨୦ କ୍ରିକେଟର୍ ବିବେଚିତ ହୋଇଛନ୍ତି। ସେହିପରି ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟରର ସମ୍ମାନ ଅଷ୍ଟ୍ରେଲିଆର ଏଲିସ୍ ପେରୀଙ୍କୁ ମିଳିଛି। ପେରୀ ୭୩.୫୦ ହାରରେ ୪୪୧ ରନ୍ କରିଛନ୍ତି ଏବଂ ୧୩.୫୨ ହାରରେ ୨୧ ୱିକେଟ୍ ନେଇଛନ୍ତି।

ଅଷ୍ଟ୍ରେଲିଆର ମେଗ୍ ଲାନିଙ୍ଗଙ୍କୁ ଉଭୟ ଦିନିକିଆ ଓ ଟି-୨୦ ଦଳର କ୍ୟାପଟେନ୍ କରାଯାଇଛି। ସବୁ ଫର୍ମାଟରେ କ୍ରିକେଟର୍ ଅଫ୍ ଦି ଇୟରର ପୁରସ୍କାର ହାସଲ କରିଥିବା ପେରୀଙ୍କୁ ରାଚେଲ୍ ହେହୋଇ-ଫ୍ଲିଣ୍ଟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ୨୯ ବର୍ଷୀୟ ପେରୀ ଚଳିତ ବର୍ଷ ତିନୋଟି ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ମହିଳା ଆଶେସ୍ ଟେଷ୍ଟରେ ଶତକ ସମେତ ମୋଟ ତିନୋଟି ଶତକ ମାରିଥିଲେ। ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୧ହଜାର ରନ୍ ଏବଂ ୧୦୦ ୱିକେଟ୍ ପୂରଣ କରିବାରେ ପ୍ରଥମ ଖେଳାଳି ମଧ୍ୟ ହୋଇଛନ୍ତି। ଥାଇଲ୍ୟାଣ୍ଡର ଚାଇନ୍ଦା ସୁଥିରୁଆଙ୍ଗ ଏମର୍ଜିଂ କ୍ରିକେଟର୍ ଅଫ୍ ଦି ଇୟର୍ ବିବେଚିତ ହୋଇଛନ୍ତି। ୨୬ ବର୍ଷୀୟ ଏହି ପେସ୍ ବୋଲର ଚଳିତ ବର୍ଷ ଆଇସିସି ଟି-୨୦ ବିଶ୍ୱକପ୍ କ୍ୱାଲିଫାୟରରେ ୧୨ଟି ୱିକେଟ୍ ନେଇଥିଲେ।

ଆଇସିସି ମହିଳା ଦିନିକିଆ ଟିମ୍‌: ଆଲିସା ହିଲି (ୱିକେଟକିପର୍‌, ଅଷ୍ଟ୍ରେଲିଆ), ସ୍ମୃତି ମନ୍ଧାନା (ଭାରତ), ତାମସିନ୍ ବ୍ୟୁମଣ୍ଟ୍ (ଇଂଲଣ୍ଡ), ମେଗ୍ ଲାନିଙ୍ଗ୍ (କ୍ୟାପଟେନ୍‌, ଅଷ୍ଟ୍ରେଲିଆ), ଷ୍ଟାଫାନୀ ଟେଲର୍ (ୱେଷ୍ଟଇଣ୍ଡିଜ୍‌), ଏଲିସ୍ ପେରୀ (ଅଷ୍ଟ୍ରେଲିଆ), ଜେସ୍ ଜନସନ୍ (ଅଷ୍ଟ୍ରେଲିଆ), ଶିଖା ପାଣ୍ଡେ (ଭାରତ), ଝୁଲନ୍ ଗୋସ୍ୱାମୀ (ଭାରତ), ମେଗାନ୍ ସ୍କଟ୍‌, ପୁନମ ଯାଦବ (ଭାରତ)।

ଆଇସିସି ମହିଳା ଟି-୨୦ ଟିମ୍‌: ଆଲିସ୍ ହିଲି (ୱିକେଟକିପର, ଅଷ୍ଟ୍ରେଲିଆ), ଡାନିଏଲ୍ ୟାଟ୍ (ଇଂଲଣ୍ଡ), ମେଗ୍ ଲାନିଙ୍ଗ୍ (କ୍ୟାପଟେନ୍‌, ଅଷ୍ଟ୍ରେଲିଆ), ସ୍ମୃତି ମନ୍ଧାନା (ଭାରତ), ଲିଜେଲ୍ ଲି (ଦକ୍ଷିଣ ଆଫ୍ରିକା), ଏଲିସ୍ ପେରୀ (ଅଷ୍ଟ୍ରେଲିଆ), ଦୀପ୍ତି ଶର୍ମା (ଭାରତ), ନିଦା ଦାର୍ (ପାକିସ୍ତାନ), ମେଗାନ୍ ସ୍କଟ୍ (ଅଷ୍ଟ୍ରେଲିଆ), ଶବନିମ୍ ଇସମାଇଲ୍ (ଦକ୍ଷିଣ ଆଫ୍ରିକା), ରାଧା ଯାଦବ (ଭାରତ)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos