ଆଇସିସି ମହିଳା ଟି-୨୦ ରାଙ୍କିଙ୍ଗରେ ମନ୍ଧାନାଙ୍କୁ ଫାଇଦା

ଦୁବାଇ: ଭାରତୀୟ ମହିଳା କ୍ରିକେଟ୍ ଟିମର ଷ୍ଟାର୍ ଓପ୍ନର ସ୍ମୃତି ମନ୍ଧାନାଙ୍କୁ ଆଇସିସି ଟି-୨୦ ରାଙ୍କିଙ୍ଗରେ ବିପୁଳ ଫାଇଦା ହୋଇଛି। ଶୁକ୍ରବାର ଆଇସିସି ପକ୍ଷରୁ ଜାରି ନୂଆ ରାଙ୍କିଙ୍ଗ୍ ତାଲିକାରେ ମନ୍ଧାନା ତିନୋଟି ସ୍ଥାନ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ନିକଟରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଟପ୍ ସ୍କୋରର ଭାବେ ମନ୍ଧାନା ୨୧୬ ରନ୍ କରିଥିଲେ। ସେ ସିରିଜରେ ୨ଟି ଅର୍ଦ୍ଧଶତକ ସହ ୧୩୬.୭୦ ଷ୍ଟ୍ରାଇକରେଟରେ ରନ୍ କରିଥିଲେ। ଭାରତୀୟ ମହିଳା ଟିମ୍ କ୍ୟାପଟେନ୍ ହରମନପ୍ରୀତ […]

mandhga

Ranjit Kumar Jena
  • Published: Friday, 14 February 2020
  • , Updated: 14 February 2020, 06:53 PM IST

ଦୁବାଇ: ଭାରତୀୟ ମହିଳା କ୍ରିକେଟ୍ ଟିମର ଷ୍ଟାର୍ ଓପ୍ନର ସ୍ମୃତି ମନ୍ଧାନାଙ୍କୁ ଆଇସିସି ଟି-୨୦ ରାଙ୍କିଙ୍ଗରେ ବିପୁଳ ଫାଇଦା ହୋଇଛି। ଶୁକ୍ରବାର ଆଇସିସି ପକ୍ଷରୁ ଜାରି ନୂଆ ରାଙ୍କିଙ୍ଗ୍ ତାଲିକାରେ ମନ୍ଧାନା ତିନୋଟି ସ୍ଥାନ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ନିକଟରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଟପ୍ ସ୍କୋରର ଭାବେ ମନ୍ଧାନା ୨୧୬ ରନ୍ କରିଥିଲେ। ସେ ସିରିଜରେ ୨ଟି ଅର୍ଦ୍ଧଶତକ ସହ ୧୩୬.୭୦ ଷ୍ଟ୍ରାଇକରେଟରେ ରନ୍ କରିଥିଲେ।

ଭାରତୀୟ ମହିଳା ଟିମ୍ କ୍ୟାପଟେନ୍ ହରମନପ୍ରୀତ କୌର୍ ନବମ ସ୍ଥାନରେ ସ୍ଥିର ରହିଛନ୍ତି। ବୋଲରଙ୍କ ମଧ୍ୟରେ ପୁନମ ଯାଦବ ଟପ୍‌-୧୦ରୁ ବାଦ୍ ପଡ଼ିଛନ୍ତି। ସେ ୬ଟି ସ୍ଥାନ ତଳକୁ ଖସି ଦ୍ୱାଦଶ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଟିମ୍ କ୍ୟାପଟେନ୍ ସୋଫି ଡିଭାଇନ୍ ଚତୁର୍ଥରୁ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି।

ଅଷ୍ଟ୍ରେଲୀୟ ଓପ୍ନର ବେଥ୍ ମୁନୀ ତୃତୀୟ ସ୍ଥାନକୁ ଉଠିଥିବା ବେଳେ କ୍ୟାପଟେନ୍ ମେଗ୍ ଲାନିଙ୍ଗ୍ ପଞ୍ଚମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଷ୍ଟାର୍ ଅଲରାଉଣ୍ଡର ଏଲିସ୍ ପେରୀ ବୋଲରଙ୍କ ତାଲିକାରେ ଚାରୋଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ଭାରତର ଅନୁଜା ପାଟିଲ୍ ୧୧ଟି ସ୍ଥାନ ଖସି ୩୧ତମ ସ୍ଥାନରେ ପହଞ୍ଚିଥିବା ବେଳେ ଡେଲିସା କିମିନ୍ସ ୩୩ତମ ସ୍ଥାନକୁ ଖସି ଆସିଛନ୍ତି।

Related story