ହଂକଂ ଓପନର ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ପାଇଲେ ସୌରଭ

ହଂକଂ: ଭାରତର ଷ୍ଟାର ଶଟଲର ସୌରଭ ବର୍ମା ଏବେ ହଂକଂ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବା ପୂର୍ବରୁ ସୌରଭଙ୍କୁ ଯୋଗ୍ୟତା ରାଉଣ୍ଡର ମ୍ୟାଚ୍‌ ଖେଳିବାକୁ ପଡ଼ିଥିଲା। ସେ ଯୋଗ୍ୟତା ରାଉଣ୍ଡର ଦୁଇଟି ଯାକ ମ୍ୟାଚ୍‌ ଜିତି ମୁଖ୍ୟ ଡ୍ର ଇଭେଣ୍ଟକୁ ଯୋଗ୍ୟତା ହାସଲ କରିଛନ୍ତି। ସୌରଭ ଯୋଗ୍ୟତା ରାଉଣ୍ଡରେ ପ୍ରଥମେ ଥାଇଲ୍ୟାଣ୍ଡର ଟାନୋଗସାକଙ୍କୁ ୨୧-୧୫ ଓ ୨୧-୧୯ ସେଟ୍‌ରେ ପରାସ୍ତ କରିଥିଲେ। ଏହାପରେ […]

svc

Hemant Lenka
  • Published: Tuesday, 12 November 2019
  • , Updated: 12 November 2019, 05:04 PM IST

ହଂକଂ: ଭାରତର ଷ୍ଟାର ଶଟଲର ସୌରଭ ବର୍ମା ଏବେ ହଂକଂ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବା ପୂର୍ବରୁ ସୌରଭଙ୍କୁ ଯୋଗ୍ୟତା ରାଉଣ୍ଡର ମ୍ୟାଚ୍‌ ଖେଳିବାକୁ ପଡ଼ିଥିଲା। ସେ ଯୋଗ୍ୟତା ରାଉଣ୍ଡର ଦୁଇଟି ଯାକ ମ୍ୟାଚ୍‌ ଜିତି ମୁଖ୍ୟ ଡ୍ର ଇଭେଣ୍ଟକୁ ଯୋଗ୍ୟତା ହାସଲ କରିଛନ୍ତି।

ସୌରଭ ଯୋଗ୍ୟତା ରାଉଣ୍ଡରେ ପ୍ରଥମେ ଥାଇଲ୍ୟାଣ୍ଡର ଟାନୋଗସାକଙ୍କୁ ୨୧-୧୫ ଓ ୨୧-୧୯ ସେଟ୍‌ରେ ପରାସ୍ତ କରିଥିଲେ। ଏହାପରେ ତାଙ୍କର ମୁକାବିଲା ଫ୍ରାନ୍ସର ଲୁକାସ କ୍ଲାରେବାଉଟଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ମଧ୍ୟ ସୌରଭ ୨୧-୧୯ ଓ ୨୧-୧୯ ସେଟରେ ଜିତି ନେଇଥିଲେ।

ପ୍ରଥମ ମ୍ୟାଚ୍‌ଟି ୪୫ ମିନିଟ୍‌ ଧରି ଚାଲିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ୪୭ ମିନିଟ୍‌ ଧରି ଚାଲିଥିଲା। ଏବେ ପୁରୁଷ ଏକକ ବର୍ଗରେ ଭାରତର କାଦମ୍ବୀ ଶ୍ରୀକାନ୍ତ, ସାଇ ପ୍ରଣୀତ, ପାରୁପଲ୍ଲୀ କଶ୍ୟପ, ସମୀର ବର୍ମା ଓ ଏଚଏସ୍‌ ପ୍ରଣୟଙ୍କ ସହ ସୌରଭ ସାମିଲ ହୋଇଯାଇଛନ୍ତି।

Related story