ଶେଷ ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ, ସିରିଜ୍ ବରାବର

ବେଙ୍ଗାଲୁରୁ: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ କ୍ୟାପଟେନ୍ କ୍ୱିଣ୍ଟନ୍ ଡି’କକଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା। ରବିବାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତ ନୈରାଶ୍ୟଜନକ […]

d-cock

d-cock

Ranjit Kumar Jena
  • Published: Sunday, 22 September 2019
  • Updated: 22 September 2019, 10:07 PM IST

Sports

Latest News

ବେଙ୍ଗାଲୁରୁ: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ କ୍ୟାପଟେନ୍ କ୍ୱିଣ୍ଟନ୍ ଡି'କକଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା।

ରବିବାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ମାତ୍ର ୧ ୱିକେଟ୍ ହରାଇ ୧୪୦ ରନ୍ କରି ବିଜୟୀ ହୋଇଛି। ଭ୍ରମଣକାରୀ ଦଳ ପକ୍ଷରୁ ଡି'କକ୍ ସର୍ବାଧିକ ଅପରାଜିତ ୭୯ ରନ୍ କରିଛନ୍ତି।

୧୩୫ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପ୍ନର ଡି'କକ୍ ଓ ରୀଜା ହେଣ୍ଡ୍ରିକ୍ସ ସତର୍କତାର ସହ ଖେଳିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୭୬ ରନର ଭାଗୀଦାରୀ କରି ଦଳ ପାଇଁ ବିଜୟ ମୂଳଦୁଆ ପକାଇଥିଲେ। ହେଣ୍ଡ୍ରିକ୍ସ ୨୬ ବଲରେ ୪ ଚୌକା ସହ ୨୮ ରନ୍ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଆଉଟ୍ ହୋଇଥିଲେ।

ଏହା ପରେ ଡି'କକ ଓ ତେମ୍ବା ବାଭୁମା ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ଅପରାଜିତ ୬୪ ରନ୍ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇଥିଲେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକମାତ୍ର ୱିକେଟ୍ ନେଇଥିଲେ। ଡି'କକ୍ ୫୨ ବଲରେ ୬ ଚୌକା ଓ ୫ ଛକା ସହ ୭୯ ଓ ବାଭୁମା ୨୩ ବଲରେ ୨ ଚୌକା ଓ ୧ ଛକା ସହ ୨୭ ରନ୍ କରି ଅପରାଜିତ ରହିଥିଲେ।

ପୂର୍ବରୁ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଓପ୍ନର ଧୱନ୍ ଓ ରୋହିତ୍ ଶର୍ମା ଭଲ ଆରମ୍ଭ ଦେଇଥିଲେ। ରୋହିତ୍ ପୂର୍ବ ମ୍ୟାଚ୍ ଭଳି ପୁଣି ନିରାଶ କରିଥିଲେ। ସେ ମାତ୍ର ୯ ରନ୍ କରି ବ୍ୟୁରାନ୍ ହେଣ୍ଡ୍ରିକ୍ସଙ୍କ ଶିକାର ହୋଇଥିଲେ। ଏହା ପରେ ଧୱନ୍ ଓ କୋହଲି ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୫୦ ଅତିକ୍ରମ କରାଇଥିଲେ। ଦୁହେଁ ଦ୍ୱିତୀୟ ୱୀକେଟ୍ ପାଇଁ ୩୮ ରନ୍ ଯୋଡ଼ିଥିବା ବେଳେ ଧୱନଙ୍କୁ ତାବରେଜ୍ ଶାମସି ଆଉଟ୍ କରିଥିଲେ।

ଧୱନ୍ ୨୫ ବଲରେ ୪ ଚୌକା ଓ ୨ ଛକା ସହ ୩୬ ରନ୍ କରିଥିଲେ। ମୋହାଲିରେ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା କୋହଲି (୯) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତାଙ୍କୁ କାଗିସୋ ରବାଡା ପ୍ୟାଭିଲିୟନ୍ ପଠାଇ ଭ୍ରମଣକାରୀ ଦଳକୁ ବଡ଼ ସଫଳତା ଦେଇଥିଲେ। ରିଷଭ ପନ୍ତ (୧୯) ପୁଣିଥରେ ସୁଯୋଗ ଫାଇଦା ଉଠାଇପାରି ନଥିବା ବେଳେ ଶ୍ରେୟସ୍ ଆୟର୍ (୫) ମଧ୍ୟ ନିରାଶ କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନଙ୍କୁ ଜର୍ନ ଫର୍ଚ୍ୟୁନ୍ ନିଜର ଶିକାର ବନାଇଥିଲେ।

କୃନାଲ୍ ପାଣ୍ଡ୍ୟା (୪)ଙ୍କୁ ହେଣ୍ଡ୍ରିକ୍ସ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଷଷ୍ଠ ସଫଳତା ଦେଇଥିଲେ। ଲଗାତାର ୱିକେଟ୍ ପତନ ଦ୍ୱାରା ଭାରତ ବିପଦରେ ପଡ଼ିଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟା ସପ୍ତମ ୱିକେଟ୍ ପାଇଁ ୨୯ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ଜାଡେଜା ୧୭ ବଲରେ ୧ ଚୌକା ଓ ୧ ଛକା ସହ ୧୯ ଓ ହାର୍ଦ୍ଦିକ ୧୪ ରନ୍ କରି ଆଉଟ୍ ହୋଇଥିଲେ। ୱାଶିଂଟନ୍ ସୁନ୍ଦର ୪ ରନ୍ କରି ରନଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଫର୍ଚ୍ୟୁନ୍ ଓ ହେଣ୍ଡ୍ରିକ୍ସ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story