ଦକ୍ଷିଣ ଆଫ୍ରିକାର ଆଉ ଜଣେ କିମ୍ବଦନ୍ତୀ କ୍ରିକେଟରଙ୍କ ସନ୍ନ୍ୟାସ

କେପ୍ ଟାଉନ୍: ଦୁଇ ଦିନ ପରେ ଦକ୍ଷିଣ ଆଫ୍ରିକାର ଆଉ ଜଣେ କିମ୍ବଦନ୍ତୀ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଅନ୍ୟତମ ସର୍ବକାଳୀନ ମହାନ୍ ବ୍ୟାଟ୍ସମ୍ୟାନ୍ ହାଶିମ୍ ଆମଲା। ଗୁରୁବାର ଆମଲା ତତ୍କାଳ ପ୍ରଭାବରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହା ପୂର୍ବରୁ ସୋମବାର ଦକ୍ଷିଣ ଆଫ୍ରିକାର ଏକ ନମ୍ବର ବୋଲର ଡେଲ୍ ଷ୍ଟେନ୍ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ତେବେ ସପ୍ତାହକ ମଧ୍ୟରେ ଦୁଇ ଷ୍ଟାର୍ […]

amla

amla

Ranjit Kumar Jena
  • Published: Thursday, 08 August 2019
  • Updated: 08 August 2019, 10:11 PM IST

Sports

Latest News

କେପ୍ ଟାଉନ୍: ଦୁଇ ଦିନ ପରେ ଦକ୍ଷିଣ ଆଫ୍ରିକାର ଆଉ ଜଣେ କିମ୍ବଦନ୍ତୀ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଅନ୍ୟତମ ସର୍ବକାଳୀନ ମହାନ୍ ବ୍ୟାଟ୍ସମ୍ୟାନ୍ ହାଶିମ୍ ଆମଲା। ଗୁରୁବାର ଆମଲା ତତ୍କାଳ ପ୍ରଭାବରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହା ପୂର୍ବରୁ ସୋମବାର ଦକ୍ଷିଣ ଆଫ୍ରିକାର ଏକ ନମ୍ବର ବୋଲର ଡେଲ୍ ଷ୍ଟେନ୍ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ତେବେ ସପ୍ତାହକ ମଧ୍ୟରେ ଦୁଇ ଷ୍ଟାର୍ ଖେଳାଳିଙ୍କ ସନ୍ନ୍ୟାସ ନେବା ଦକ୍ଷିଣ ଆଫ୍ରିକା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି।

ଅବସର ନେଇ ଆମଲା କହିଛନ୍ତି, "ପ୍ରଥମତଃ ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ। ଦକ୍ଷିଣ ଆଫ୍ରିକା ସହ ମୋର ଯାତ୍ରା କୌଣସି ବଡ଼ ସମ୍ମାନଠାରୁ କମ୍ ନଥିଲା। ଏହି ଅଦ୍ଭୁତ ଯାତ୍ରା ଭିତରେ ମୁଁ ବହୁତ କିଛି ଶିଖିବାକୁ ପାଇଛି। ଏହା ମଧ୍ୟରେ ମୁଁ ଅନେକ ବନ୍ଧୁ ମଧ୍ୟ କରିଛି। ସବୁଠାରୁ ବଡ଼ କଥା ହେଉଛି ମୁଁ ସମସ୍ତଙ୍କୁ ଭଲପାଇବା ବାଣ୍ଟଛି। ମୁଁ ମୋ ମାତାପିତାଙ୍କୁ ଧନ୍ୟବାଦ ଜଣାଉଛି ଯେ, ସେମାନେ ମୋତେ ପ୍ରତିଟି ମୁହୂର୍ତ୍ତରେ ସମର୍ଥନ କରିଛନ୍ତି। ସେମାନଙ୍କ ପାଇଁ ମୁଁ ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳିପାରିଛି। ଏହାଛଡ଼ା ମୁଁ ମୋ ସାଥୀ ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଉଛି। ଏହାଛଡ଼ା କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ସଭାପତିଙ୍କୁ ସ୍ୱତନ୍ତ୍ର ଧନ୍ୟବାଦ ଜଣାଇବାକୁ ଚାହୁଁଛି, ଯିଏ ମୋତେ ଖେଳିବାକୁ ସୁଯୋଗ ଦେଇଥିଲେ। ଶେଷରେ ମୁଁ ମୋ ପ୍ରଶଂସକଙ୍କୁ ସାଧୁବାଦ ଜଣାଉଛି, ଯେଉଁମାନଙ୍କ ଭଲପାଇବା ବିନା ମୁଁ ଆଜି ଏତେ ବାଟକୁ ଆସିପାରିନଥାନ୍ତି।"

ସୂଚନାଯୋଗ୍ୟ, ଆମଲା ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୨୪ ଟେଷ୍ଟ, ୧୮୧ ଦିନିକିଆ ଓ ୪୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୪୬.୬୪ ହାରରେ ୯୨୮୨ ରନ୍ କରିଛନ୍ତି, ଯେଉଁଥିରେ ୨୮ ଶତକ ଓ ୪୧ ଅର୍ଦ୍ଧଶତକ ସାମିଲ୍ ଅଛି। ସେହିପରି ଦିନିକିଆରେ ସେ ୨୭ ଶତକ ଓ ୩୯ ଅର୍ଦ୍ଧଶତକ ସହ ୪୯.୪୬ ହାରରେ ୮୧୧୩ ରନ୍ କରିଛନ୍ତି। ସେ ଟି-୨୦ରେ ୮ ଅର୍ଦ୍ଧଶତକ ସହ ୩୩.୬୦ ହାରରେ ୧୨୭୭ ରନ୍ କରିଛନ୍ତି।

ବିଶ୍ୱକପ୍ ବେଳେ ଆମଲା ବିଶ୍ୱର ଦ୍ୱିତୀୟ ଦ୍ରୁତ ୮ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଏହି ମାମଲାରେ ସେ ବିରାଟ୍ କୋହଲିଙ୍କଠାରୁ ଗୋଟିଏ ମ୍ୟାଚ୍ ପଛରେ ପଡ଼ିଥିଲେ। ବିରାଟ୍ ୧୭୫ ଇନିଂସ୍ ଏବଂ ଆମଲା ୧୭୬ ଇନିଂସରେ ଏହି କାରନାମା କରିଛନ୍ତି। ଏହାଛଡ଼ା ତାଙ୍କ ନାମରେ ଦ୍ରୁତ ୨ହଜାର, ୩ହଜାର, ୪ହଜାର, ୫ହଜାର, ୬ହଜାର ଓ ୭ହଜାର ରନ୍ କରିବାର ରେକର୍ଡ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos