କେପଟାଉନ୍ରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୭୨ ରନ୍ରେ ପରାସ୍ତ ହୋଇଛି। ୨୦୮ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତୀୟ ଟିମ୍ ମାତ୍ର ୧୩୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଦଳ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ୩୭ ରନ୍ କରିଥିବା ବେଳେ ଧୱନ ୧୬ ଏବଂ କୋହଲି ୨୮ ରନ୍ କରିଥିଲେ। ଅନ୍ୟ କୌଣସି ଖେଳାଳି ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଭି. ଫିଲ୍ୟାଣ୍ଡର ୬ଟି ୱିକେଟ୍ ନେଇଥିବା ବେଳେ ମୋର୍କେଲ ଏବଂ ରାବଡ଼ା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ଦକ୍ଷିଣ ଆଫ୍ରିକା ଦୁଇଟି ପାରିରେ ଯଥାକ୍ରମେ ୨୮୬ ଏବଂ ୧୩୦ ରନ୍ କରିଥିଲା। ଭାରତ ପ୍ରଥମ ପାରିରେ ୨୦୯ ରନ୍ କରି ଅଲ୍ଆଉଟ୍ ହୋଇଯାଥିଲା।
ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିଟିକିଆ ଟେଷ୍ଟ ସିରିଜିରେ ୧-୦ରେ ଅଗ୍ରଣୀ ହାସଲ କରିଛି।