ଟେଷ୍ଟରେ ରୋହିତ୍ ଓ ରାହାଣେଙ୍କ ପାଇଁ ସୁଯୋଗ

ମୁମ୍ବାଇ: ଅକ୍ଟୋବର ୨ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁଥିବା ଟେଷ୍ଟ ସିରିଜରେ ମୁମ୍ବାଇର ଦୁଇ ସଫଳ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଆଜିଙ୍କ୍ୟ ରାହାଣେଙ୍କ ଉପରେ ଖାସ୍ ନଜର ରହିବ। ଉଭୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଲଗା ଅଲଗା ଚାପ ରହିଛି। ଗୋଟିଏ ପଟେ ରୋହିତ୍ ଏହି ସିରିଜ୍ ଜରିଆରେ ଟେଷ୍ଟ ଟିମରେ ନିଜ ସ୍ଥାନକୁ ପକ୍କା କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟପକ୍ଷରେ ରାହାଣେ ଏହି ସିରିଜରେ ଭଲ ପ୍ରଦର୍ଶନ କରି ସୀମିତ ଓଭର […]

rohit-rahane

rohit-rahane

Ranjit Kumar Jena
  • Published: Friday, 27 September 2019
  • Updated: 27 September 2019, 06:38 PM IST

Sports

Latest News

ମୁମ୍ବାଇ: ଅକ୍ଟୋବର ୨ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁଥିବା ଟେଷ୍ଟ ସିରିଜରେ ମୁମ୍ବାଇର ଦୁଇ ସଫଳ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଆଜିଙ୍କ୍ୟ ରାହାଣେଙ୍କ ଉପରେ ଖାସ୍ ନଜର ରହିବ। ଉଭୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଲଗା ଅଲଗା ଚାପ ରହିଛି। ଗୋଟିଏ ପଟେ ରୋହିତ୍ ଏହି ସିରିଜ୍ ଜରିଆରେ ଟେଷ୍ଟ ଟିମରେ ନିଜ ସ୍ଥାନକୁ ପକ୍କା କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟପକ୍ଷରେ ରାହାଣେ ଏହି ସିରିଜରେ ଭଲ ପ୍ରଦର୍ଶନ କରି ସୀମିତ ଓଭର ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବେ।

ଟି-୨୦ ଓ ଦିନିକିଆ କ୍ରିକେଟରେ ରୋହିତ୍ ଜଣେ ବଡ଼ ଖେଳାଳି। ସୀମିତ ଓଭର କ୍ରିକେଟରେ ସେ ବିରାଟ୍ କୋହଲିଙ୍କର ଡେପୁଟି ମଧ୍ୟ ଅଛନ୍ତି। ତେବେ ଟେଷ୍ଟ ଟିମରେ ସ୍ଥାନ ହାସଲ କରିବା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି। ସେ ଏପର୍ଯ୍ୟନ୍ତ ନାଲି ବଲ୍ ଫର୍ମାଟରେ ଭାରତୀୟ ଟିମର ନିୟମିତ ସଦସ୍ୟ ହୋଇପାରି ନାହାନ୍ତି। ସେ ୨୦୧୩ରେ ପଦାର୍ପଣ କରିଥିବା ରୋହିତ ଏପର୍ଯ୍ୟନ୍ତ ୨୭ ଟେଷ୍ଟରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

ଏହା ମଧ୍ୟରେ ରାହାଣେଙ୍କୁ ବିଶ୍ୱକପ୍ ଟିମରୁ ବାହାରେ ରଖାଯାଇଥିଲା। ଏପରିକି ଇଂଲଣ୍ଡରେ ଯେତେବେଳେ ଖେଳାଳିମାନେ ଆହତ ହେଉଥିଲେ, ସେତେବେଳେ ମଧ୍ୟ ତାଙ୍କ ନାମ ଉପରେ ବିଚାର ହୋଇନଥିଲା। ବରଂ ମୟଙ୍କ ଅଗ୍ରୱାଲ ଓ ଋଷଭ ପନ୍ତଙ୍କୁ ଇଂଲଣ୍ଡ ପଠାଯାଇଥିଲା। ତାଙ୍କ ଟେଷ୍ଟ ଫର୍ମ ମଧ୍ୟ ସେତେଟା ଭଲ ରହିନଥିଲା। ଟେଷ୍ଟରେ ତାଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠିଥିଲା, କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜରେ ଶତକ ମାରି ସେ ସମାଲୋଚକଙ୍କୁ ଜବାବ ଦେଇଥିଲେ। ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଉଭୟ ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରି ନିଜ ନିଜର ଉଦ୍ଦେଶ୍ୟକୁ ପୂରଣ କରିବାକୁ ଚାହିଁବେ।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାହାଣେ କହିଥିଲେ, "ରୋହିତଙ୍କ ଭଳି ପ୍ରତିଭାଙ୍କୁ ବାହାରେ ବସିବା ଦେଖି ବହୁତ କଷ୍ଟ ହେଉଥିଲା। ମୁଁ ନିଜେ ଜାଣିନଥିଲି ଯେ ରୋହିତ୍ ଇନିଂସ୍ ଓପନ୍ କରିବେ କି ନାହିଁ। ଯଦି ସେ ଏଭଳି କରନ୍ତି, ତାହେଲେ ମୁଁ ବହୁତ ଖୁସି ହେବି। ମୁଁ ୱେଷ୍ଟଇଣ୍ଡିଜରେ ମଧ୍ୟ ଏହି କଥା କହିଥିଲି। ରୋହିତଙ୍କ ଭଳି ପ୍ରତିଭାଙ୍କୁ ମଇଦାନରେ ନ ଦେଖିବା ନୈରାଶ୍ୟଜନକ।"

ଚୟନକର୍ତ୍ତା ରୋହିତଙ୍କୁ ପୂର୍ବରୁ ହିଁ ଦକ୍ଷିଣ ଆଫ୍ରିକା ସିରିଜରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ମଧ୍ୟକ୍ରମରେ ରୋହିତ୍ ୪୭ ଇନିଂସରେ ୩୯.୬୨ ହାରରେ ରନ୍ କରିଛନ୍ତି, କିନ୍ତୁ ଭାରତୀୟ ଉପମହାଦ୍ୱୀପ ବାହାରେ ଟେଷ୍ଟ କ୍ରିକେଟରେ ସେ ସୀମିତ ଓଭର ଭଳି ଛାପ ଛାଡ଼ିବାରେ ବିଫଳ ରହିଥିଲେ। ଟେଷ୍ଟ କ୍ରିକେଟରେ ସେ ଜଲଦି ଶଟ୍ ଖେଳିବା ଆରମ୍ଭ କରିଦିଅନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହୁଏ। ତେବେ ରାହାଣେଙ୍କ ମତରେ ରୋହିତ୍ ଜଣେ ପରିଶ୍ରମୀ ଖେଳାଳି ଏବଂ ସୁଯୋଗ ମିଳିଲେ ସେ ନିଶ୍ଚୟ ଭଲ ପ୍ରଦର୍ଶନ କରିବେ।

ରାହାଣେ କହିଥିଲେ, "ଆମେ ସମସ୍ତେ ଜାଣୁ ସେ ରୋହିତ୍ କେଉଁ କ୍ୱାଲିଟିର ବ୍ୟାଟ୍ସମ୍ୟାନ୍। ସୀମିତ ଓଭରରେ ଜଣେ ବ୍ୟାଟ୍ସମ୍ୟାନ୍ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିପାରେ। କିନ୍ତୁ ଟେଷ୍ଟ କ୍ରିକେଟରେ ସବୁକିଛି ମାନସିକ ସ୍ଥିତି ଉପରେ ନିର୍ଭର କରେ। ଯେତେବେଳେ ଜଣେ ବୋଲର ଭଲ ସ୍ପେଲ୍ କରେ, ତାହେଲେ ଜଣେ ବ୍ୟାଟ୍ସମ୍ୟାନ୍ ତାଙ୍କୁ ସମ୍ମାନ ଜଣାଇବା ଦରକାର। ବ୍ୟାଟ୍ସମ୍ୟାନଙ୍କୁ ସେହି ସ୍ପେଲ୍ ଶେଷ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର ଏବଂ ପରେ ନିଜ ଖେଳ ଦେଖାଇବାର ଆବଶ୍ୟକତା ରହିଛି।" ରାହାଣେ ନିଜର ଶେଷ ଦିନିକିଆ ୧୮ମାସ ତଳେ ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ସେ ଦିନିକିଆ କ୍ରିକେଟକୁ ଫେରିବାକୁ ଚାହାନ୍ତି। ଏ ନେଇ ରାହାଣେ କହିଛନ୍ତି, ମୁଁ ୫୦ ଓଭର କ୍ରିକେଟକୁ ଫେରିବାକୁ ଚାହେଁ। ତେବେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଉପରେ ମୋର ନଜର୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story