ପୁଣେରେ କୋହଲି କରିସ୍ମା, ଫ୍ରଣ୍ଟଫୁଟରେ ଟିମ୍ ଇଣ୍ଡିଆ

ପୁଣେ: ପୁଣେ ଟେଷ୍ଟରେ କମାଲ୍ କରିଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। ପ୍ରଥମ ଟେଷ୍ଟରେ ମୟଙ୍କ ଅଗ୍ରୱାଲଙ୍କ ପରେ ଏଠାରେ କୋହଲିଙ୍କ ଅପରାଜିତ ଦ୍ୱିଶତକ ଏବଂ ରବୀନ୍ଦ୍ର ଜାଡେଜା ଓ ଆଜିଙ୍କ ରାହାଣେଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୫ ୱିକେଟ୍ ହରାଇ ୬୦୧ ରନର ବିଶାଳ ସ୍କୋରରେ ପ୍ରଥମ ଇନିଂସ୍ ଘୋଷଣା କରିଛି। ପ୍ରଥମ ଦିବସରେ ଅର୍ଦ୍ଧଶତକ ମାରି ଅପରାଜିତ ଥିବା କୋହଲି ଆଜି ପ୍ରଥମେ ଶତକ, ତା’ […]

kohli

kohli

Ranjit Kumar Jena
  • Published: Friday, 11 October 2019
  • Updated: 11 October 2019, 05:54 PM IST

Sports

Latest News

ପୁଣେ: ପୁଣେ ଟେଷ୍ଟରେ କମାଲ୍ କରିଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। ପ୍ରଥମ ଟେଷ୍ଟରେ ମୟଙ୍କ ଅଗ୍ରୱାଲଙ୍କ ପରେ ଏଠାରେ କୋହଲିଙ୍କ ଅପରାଜିତ ଦ୍ୱିଶତକ ଏବଂ ରବୀନ୍ଦ୍ର ଜାଡେଜା ଓ ଆଜିଙ୍କ ରାହାଣେଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୫ ୱିକେଟ୍ ହରାଇ ୬୦୧ ରନର ବିଶାଳ ସ୍କୋରରେ ପ୍ରଥମ ଇନିଂସ୍ ଘୋଷଣା କରିଛି। ପ୍ରଥମ ଦିବସରେ ଅର୍ଦ୍ଧଶତକ ମାରି ଅପରାଜିତ ଥିବା କୋହଲି ଆଜି ପ୍ରଥମେ ଶତକ, ତା' ପରେ ୧୫୦, ଦ୍ୱିଶତକ ଏବଂ ଶେଷରେ କ୍ୟାରିୟରର ସର୍ବୋଚ୍ଚ ୨୫୪ (୩୩୬ ବଲ୍‌, ୩୩ ଚୌକା, ୨ ଛକା) ରନ୍ କରିଛନ୍ତି।

କୋହଲିଙ୍କ ଦ୍ୱିଶତକ ପରେ ବୋଲରମାନେ ମଧ୍ୟ ଦିବସର ଅନ୍ତିମ ସେସନରେ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାର ତିନି ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇ ଭାରତକୁ ଫ୍ରଣ୍ଟଫୁଟରେ ଛିଡ଼ା କରାଯାଇଛନ୍ତି। ଦିବସର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଟିମ୍ ୧୫ ଓଭରରେ ୩ ୱିକେଟ୍ ହରାଇ ୩୬ ରନ୍ କରିଛି। ଫଲୋଅନ୍ ଏଡ଼ାଇବା ପାଇଁ ଦକ୍ଷିଣ ଆଫ୍ରିକାକୁ ଆହୁରି ୩୬୫ ରନ୍ ଆବଶ୍ୟକ ହେଉଥିବା ବେଳେ ହାତରେ ୭ ୱିକେଟ୍ ବାକି ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଥ୍ୟୁନିସ୍ ଡି'ବ୍ରୁନ୍ ୨୦ ଓ ନାଇଟ୍ ୱାଚମ୍ୟାନ୍ ଆନରିଚ୍ ନୋର୍ଟଜେ ୨ ରନ୍ କରି ଅପରାଜିତ ରହିଛନ୍ତି। ଦକ୍ଷିଣ ଆଫ୍ରିକା ଦୁଇ ଓପ୍ନର ଯଥା ଡିନ୍ ଏଲଗାର (୬) ଓ ଆଇଡେନ୍ ମର୍କରାମ୍ (୦)ଙ୍କୁ ଉମେଶ ଯାଦବ ନିଜର ଶିକାର ବନାଇଥିଲେ। ଏହା ପରେ ମହମ୍ମଦ ଶାମି ତେମ୍ବା ବାଭୁମା (୮)ଙ୍କୁ ପ୍ୟାଭିଲିୟନ୍ ପଠାଇ ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଭାରତ ପକ୍ଷରୁ ଉମେଶ ୨ଟି ଓ ଶାମି ଗୋଟିଏ ୱିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଭାରତ ଶୁକ୍ରବାର ତା'ର ପୂର୍ବଦିନର ସ୍କୋର ୨୭୩/୩ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ କୋହଲି ଓ ରାହାଣେ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। କୋହଲି ନିଜର ସ୍ୱାଭାବିକ ଖେଳ ଜାରି ରଖିଥିବା ବେଳେ ରାହାଣେ ଧିମା ବ୍ୟାଟିଂ କରିଥିଲେ। ଏହା ମଧ୍ୟରେ କୋହଲି ୧୭୩ ବଲରେ ନିଜର ୨୬ତମ ଶତକ ପୂରଣ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୧୭୮ ରନ୍ ଯୋଡ଼ିଥିଲେ।

ମଧ୍ୟାହ୍ନ ଭୋଜନ ପରେ ରାହାଣେଙ୍କୁ କେଶବ ମହାରାଜ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ରାହାଣେ ୧୬୮ ବଲରେ ୮ ଚୌକା ସହ ୫୯ ରନ୍ କରିଥିଲେ। ରନ୍ ଗତିକୁ ବଢ଼ାଇବା ପାଇଁ ଜାଡେଜା ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ଜାଡେଜା ନିଜ ସ୍ୱାଭାବିକ ଖେଳର ବିପରୀତ ବ୍ୟାଟିଂ କରିଥିଲେ। କିନ୍ତୁ ଅନ୍ୟପଟେ କୋହଲି ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତର ସ୍କୋରକୁ ଆଗକୁ ନେଇଥିଲେ। କ୍ରିଜରେ ସେଟ୍ ହେବା ପରେ ଜାଡେଜା ମଧ୍ୟ ନିଜ ହାତ ଖୋଲିଥିଲେ ଏବଂ ଭ୍ରମଣକାରୀ ବୋଲରଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ।

ଶତକକୁ ଦ୍ୱିଶତକରେ ପୂରଣ କରିବା ପାଇଁ କୋହଲି ୧୨୨ ବଲର ସହାୟତା ନେଇଥିଲେ। ଦ୍ୱିଶତକ ମାରିବା ମାତ୍ରକେ କୋହଲି ଏକାଧିକ କୀର୍ତ୍ତିମାନର ଅଧିକାରୀ ମଧ୍ୟ ହୋଇଥିଲେ। ଜାଡେଜାଙ୍କ ପାଖରେ କ୍ୟାରିୟରର ଦ୍ୱିତୀୟ ଶତକ କରିବାର ଭଲ ସୁଯୋଗ ଥିଲା। କିନ୍ତୁ ସେ ବ୍ୟକ୍ତିଗତ ୯୧ ରନ୍ (୧୦୪ ବଲ୍‌, ୮ ଚୌକା, ୨ ଛକା) କରି ସେନୁରାନ ମୁଥୁସ୍ୱାମୀଙ୍କ ବଲରେ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ କୋହଲିଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୨୨୫ ରନର ଦ୍ୱିଶତକୀୟ ଭାଗୀଦାରୀ କରିଥିଲେ। ଜାଡେଜାଙ୍କ ଆଉଟ୍ ହେବା ମାତ୍ରକେ କୋହଲି ଇନିଂସ୍ ଘୋଷଣା କରିଥିଲେ।

କୋହଲି ମଧ୍ୟ ଏହି ମ୍ୟାଚରେ ଗୋଟିଏ ଜୀବନଦାନ ପାଇଥିଲେ। ସେ ବ୍ୟକ୍ତିଗତ ୨୦୮ ରନ୍ କରିଥିବା ବେଳେ ସେନୁରାନଙ୍କ ବଲରେ ସ୍ଲିପରେ ଫାଫ୍ ଡ୍ୟୁପ୍ଲେସିସଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। କିନ୍ତୁ ରିପ୍ଲେରେ ଜଣାପଡ଼ିଥିଲା ଯେ, ଏହି ବଲଟି ନୋ' ବଲ୍ ଥିଲା, ଯେଉଁକାରଣରୁ କୋହଲି ଆଉଟ୍ ହେବା ବର୍ତ୍ତିଯାଇଥିଲେ। ଏହା ପରେ କୋହଲି ଆଉ ୪୬ ରନ୍ ଯୋଡ଼ି ଭାରତକୁ ୬୦୦ ରନର ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର କାଗିସୋ ରବାଡାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇପାରି ନଥିଲେ। ରବାଡା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମହାରାଜ ଓ ମୁଥୁସ୍ୱାମୀ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ୍‌, ୬୦୧/୫ (ଘୋଷିତ): ବିରାଟ୍ କୋହଲି ୨୫୪*, ମୟଙ୍କ ଅଗ୍ରୱାଲ୍ ୧୦୮, ରବୀନ୍ଦ୍ର ଜାଡେଜା ୯୧, ଆଜିଙ୍କ୍ୟ ରାହାଣେ ୫୯, ଚେତେଶ୍ୱର ପୂଜାରା ୫୮, ରୋହିତ୍ ଶର୍ମା ୧୪, କାଗିସୋ ରବାଡା ୩/୯୩।

ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍‌, ୩୬/୩, ୧୫ ଓଭର: ଥ୍ୟୁନିସ୍ ଡି'ବ୍ରୁନ୍ ୨୦*, ଆନରିଚ୍ ନୋର୍ଟଜେ ୨*, ଉମେଶ ଯାଦବ ୨/୧୬, ମହମ୍ମଦ ଶାମି ୧/୩ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story