ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ବାତିଲ

ସାଉଥାମ୍ପଟନ୍: ଚଳିତ ବିଶ୍ୱକପରେ ଆଉ ଏକ ମ୍ୟାଚ୍ ବର୍ଷା ଧୋଇ ନେଇଛି। ସୋମବାର ରୋଜ ବାଉଲରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ବର୍ଷା ଯୋଗୁ ମ୍ୟାଚରେ ମାତ୍ର ୭.୩ ଓଭର ଖେଳ ସମ୍ଭବ ହୋଇଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲ୍ଡର ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦକ୍ଷିଣ […]

saf vs wi

Hemant Lenka
  • Published: Monday, 10 June 2019
  • , Updated: 10 June 2019, 09:06 PM IST

ସାଉଥାମ୍ପଟନ୍: ଚଳିତ ବିଶ୍ୱକପରେ ଆଉ ଏକ ମ୍ୟାଚ୍ ବର୍ଷା ଧୋଇ ନେଇଛି। ସୋମବାର ରୋଜ ବାଉଲରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ବର୍ଷା ଯୋଗୁ ମ୍ୟାଚରେ ମାତ୍ର ୭.୩ ଓଭର ଖେଳ ସମ୍ଭବ ହୋଇଛି।

ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲ୍ଡର ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦକ୍ଷିଣ ଆଫ୍ରିକା ୭.୩ ଓଭରରେ ୨ ୱିକେଟ୍ ହରାଇ ୨୯ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା।

ଏହି ସମୟରେ ଦକ୍ଷିଣ ଆଫ୍ରିକା ଓପ୍ନର କ୍ୱିଣ୍ଟନ୍ ଡି'କକ୍ ୧୭ ଓ ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ କୌଣସି ରନ୍ ନକରି ଅପରାଜିତ ଥିଲେ। ହାଶିମ୍ ଆମଲା (୬) ଓ ଆଇଡେନ୍ ମର୍କରାମ (୫)ଙ୍କୁ ଶେଲଡନ୍ କଟ୍ଟରେଲ୍ ଆଉଟ୍ କରିଥିଲେ।ବର୍ଷା ଲଗାତାର ଲାଗି ରହିବାରୁ ମ୍ୟାଚ୍ ଆଉ ସମ୍ଭବ ହୋଇନଥିଲା। ପ୍ରାୟ ସାଢ଼େ ଚାରିଘଣ୍ଟା ପରେ ବର୍ଷା ଛାଡ଼ିଥିଲା ଏବଂ ଅମ୍ପାୟାର ପିଚ୍ ନୀରିକ୍ଷଣ କରିଥିଲେ।

ଏହା ପରେ ପୁନର୍ବାର ବର୍ଷା ଆରମ୍ଭ ହୋଇଥିଲା, ଯେଉଁ କାରଣରୁ ଅମ୍ପାୟାର ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ବାତିଲ ଯୋଗୁ ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ଟିମ୍ ୧ ପଏଣ୍ଟ ଲେଖାଏ ଭାଗ କରିଛନ୍ତି। ଏଥିସହ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପ ପଏଣ୍ଟ ଟେବୁଲରେ ଖାତା ଖୋଲିବାରେ ସଫଳ ହୋଇଛି।

Related story