ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ହକି ମ୍ୟାଚ୍‌କୁ ୨-୨ରେ ଡ୍ର’ ରଖିଲା ଭାରତୀୟ ମହିଳା ଦଳ

କେପ୍‌ଟାଉନ୍: ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ୍‌ରେ ଖେଳାଯାଇଥିବା ଦ୍ୱିତୀୟ ହକି ମ୍ୟାଚ୍‌କୁ ଭାରତୀୟ ମହିଳା ଦଳ ୨-୨ରେ ଡ୍ର’ ରଖିଛି। ଗୁରୁଜିତ୍ କୌର ଓ ଦୀପ୍ ଗ୍ରେସ କୌରଙ୍କ ଦୁଇଟି ଗୋଲ ବଳରେ ମ୍ୟାଚ୍‌କୁ ଡ୍ର ରଖିବାରେ ସମର୍ଥ ହୋଇଥିଲା ଭାରତୀୟ ଦଳ। ଖେଳ ଆରମ୍ଭ ହେବାର ମାତ୍ର ୩ ମିନିଟରେ ଦକ୍ଷିଣ ଆଫ୍ରିକାର ଏମ୍.ମାରାଇଜ୍ ଗୋଟିଏ ଫିଲ୍ଡ ଗୋଲ ଦେଇଥିଲେ ଦଳକୁ ୧-୦ ଲିଡ୍ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଘମାଘୋଟ ଖେଳ ହୋଇଥିଲେ ମଧ୍ୟ […]

women hockey

Rakesh Mallick
  • Published: Monday, 22 February 2016
  • , Updated: 22 February 2016, 11:13 AM IST

କେପ୍‌ଟାଉନ୍: ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ୍‌ରେ ଖେଳାଯାଇଥିବା ଦ୍ୱିତୀୟ ହକି ମ୍ୟାଚ୍‌କୁ ଭାରତୀୟ ମହିଳା ଦଳ ୨-୨ରେ ଡ୍ର’ ରଖିଛି। ଗୁରୁଜିତ୍ କୌର ଓ ଦୀପ୍ ଗ୍ରେସ କୌରଙ୍କ ଦୁଇଟି ଗୋଲ ବଳରେ ମ୍ୟାଚ୍‌କୁ ଡ୍ର ରଖିବାରେ ସମର୍ଥ ହୋଇଥିଲା ଭାରତୀୟ ଦଳ।

ଖେଳ ଆରମ୍ଭ ହେବାର ମାତ୍ର ୩ ମିନିଟରେ ଦକ୍ଷିଣ ଆଫ୍ରିକାର ଏମ୍.ମାରାଇଜ୍ ଗୋଟିଏ ଫିଲ୍ଡ ଗୋଲ ଦେଇଥିଲେ ଦଳକୁ ୧-୦ ଲିଡ୍ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଘମାଘୋଟ ଖେଳ ହୋଇଥିଲେ ମଧ୍ୟ ପ୍ରଥମ କ୍ୱାର୍ଟରରେ ଦ.ଆଫ୍ରିକା ସ୍କୋରକୁ ୧-୦ ରେ ଆଗୁଆ ରଖିଥିଲା।  ଭାରତ ଗୋଲ ଦେଇ ପାରି ନ ଥିଲା।  କିନ୍ତୁ ୨୪ତମ ମିନିଟ୍‌ରେ ଭାରତର ଗୁରୁଜିତ୍ କୌର ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ଏହାର ୨ ମିନିଟ ପରେ ଦୀପ୍ ଗ୍ରେସ ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା। ତୃତୀୟାର୍ଦ୍ଧରେ ଦ.ଆଫ୍ରିକା ମହିଳା ଦଳ ଆକାମଣାତ୍ମକ ହୋଇଥିଲା। ୩୪ ମିନିଟରେ ଦଳର ଡିରିକ ଚାମ୍ବରଲେନ୍ ଗୋଟିଏ ଗୋଲ ଦେଇ ସ୍କୋରକୁ ୨-୨ରେ ଡ୍ର’ ରଖିଥିଲେ।

Related story