ଟସ୍ ହାରିଲେ ବିରାଟ୍, ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା

ସାଉଥହମ୍ପଟନ୍: ଚଳିତ ବିଶ୍ୱକପରେ ଭାରତ ଆଜି ତା’ର ଅଭିଯାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଭାରତ ପ୍ରଥମେ ବୋଲିଂ କରିବ। ଏହି ମ୍ୟାଚରେ ଭାରତ ଆଶା ମୁତାବକ ଲୋକେଶ ରାହୁଲଙ୍କ ସୁଯୋଗ ଦେଇଛି। ରାହୁଲ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ। ସେହିପରି ଟିମରେ କେଦାର ଯାଦବ ମଧ୍ୟ ସାମିଲ୍ ହୋଇଛନ୍ତି। କିନ୍ତୁ ରବୀନ୍ଦ୍ର […]

wc

Hemant Lenka
  • Published: Wednesday, 05 June 2019
  • , Updated: 05 June 2019, 03:00 PM IST

ସାଉଥହମ୍ପଟନ୍: ଚଳିତ ବିଶ୍ୱକପରେ ଭାରତ ଆଜି ତା'ର ଅଭିଯାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଭାରତ ପ୍ରଥମେ ବୋଲିଂ କରିବ।

ଏହି ମ୍ୟାଚରେ ଭାରତ ଆଶା ମୁତାବକ ଲୋକେଶ ରାହୁଲଙ୍କ ସୁଯୋଗ ଦେଇଛି। ରାହୁଲ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ। ସେହିପରି ଟିମରେ କେଦାର ଯାଦବ ମଧ୍ୟ ସାମିଲ୍ ହୋଇଛନ୍ତି। କିନ୍ତୁ ରବୀନ୍ଦ୍ର ଜାଡେଜାଙ୍କ ଉପରେ ବିରାଟ ଭରସା ଦେଖାଇ ନାହାନ୍ତି। ବିରାଟ ଦୁଇଜଣ ସ୍ପେଶାଲିଷ୍ଟ ସ୍ପିନର୍ ଯଥା କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଚୂଡ଼ାନ୍ତ ଏଦାଦଶରେ ସ୍ଥାନ ଦେଇଛନ୍ତି।

ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍ରା ପେସ୍ ବିଭାଗ ସମ୍ଭାଳିବେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ପେସର ଭୂମିକା ତୁଲାଇବେ। ରୋହିତ୍ ଶର୍ମା ଓ ଶିଖର ଧୱନ୍ ଭାରତ ପାଇଁ ଓପନ୍ କରିବେ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଟିମରେ କିଛି ପରିବର୍ତ୍ତନ କରାଯାଇଛି। ଦ୍ୱିତୀୟ ମ୍ୟାଚ୍ ଖେଳିନଥିବା ହାଶିମ୍ ଆମଲା ଟିମକୁ ଫେରିଛନ୍ତି।

ତାଙ୍କ ଫେରିବା ଦ୍ୱାରା ଆଇଡେନ୍ ମର୍କରାମ୍ ବାଦ୍ ପଡ଼ିଛନ୍ତି । ସେହିପରି ଲୁଙ୍ଗି ଏନଗିଡିଙ୍କ ସ୍ଥାନରେ ଅତିରିକ୍ତ ସ୍ପିନର ଭାବେ ତାବରେଜ୍ ଶାମସୀ ସ୍ଥାନ ପାଇଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ତା'ର ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ଇଂଲଣ୍ଡ ଓ ବାଂଲାଦେଶ ନିକଟରୁ ପରାସ୍ତ ହୋଇଛି । ତେବେ ଭାରତ ଟୁର୍ଣ୍ଣାମେଣ୍ଟରେ ତା'ର ପ୍ରଥମ ମ୍ୟାଚ୍ ଖେଳୁଛି।

ଦକ୍ଷିଣ ଆଫ୍ରିକା ଏଦାଦଶ: କ୍ୱିଣ୍ଟନ୍ ଡି'କକ୍, ହାଶିମ୍ ଆମଲା, ଫାଫ୍ ଡ୍ୟୁପ୍ଲେସିସ୍ (ଅଧିନାୟକ), ରାସି ଭାନ୍ ଡର୍ ଡୁସେନ, ଡେଭିଡ୍ ମିଲର୍, ଜେପି ଡୁମିନି, ଆଣ୍ଡିଲେ ଫେଲୁକୱାୟୋ, କ୍ରିସ୍ ମୋରିସ୍, କାଗିସୋ ରବାଡା, ଇମ୍ରାନ୍ ତାହିର୍, ତାବରେଜ୍ ଶାମସୀ ।

ଭାରତ ଏକାଦଶ: ରୋହିତ ଶର୍ମା, ଶିଖର ଧୱନ୍, ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା ।

Related story