୧୪ ଦିନ କ୍ୱାରେଣ୍ଟାଇନରେ ରହିବେ ଦକ୍ଷିଣ ଆଫ୍ରିକା କ୍ରିକେଟର୍ସ

ଜୋହାନସବର୍ଗ: ଭାରତରେ ଦିନିକିଆ ସିରିଜ୍ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ସିରିଜ୍ ବାତିଲ ହେବା ପରେ ସ୍ୱଦେଶ ଫେରିଯାଇଛି। ବର୍ତ୍ତମାନ କରୋନା ଭାଇରସକୁ ଦୃଷ୍ଟିରେ ରଖି ଟିମର ସବୁ ଖେଳାଳିମାନଙ୍କୁ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ (ଏକାନ୍ତବାସ)ରେ ରହିବାକୁ ପଡ଼ିବ। ସାରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ନିଜ ଖେଳାଳିମାନଙ୍କୁ ନେଇ କୌଣସି ପ୍ରକାରର ରିସ୍କ ଉଠାଇବାକୁ ଚାହୁଁନାହିଁ ଏବଂ […]

saf

Ranjit Kumar Jena
  • Published: Wednesday, 18 March 2020
  • , Updated: 18 March 2020, 08:36 PM IST

ଜୋହାନସବର୍ଗ: ଭାରତରେ ଦିନିକିଆ ସିରିଜ୍ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ସିରିଜ୍ ବାତିଲ ହେବା ପରେ ସ୍ୱଦେଶ ଫେରିଯାଇଛି। ବର୍ତ୍ତମାନ କରୋନା ଭାଇରସକୁ ଦୃଷ୍ଟିରେ ରଖି ଟିମର ସବୁ ଖେଳାଳିମାନଙ୍କୁ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ (ଏକାନ୍ତବାସ)ରେ ରହିବାକୁ ପଡ଼ିବ। ସାରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

ଏଭଳି ସ୍ଥିତିରେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ନିଜ ଖେଳାଳିମାନଙ୍କୁ ନେଇ କୌଣସି ପ୍ରକାରର ରିସ୍କ ଉଠାଇବାକୁ ଚାହୁଁନାହିଁ ଏବଂ ସମସ୍ତଙ୍କୁ ନିଜସ୍ୱ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛି। କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ. ଶୁଏବ ମାଞ୍ଜରା କହିଛନ୍ତି, ଖେଳାଳିମାନଙ୍କୁ ଆଗାମୀ ୧୪ ଦିନ ଯାଏ କ୍ୱାରେଣ୍ଟାଇନରେ ଯିବା ପାଇଁ କୁହାଯାଇଛି ଏବଂ ଯଦି କୌଣସି ଖେଳାଳିଙ୍କ ଭିତରେ ଏହି ମାରାତ୍ମକ ଭାଇରସର ଲକ୍ଷଣ ଦେଖିବାକୁ ମିଳେ, ତାହେଲେ ସେମାନଙ୍କର ଯାଞ୍ଚ କରାଯିବ। ଆମେ ସବୁ ଖେଳାଳିଙ୍କୁ ପରାମର୍ଶ ଦେଇଛୁ ଯେ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ। ମୁଁ ମାନୁଛି ଯେ ସେମାନଙ୍କୁ ସୁରକ୍ଷିତ ରଖି ପାଇଁ ଏହା ସଠିକ୍ ଗାଇଡାନ୍ସ। ଏହା ମଧ୍ୟରେ ଟିମର ସବୁ ସଦସ୍ୟ ପ୍ରୋଟୋକଲକୁ ଗୁରୁତର ସହ ପାଳନ କରୁଛନ୍ତି କି ନାହିଁ, ତାହା ଉପରେ ଆମେ ବିଶେଷ ଧ୍ୟାନ ଦେବୁ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବା ପାଇଁ ଭାରତ ଗସ୍ତ କରିଥିଲା। କିନ୍ତୁ ଧର୍ମଶାଳାରେ ମାର୍ଚ୍ଚ ୧୨ ତାରିଖରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏହା ପରେ କରୋନା ଭାଇରସ୍ ଯୋଗୁ ବାକି ଦୁଇଟି ଦିନିକିଆକୁ ଅସ୍ଥାୟୀ ଭାବେ ବାତିଲ ଘୋଷଣା କରିଦିଆଯାଇଥିଲା। ଦ୍ୱିତୀୟ ଦିନିକିଆ ୧୫ରେ ଲକ୍ଷ୍ନୌ ଓ ତୃତୀୟ ଦିନିକିଆ ୧୮ରେ କୋଲକାତାରେ ଖେଳାଯିବା ପାଇଁ ଧାର୍ଯ୍ୟ ହୋଇଥିଲା। ସିରିଜ୍ ବାତିଲ ହେବା ପରେ ଦକ୍ଷିଣ ଆଫ୍ରିକା ଟିମ୍ କୋଲକାତାରୁ ଦୁବାଇ ଦେଇ ସ୍ୱଦେଶ ଅଭିମୁଖେ ବାହାରିଥିଲା।

Related story