ସାଗ୍ ୨୦୧୬: ଶ୍ରାବଣୀଙ୍କୁ ସ୍ୱର୍ଣ୍ଣ, ଦୂତିଙ୍କୁ ରୌପ୍ୟ

ଭୁବନେଶ୍ୱର: ଗୌହାଟୀରେ ଚାଲିଥିବା ୧୨ତମ ସାଉଥ୍ ଏସିଆନ୍ ଗେମ୍ସରେ ଆଜି ପୁଣି ବାଜି ମାରିଛନ୍ତି ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ। ମହିଳା ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଦୂତି ହାତେଇଛନ୍ତି ରୌପ୍ୟ। ୨୦୦ ମିଟର ଦୂରତାକୁ ଅତିକ୍ରମ କରିବାକୁ ଶ୍ରାବଣୀ ୨୩.୯୧ ସେକେଣ୍ଡ୍ ସମୟ ନେଇଥିବା ବେଳେ ଦୂତି ୨୪.୧୪ ସେକେଣ୍ଡରେ ଏହି ଦୂରତାକୁ ପାର କରି ଥିଲେ। ଗତକାଲି ୪ ଗୁଣା ୧୦୦ ରିଲେ […]

srabani

Rakesh Mallick
  • Published: Thursday, 11 February 2016
  • , Updated: 15 February 2016, 09:18 AM IST

ଭୁବନେଶ୍ୱର: ଗୌହାଟୀରେ ଚାଲିଥିବା ୧୨ତମ ସାଉଥ୍ ଏସିଆନ୍ ଗେମ୍ସରେ ଆଜି ପୁଣି ବାଜି ମାରିଛନ୍ତି ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ। ମହିଳା ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଦୂତି ହାତେଇଛନ୍ତି ରୌପ୍ୟ।

୨୦୦ ମିଟର ଦୂରତାକୁ ଅତିକ୍ରମ କରିବାକୁ ଶ୍ରାବଣୀ ୨୩.୯୧ ସେକେଣ୍ଡ୍ ସମୟ ନେଇଥିବା ବେଳେ ଦୂତି ୨୪.୧୪ ସେକେଣ୍ଡରେ ଏହି ଦୂରତାକୁ ପାର କରି ଥିଲେ।

ଗତକାଲି ୪ ଗୁଣା ୧୦୦ ରିଲେ ଦୌଡ଼ରେ ମଧ୍ୟ ପଦକ ହାତେଇ ଥିଲେ ଶ୍ରାବଣୀ ଓ ଦୂତି। ଭାରତର ୪ ଗୁଣା ୧୦୦ ରିଲେ ଦଳରେ ଏସ୍ ସାଇନି ଓ ହେମଶ୍ରୀ ରାୟଙ୍କ ସହିତ ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ ମଧ୍ୟ ସାମିଲ ହୋଇଥିଲେ। ଦଳ ଏଥିରେ ରୌପ୍ୟ ପଦକ ହାସଲ କରିଥିଲା।

ତା’ପୂର୍ବ ଦିନ ଅର୍ଥାତ୍ ୯ ତାରିଖରେ ଶ୍ରାବଣୀ ଓ ଦୂତି ମହିଳା ୧୦୦ ମିଟର ଦୌଡ଼ରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ ବ୍ରୋଞ୍ଜ ପଦକ ହାତେଇ ଥିଲେ।

ଚଳିତ ସାଉଥ୍ ଏସିଆନ୍ ଗେମ୍ସରେ ରବିବାର ପ୍ରଥମ ଓଡ଼ିଆ ଭାବେ ସ୍ୱର୍ଣ୍ଣ ପଦକ ହାତେଇ ଥିଲେ ଭାରୋତ୍ତୋଳନକାରୀ ସରସ୍ୱତୀ ରାଉତ। ମଙ୍ଗଳବାର ଖୋଖୋରେ ଓଡ଼ିଶାର ମନ୍ଦାକିନୀ ମାଝି ଦଳଗତ ସ୍ୱର୍ଣ୍ଣ ହାସଲ କରିଥିଲେ। ଆଜି ଜଉନା ମୁର୍ମୁ ମହିଳା ୪୦୦ ମିଟର ହର୍ଡଲସ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Related story