ସେଦିନର ଅଲମ୍ପିକ୍‌ ସ୍ୱର୍ଣ୍ଣପଦକ ବିଜେତା ଆଜି ପେଟ ପାଇଁ ଟାଣୁଛନ୍ତି ହୁଇଲ ଚେୟାର: ତାଙ୍କ ପ୍ରତିଭାକୁ ଭୁଲି ଗଲେ ସରକାର

ନୂଆଦିଲ୍ଲୀ: ଦିନେ ସେ ବିଦେଶ ମାଟିରେ ଦେଶର ମଥା ଉଚ୍ଚ କରିଥିଲେ। ବିଶ୍ୱ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଅଲମ୍ପିକ କ୍ରୀଡ଼ାରେ ଦେଶ ପାଇଁ ଜିତିଥିଲେ ଦୁଇଟ ସ୍ୱର୍ଣ୍ଣ ପଦକ। କିନ୍ତୁ ସେ ଜାଣି ନ ଥିଲେ ଦେଶ ପାଇଁ ଅର୍ଜନ କରିଥିବା ତାଙ୍କର ଏହି ସୁନାମ ଯେ, ଦିନେ ଫିକା ପଡ଼ିଯିବ। ବିଦେଶ ମାଟିରେ ଦେଶର ପରିଚୟ ତିଆରି କରୁ କରୁ ନିଜ ଦେଶ ହିଁ ତାଙ୍କୁ ଭୁଲିଯିବ। ଏହି ସ୍ୱର୍ଣ୍ଣ ପଦକ ବିଜେତା ଖେଳାଳି ଏବେ ପେଟ […]

rajbir sing

Rakesh Mallick
  • Published: Sunday, 21 January 2018
  • , Updated: 21 January 2018, 11:31 PM IST

ନୂଆଦିଲ୍ଲୀ: ଦିନେ ସେ ବିଦେଶ ମାଟିରେ ଦେଶର ମଥା ଉଚ୍ଚ କରିଥିଲେ। ବିଶ୍ୱ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଅଲମ୍ପିକ କ୍ରୀଡ଼ାରେ ଦେଶ ପାଇଁ ଜିତିଥିଲେ ଦୁଇଟ ସ୍ୱର୍ଣ୍ଣ ପଦକ। କିନ୍ତୁ ସେ ଜାଣି ନ ଥିଲେ ଦେଶ ପାଇଁ ଅର୍ଜନ କରିଥିବା ତାଙ୍କର ଏହି ସୁନାମ ଯେ, ଦିନେ ଫିକା ପଡ଼ିଯିବ। ବିଦେଶ ମାଟିରେ ଦେଶର ପରିଚୟ ତିଆରି କରୁ କରୁ ନିଜ ଦେଶ ହିଁ ତାଙ୍କୁ ଭୁଲିଯିବ। ଏହି ସ୍ୱର୍ଣ୍ଣ ପଦକ ବିଜେତା ଖେଳାଳି ଏବେ ପେଟ ପାଇଁ ଏକ ଏନ୍‌ଜିଓରେ ହୁଇଲ୍‌ ଚେୟାର ଟାଣୁଛନ୍ତି।

ଆମେ କହୁଛୁ ୨୦୧୫ର ସ୍ୱତନ୍ତ୍ର ଅଲମ୍ପିକ କ୍ରୀଡ଼ାରେ ସାଇକେଲିଂରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ୧୭ ବର୍ଷିୟ ଖେଳାଳି ରାଜବୀର ସିଂଙ୍କ କଥା। ସେ ଯେତେବେଳେ ଅଲମ୍ପିକ ବିଜେତା ହୋଇ ଘରକୁ ଫେରିଲେ ସେତେବେଳେ ପଞ୍ଜାବ ସରକାର ତାଙ୍କୁ ବ୍ୟାଣ୍ଡ ବାଜା ବଜାଇ ଧୁମ୍‌ ଧାମ୍‌ରେ ସ୍ୱାଗତ କରିଥିଲେ। ତାଙ୍କ ସମ୍ମାନରେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର। ଏଥିସହିତ ଅତିରିକ୍ତ ଏକ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସେତେବେଳର ପ୍ରକାଶ ସିଂ ବାଦଲ୍ ସରକାର। କିନ୍ତୁ ସମୟ ସହିତ ସବୁକିଛି ବଦଳିଗଲା। ସରକାର ତାଙ୍କ ପ୍ରତିଶ୍ରୁତି ଭୁଲିଗଲେ। ରାଜବୀରଙ୍କୁ ଗୋଟିଏ ଟଙ୍କା ବି ମିଳିଲା ନାହିଁ। କେନ୍ଦ୍ର ସରକାର ତାଙ୍କୁ ଦଶ ଲକ୍ଷ ଟଙ୍କାର ବଣ୍ଡ ପ୍ରଦାନ କରିଥିଲେ। କିନ୍ତୁ ତାହା ଏବେବି ମେଚ୍ୟୁରିଟି ହୋଇପାରିଲା ନାହିଁ।

ଶେଷରେ ପେଟ ପୋଷିବା ପାଇଁ ବାପାଙ୍କ ସହିତ ଦିନ ମଜୁରିଆ ହୋଇ କାମ କରିବାକୁ ଲାଗିଲେ। ଠେଲା ଗାଡ଼ିରେ ଇଟା ବୋହିଲେ।  ଏହି ସମୟରେ ‘ମନୁଖ୍‌ତା ଦି ସେବା’ ସ୍ୱେଚ୍ଛାସବୀ ସଂଗଠନର ପ୍ରତିଷ୍ଠାତା ଗୁରପ୍ରିତ ସିଂଙ୍କ ନଜର ରାଜବୀରଙ୍କ ଉପରେ ପଡ଼ିଲା। ସେ ରାଜୀବଙ୍କୁ ଏନ୍‌ଜିଓ ସଂସ୍ଥା ଚାଲିଥିବା ଗାଁ ବରନହାରା ନେଇ ଗଲେ। ସେଠାରେ ରାଜବୀର ଲୋକଙ୍କ ସେବା କରିବାକୁ ଲାଗିଲେ। ଅଭ୍ୟାସ୍‌ ଜାରି ରଖିବା ପାଇଁ ଗୁରପ୍ରିତ ରାଜୀବଙ୍କୁ ଏକ ସାଇକେଲ୍ ଦେଇଥିଲେ। ଏବଂ ତାଙ୍କ ଖାଇବା ପିଇବାରେ ଯତ୍ନ ମଧ୍ୟ ନେଉଥିଲେ। କିନ୍ତୁ ସମୟ ଅଭାବ ଯୋଗୁଁ ରାଜବୀର ଅଭ୍ୟାସ କରିବା ଭୁଲିଯାଇଛନ୍ତି। ଗୁରପ୍ରିତ ରାଜବୀରଙ୍କ ଏହି ଅବସ୍ତା ବିଷୟରେ ଲୋକାଲ ଡେପୁଟି କମିଶନରଙ୍କୁ ଜଣାଇଥିଲେ। କିନ୍ତୁ ଫଳ କିଛି ମିଳିଲା ନାହିଁ।

ଏବେ ଏହି ଉଦୀୟମାନ ଖେଳାଳି ସାଇକେଲିଂ ଅଭ୍ୟାସ କରିବା ଛାଡ଼ି ଦେଇ ସ୍ୱେଚ୍ଛାସେବୀ ସଂଗଠନରେ ନାନା ପ୍ରକାର କାମ କରୁଛନ୍ତି। ଓ ପରିବାର ସହ ଏକ ଭଙ୍ଗା ଘରେ ଜୀବନ କାଟୁଛନ୍ତି। ସରକାରଙ୍କ ଅବହେଳା ଯୋଗୁଁ ଦେଶର ଏକ ମଜବୁତ ଭବିଷ୍ୟତକୁ ଅଭାବିପଣର ଉଈ ଖାଇ ଚାଲିଛି।

Related story