ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଦିନିକିଆ ଦଳ ଘୋଷିତ, ଲିଣ୍ଡେ ନୂଆ ମୁହଁ

କେପ୍ ଟାଉନ୍‌: ଚଳିତ ମାସ ୧୨ ତାରିଖରୁ ଭାରତ ବିପକ୍ଷ ଖେଳାଯିବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳର ଘୋଷଣା କରାଯାଇଛି। ବାମହାତୀ ସ୍ପିନର ଜର୍ଜ ଲିଣ୍ଡେ ଏକମାତ୍ର ନୂଆ ମୁହଁ ଭାବେ ଏହି ସ୍କ୍ୱାଡରେ ସ୍ଥାନ ପାଇଥିବା ବେଳେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁପ୍ଲେସିସ୍ ଓ ରାସି ଭାନ୍ ଡର୍ ଡୁସେନକୁ ଟିମରେ ସାମିଲ୍ କରାଯାଇଛି। ଲିଣ୍ଡେ ଗତ ଅକ୍ଟୋବରରେ ଭାରତ ଗସ୍ତରେ ଟେଷ୍ଟ ଡେବ୍ୟୁ କରିଥିଲେ। ୧୫ଜଣିଆ ଏହି ସ୍କ୍ୱାଡକୁ […]

linde

Ranjit Kumar Jena
  • Published: Monday, 02 March 2020
  • , Updated: 02 March 2020, 04:46 PM IST

କେପ୍ ଟାଉନ୍‌: ଚଳିତ ମାସ ୧୨ ତାରିଖରୁ ଭାରତ ବିପକ୍ଷ ଖେଳାଯିବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳର ଘୋଷଣା କରାଯାଇଛି। ବାମହାତୀ ସ୍ପିନର ଜର୍ଜ ଲିଣ୍ଡେ ଏକମାତ୍ର ନୂଆ ମୁହଁ ଭାବେ ଏହି ସ୍କ୍ୱାଡରେ ସ୍ଥାନ ପାଇଥିବା ବେଳେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁପ୍ଲେସିସ୍ ଓ ରାସି ଭାନ୍ ଡର୍ ଡୁସେନକୁ ଟିମରେ ସାମିଲ୍ କରାଯାଇଛି। ଲିଣ୍ଡେ ଗତ ଅକ୍ଟୋବରରେ ଭାରତ ଗସ୍ତରେ ଟେଷ୍ଟ ଡେବ୍ୟୁ କରିଥିଲେ। ୧୫ଜଣିଆ ଏହି ସ୍କ୍ୱାଡକୁ ଡୁପ୍ଲେସିସ୍ ଓ ଡୁସେନଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଅଧିକ ମଜଭୁତ୍ କରିଛି।

ସେହିପରି ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୪୮ ରନର ଇନିଂସ୍ ଖେଳିଥିବା କାଇଲ୍ ଭେରୀନେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଡୁପ୍ଲେସିସ୍ ଗତବର୍ଷ ବିଶ୍ୱକପ୍ ପରଠାରୁ କୌଣସି ଦିନିକିଆ ମ୍ୟାଚ୍ ଖେଳିନାହାନ୍ତି। ସେହିପରି କେଶବ ମହାରାଜ ଓ ଲୁଥୋ ସିପାମ୍ଲା ମଧ୍ୟ ନିଜ ନିଜର ସ୍ଥାନ କାଏମ୍ ରଖିଛନ୍ତି। ଅନ୍ୟତମ ସ୍ପିନର ତାବରେଜ୍ ଶାମସୀଙ୍କୁ ଭାରତ ବିପକ୍ଷ ସିରିଜ୍ ପାଇଁ ଟିମରେ ସାମିଲ୍ କରାଯାଇନାହିଁ। ଶାମସୀଙ୍କ ପତ୍ନୀ ପ୍ରଥମ ସନ୍ତାନ ଜନ୍ମଦେବାକୁ ଥିବାରୁ ସେ ଉପଲବ୍ଧ ରହିବେ ନାହିଁ। ସେହିପରି ଦଳର ଏକ ନମ୍ବର ପେସ୍ ବୋଲର କାଗିସୋ ରବାଡା ଆହତ କାରଣରୁ ଭାରତ ଗସ୍ତ କରିପାରିବେ ନାହିଁ।

ଗତବର୍ଷ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ତିନୋଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଟି-୨୦ ଖେଳିଥିଲା। ଟେଷ୍ଟ ସିରିଜରେ ଦଳ ୱାଇଟୱାଶ୍ ହୋଇଥିବା ବେଳେ ଟି-୨୦ ସିରିଜ୍ ବରାବର କରିଥିଲା। ଚଳିତ ଗସ୍ତରେ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଧର୍ମଶାଳାରେ ୧୨ ତାରିଖରେ ଖେଳିବ। ଏହା ପରେ ଦ୍ୱିତୀୟ ମ୍ୟାଚ୍ ୧୫ରେ ଲକ୍ଷ୍ନୌ ଏବଂ ତୃତୀୟ ଦିନିକିଆ କୋଲକାତାରେ ୧୮ ତାରିଖରେ ଅନୁଷ୍ଠିତ ହେବ।

ଦକ୍ଷିଣ ଆଫ୍ରିକା ସ୍କ୍ୱାଡ୍‌: କ୍ୱିଣ୍ଟନ୍ ଡି'କକ୍ (କ୍ୟାପଟେନ୍‌/ୱିକେଟକିପର), ତେମ୍ବା ବାଭୁମା, ରାସି ଭାନ୍ ଡର୍ ଡୁସେନ୍‌, ଫାଫ୍ ଡୁପ୍ଲେସିସ୍‌, କାଇଲ୍ ଭେରୀନେ, ହେନରିଚ୍ କ୍ଲାସେନ୍‌, ଡେଭିଡ୍ ମିଲର୍‌, ଜନ୍‌-ଜନ୍ ସ୍ମଟ୍ସ, ଆଣ୍ଡିଲେ ଫେୁଲକୱାୟୋ, ଲୁଙ୍ଗି ଏନଗିଡି, ଲୁଥୋ ସିପାମ୍ଲା, ବ୍ୟୁରାନ୍ ହେଣ୍ଡ୍ରିକ୍ସ, ଆନରିଚ୍ ନୋର୍ଟଜେ, ଜର୍ଜ ଲିଣ୍ଡେ, କେଶବ ମହାରାଜ।

Related story