ରାଜ୍ୟର ପ୍ରଥମ ସ୍ପୋଟର୍ସ କ୍ଲାଇମ୍ବିଂ ଚାମ୍ପିଅନ୍‌ସିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଉଦ୍‌ଘାଟିତ ହୋଇଯାଇଛି ରାଜ୍ୟର ପ୍ରଥମ ସ୍ପୋଟର୍ସ କ୍ଲାଇମ୍ବିଂ ଚାମ୍ପିଅନ୍‌ସିପ୍‌। ରାଜ୍ୟରେ କ୍ଲାଇମ୍ବର ସୃଷ୍ଟି କରିବା ଲକ୍ଷ୍ୟରେ ଇଣ୍ଡିଆନ୍ ମାଉଣ୍ଟନେରିଂ ଫାଉଣ୍ଡେସନ୍ ଓ ରାଜ୍ୟ ସ୍ପୋର୍ଟସ୍ କ୍ଲାଇମ୍ବିଂ ଆସୋସିଏସନ୍‌ର ମିଳିତ ସହଯୋଗରେ ଉତ୍କଳ କରାଟେ ସ୍କୁଲ୍‌ରେ ଚାଲିଥିବା ଏହି ଚାମ୍ପିଅନ୍‌ସିପ୍‌ରେ ୨୨ଟି ଜିଲ୍ଲାରୁ ୭୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତାରେ ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ପୂର୍ବାଞ୍ଚଳ ସ୍ପୋର୍ଟସ୍ କ୍ଲାଇମ୍ବିଂ ଚାମ୍ପିଅନ୍‌ସିପରେ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବାକୁ ମନୋନୀତ କରାଯିବ। […]

mountaineering1

Rakesh Mallick
  • Published: Saturday, 24 September 2016
  • , Updated: 24 September 2016, 07:34 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଉଦ୍‌ଘାଟିତ ହୋଇଯାଇଛି ରାଜ୍ୟର ପ୍ରଥମ ସ୍ପୋଟର୍ସ କ୍ଲାଇମ୍ବିଂ ଚାମ୍ପିଅନ୍‌ସିପ୍‌। ରାଜ୍ୟରେ କ୍ଲାଇମ୍ବର ସୃଷ୍ଟି କରିବା ଲକ୍ଷ୍ୟରେ ଇଣ୍ଡିଆନ୍ ମାଉଣ୍ଟନେରିଂ ଫାଉଣ୍ଡେସନ୍ ଓ ରାଜ୍ୟ ସ୍ପୋର୍ଟସ୍ କ୍ଲାଇମ୍ବିଂ ଆସୋସିଏସନ୍‌ର ମିଳିତ ସହଯୋଗରେ ଉତ୍କଳ କରାଟେ ସ୍କୁଲ୍‌ରେ ଚାଲିଥିବା ଏହି ଚାମ୍ପିଅନ୍‌ସିପ୍‌ରେ ୨୨ଟି ଜିଲ୍ଲାରୁ ୭୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଛନ୍ତି।

ଏହି ପ୍ରତିଯୋଗିତାରେ ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ପୂର୍ବାଞ୍ଚଳ ସ୍ପୋର୍ଟସ୍ କ୍ଲାଇମ୍ବିଂ ଚାମ୍ପିଅନ୍‌ସିପରେ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବାକୁ ମନୋନୀତ କରାଯିବ।

ଆସନ୍ତାକାଲି ଏହି ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ସୂଚନାଯୋଗ୍ୟ,୨୦୨୦ରେ ଟୋକିଓ ଅଲିମ୍ପିକ୍‌ରେ ସ୍ପୋର୍ଟସ୍ କ୍ଲାଇମ୍ବିଂ ସ୍ଥାନିତ ହୋଇଛି।

Related story