ଜେଟଲୀଙ୍କୁ ହରାଇ କ୍ରୀଡ଼ା ଜଗତ ସ୍ତବ୍ଧ

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଜେପି ଭେଟରାନ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ। ଅଗଷ୍ଟ ୯ରୁ ଏମ୍‌ସରେ ଚିକିତ୍ସିତ ହେଉଥିବା ଜେଟଲୀ ଆଜି ଦିନ ପ୍ରାୟ ୧୨.୦୭ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଛି। ବହୁ ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିବିଶେଷମାନେ ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଜେଟଲୀ କେବଳ ଜଣେ ରାଜନେତା ନଥିଲେ, କ୍ରିକେଟ ପ୍ରତି ତାଙ୍କର ବେଶ ଆଗ୍ରହ ରହିଥିଲା। ଏପରି କି ଜେଟଲୀ […]

q

Hemant Lenka
  • Published: Saturday, 24 August 2019
  • , Updated: 24 August 2019, 04:50 PM IST

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଜେପି ଭେଟରାନ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ। ଅଗଷ୍ଟ ୯ରୁ ଏମ୍‌ସରେ ଚିକିତ୍ସିତ ହେଉଥିବା ଜେଟଲୀ ଆଜି ଦିନ ପ୍ରାୟ ୧୨.୦୭ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଛି। ବହୁ ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିବିଶେଷମାନେ ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଜେଟଲୀ କେବଳ ଜଣେ ରାଜନେତା ନଥିଲେ, କ୍ରିକେଟ ପ୍ରତି ତାଙ୍କର ବେଶ ଆଗ୍ରହ ରହିଥିଲା। ଏପରି କି ଜେଟଲୀ ଦିଲ୍ଲୀ କ୍ରିକେଟ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍‌(ଡିଡିସିଏ)ର ସଭାପତି ଭାବେ କାର୍ଯ୍ୟ କରିଥିଲେ।

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟ୍ୱିଟ କରି କହିଛନ୍ତି, “ଜେଟଲୀଜୀଙ୍କ ଦେହାନ୍ତ ଖବର ମୋତେ ଆଶ୍ଚର୍ଯ୍ୟ କରିଛି। ମୁଁ ଗଭୀର ଭାବେ ମର୍ମାହତ। ସେ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ। ୨୦୦୬ରେ ମୋ ବାପାଙ୍କ ଦେହାନ୍ତ ହୋଇଥିଲା। ଏହି ସମୟରେ ସେ ଆମ ଘରକୁ ଆସି ମୋ ବାପାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ଅବର୍ତ୍ତମାନରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି।”

ଜେଟଲୀଙ୍କ ବିୟୋଗରେ ରେସଲର ଗୀତା ଫୋଗାଟ କହିଛନ୍ତି, “ମୁଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଜୀଙ୍କ ଅକସ୍ମାତ ବିୟୋଗରେ ମର୍ମାହତ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।”

କ୍ରିକେଟର ଶିଖର ଧୱନ, ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା, ବୀରେନ୍ଦ୍ର ସେହୱାଗ, ଭିଭିଏସ୍‌ ଲକ୍ଷ୍ମଣ, ସାଂସଦ ଗୌତମ ଗମ୍ଭୀର, ରେସଲର ତଥା ବିଜେପି ନେତା ବବିତା ଫୋଗାଟ ଓ ଡିଡିସିଏ ଟ୍ୱିଟ ଯୋଗ ଗଭୀର ଶୋକ ପ୍ରକାଶ କରିଛନ୍ତି।

ବିସିସିଆଇର ଆକ୍ଟିଂ ସଭାପତି ସିକେ ଖାନ୍ନା ମଧ୍ୟ ଜେଟଲୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜେଟଲୀଙ୍କ ସହ ଉଠାଇଥିବା ଏକ ଫଟୋକୁ ପୋଷ୍ଟ କରିବା ସହ ଏହା ଏକ ବ୍ୟକ୍ତିଗତ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି।

Related story