ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: କଜାଖସ୍ତାନର ନୁର୍ ସୁଲତାନଠାରେ ଆୟୋଜିତ ୱାର୍ଲ୍ଡ ଚାମ୍ପିୟନଶିପରେ ପଦକ ଜିତିଥିବା ଭାରତୀୟ ରେସଲରଙ୍କୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁ ମଙ୍ଗଳବାର ଅର୍ଥରାଶି ପ୍ରଦାନ କରି ସମ୍ମାନିତ କରିଛନ୍ତି। ଭାରତ ଗୋଟିଏ ରୌପ୍ୟ ଏବଂ ଚାରି ବ୍ରୋଞ୍ଜ ସହ ୱାର୍ଲ୍ଡ ଚାମ୍ପିୟନଶିପରେ ମୋଟ ୫ ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏହା ପୂର୍ବରୁ ୨୦୧୩ରେ ୱାର୍ଲ୍ଡ ଚାମ୍ପିୟନଶିପରେ ଭାରତ ଗୋଟିଏ ରୌପ୍ୟ ଓ ଦୁଇ ରୌପ୍ୟ ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। Welcome home […]

wrestler

Ranjit Kumar Jena
  • Published: Tuesday, 24 September 2019
  • , Updated: 24 September 2019, 07:28 PM IST

ନୂଆଦିଲ୍ଲୀ: କଜାଖସ୍ତାନର ନୁର୍ ସୁଲତାନଠାରେ ଆୟୋଜିତ ୱାର୍ଲ୍ଡ ଚାମ୍ପିୟନଶିପରେ ପଦକ ଜିତିଥିବା ଭାରତୀୟ ରେସଲରଙ୍କୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁ ମଙ୍ଗଳବାର ଅର୍ଥରାଶି ପ୍ରଦାନ କରି ସମ୍ମାନିତ କରିଛନ୍ତି। ଭାରତ ଗୋଟିଏ ରୌପ୍ୟ ଏବଂ ଚାରି ବ୍ରୋଞ୍ଜ ସହ ୱାର୍ଲ୍ଡ ଚାମ୍ପିୟନଶିପରେ ମୋଟ ୫ ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏହା ପୂର୍ବରୁ ୨୦୧୩ରେ ୱାର୍ଲ୍ଡ ଚାମ୍ପିୟନଶିପରେ ଭାରତ ଗୋଟିଏ ରୌପ୍ୟ ଓ ଦୁଇ ରୌପ୍ୟ ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା।

ପୁରୁଷ ୮୬ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିବା ଦୀପକ ପୁନିଆଙ୍କୁ ୭ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ସେହିପରି ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ପୁନିଆ (ପୁରୁଷ ୬୫ କେଜି), ଭିନେଶ ଫୋଗଟ୍ (ମହିଳା ୫୩ କେଜି), ରାହୁଲ ଆୱାରେ (ପୁରୁଷ ୬୧ କେଜି) ଏବଂ ରବି ଦାହିୟା (ପୁରୁଷ ୫୭ କେଜି)ଙ୍କୁ ୪ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଦୀପକ, ବଜରଙ୍ଗ, ଭିନେଶ ଏବଂ ରବି ମଧ୍ୟ ଏହି ପ୍ରଦର୍ଶନ ଆଧାରରେ ଅଲିମ୍ପିକ୍ କୋଟା ହାସଲ କରିଛନ୍ତି। ତେବେ ରାହୁଲଙ୍କ ପୁରୁଷ ୬୧ କେଜି ଇଭେଣ୍ଟ ଅଲିମ୍ପିକରେ ସାମିଲ୍ ନାହିଁ।

ପ୍ରଥମଥର ପାଇଁ ଭାରତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରୁ ୪ ଅଲିମ୍ପିକ୍ କୋଟା ହାସଲ କରିଛି। ଚାରିବର୍ଷ ପୂର୍ବେ ଭାରତକୁ ମାତ୍ର ଗୋଟିଏ ଅଲିମ୍ପିକ୍ କୋଟା ମିଳିଥିଲା। ଟୋକିଓ ଅଲିମ୍ପିକ୍ ରେସଲିଂରେ ମୋଟ ୧୮ଟି ଇଭେଣ୍ଟ ହେବ ଏବଂ ଭାରତୀୟ ରେସଲରଙ୍କୁ କ୍ୱାଲିଫାଏ କରିବା ପାଇଁ ଆହୁରି ଦୁଇଟି ସୁଯୋଗ ମିଳିବ। ପ୍ରଥମ ସୁଯୋଗ ୨୦୨୦ରେ ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ ଏବଂ ଦ୍ୱିତୀୟ ସୁଯୋଗ ଅପ୍ରେଲରେ ୱାର୍ଲ୍ଡ କ୍ୱାଲିଫିକେଶନ ଟୁର୍ଣ୍ଣାମେଣ୍ଟରେ ମିଳିବ। ରେସଲରଙ୍କୁ ସମ୍ମାନିତ କରିବା ପରେ ରିଜିଜୁ କହିଥିଲ, "ଭାରତୀୟ ରେସଲିଂ ଟିମର ଏହି ଐତିହାସିକ ପ୍ରଦର୍ଶନ ପାଇଁ ମୁଁ ଗର୍ବିତ।"

Related story