ତିସାରା ପେରେରାଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ହାରିଲା ଶ୍ରୀଲଙ୍କା

ଓଭାଲ (ନ୍ୟୁଜିଲ୍ୟାଣ୍ଡ): ଅଲରାଉଣ୍ଡର ତିସାରା ପେରାରଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡଠାରୁ ପରାସ୍ତ ହୋଇଛି। ପେରେରା ମାତ୍ର ୫୭ଟି ବଲରେ ଶତକ ହାସଲ କରିଥିଲେ। ହେଲେ ଦଳର ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ଙ୍କ ସହଯୋଗ ନ ମିଳିବାରୁ ଶ୍ରୀଲଙ୍କା ୨୧ ରନ୍‌ରେ ଦ୍ୱିତୀୟ ଦିନିକିଆରେ ପରାସ୍ତ ହୋଇଛି। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ୩ଟିକିଆ ଦିନିକିଆ ସିରିଜ୍‌ରେ ୨-୦ରେ ଆଗୁଆ  ହେବାସହ ସିରିଜ୍‌ ଜିତିନେଇଛି। ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି କଲିନ୍‌ ମନରୋଙ୍କ ୮୭, […]

srilanka

Subrat Kumar Nayak
  • Published: Saturday, 05 January 2019
  • , Updated: 05 January 2019, 03:27 PM IST

ଓଭାଲ (ନ୍ୟୁଜିଲ୍ୟାଣ୍ଡ): ଅଲରାଉଣ୍ଡର ତିସାରା ପେରାରଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡଠାରୁ ପରାସ୍ତ ହୋଇଛି। ପେରେରା ମାତ୍ର ୫୭ଟି ବଲରେ ଶତକ ହାସଲ କରିଥିଲେ। ହେଲେ ଦଳର ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ଙ୍କ ସହଯୋଗ ନ ମିଳିବାରୁ ଶ୍ରୀଲଙ୍କା ୨୧ ରନ୍‌ରେ ଦ୍ୱିତୀୟ ଦିନିକିଆରେ ପରାସ୍ତ ହୋଇଛି। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ୩ଟିକିଆ ଦିନିକିଆ ସିରିଜ୍‌ରେ ୨-୦ରେ ଆଗୁଆ  ହେବାସହ ସିରିଜ୍‌ ଜିତିନେଇଛି।

ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି କଲିନ୍‌ ମନରୋଙ୍କ ୮୭, ରସ୍‌ ଟେଲରଙ୍କ ୯୦ ଓ ଜେମ୍ସ ନୀଶାମଙ୍କ ୬୪ ରନ୍‌ ବଳରେ ୭ ୱିକେଟ୍‌ ହରାଇ ୩୧୯ ରନ୍‌ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୧୨୮ ରନ୍‌ରେ ୭ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ପେରେରାଙ୍କ ବିସ୍ଫୋରକ ଶତକ ଯୋଗୁ ଶ୍ରୀଲଙ୍କା ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ସ୍କୋରର ନିକଟବର୍ତ୍ତୀ ହୋଇଥିଲା। ପେରେରା ମାତ୍ର ୭୪ଟି ବଲ୍‌ରେ ୧୪୦ ରନ୍‌ର ଇନିଂସ୍‌ ଖେଳିଥିଲେ। ଏଥିରେ ୧୩ଟି ଛକା ଓ ୮ଟି ଚୌକା ସାମିଲ ଥିଲା।

ଅନ୍ୟମାନଙ୍କ ମଧ୍ୟରେ ଦନୁସ୍କା ଗୁଣତିଲକ ୭୧ ରନ୍‌ କରିଥିବା ବେଳେ ଲସିଥ ମାଲିଙ୍ଗା ୧୭ ଓ କୁସାଲ ମେଣ୍ଡିସ ୨୦ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଫଳରେ ଶ୍ରୀଲଙ୍କା ୪୬.୨ ଓଭର୍‌ରେ ୨୯୮ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ସିରିଜ୍‌ର ଶେଷ ଦିନିକିଆ ମଙ୍ଗଳବାର ଖେଳାଯିବ।

Related story