ପାକିସ୍ତାନ ଗସ୍ତ ପାଇଁ ଦୁର୍ବଳ ଟିମ୍ ଚୟନ କଲା ଶ୍ରୀଲଙ୍କା

କଲମ୍ବୋ: ସୁରକ୍ଷା କାରଣରୁ ୧୦ ଖେଳାଳିଙ୍କ ହଟିବା ପରେ ଶ୍ରୀଲଙ୍କା ପାକିସ୍ତାନ ଗସ୍ତ ପାଇଁ ବୁଧବାର ଏକ ଦୁର୍ବଳ ଟିମର ଚୟନ କରିଛି। ଲାହିରୁ ଥିରିମାନେଙ୍କୁ ଶ୍ରୀଲଙ୍କା ଦିନିକିଆ ଟିମର କ୍ୟାପଟେନ୍ କରାଯାଇଥିବା ବେଳେ ଦାସୁଦ୍ ଶନକାଙ୍କୁ ଟି-୨୦ ଟିମର ନେତୃତ୍ୱ ଦିଆଯାଇଛି। ଦିମୁତ କରୁଣାରତ୍ନେ ଓ ଲସିଥ୍ ମାଲିଙ୍ଗା ଯଥାକ୍ରମେ ଶ୍ରୀଲଙ୍କା ଦିନିକିଆ ଓ ଟି-୨୦ ଟିମର ନିୟମିତ କ୍ୟାପଟେନ୍। କିନ୍ତୁ ଦୁହେଁ ପାକିସ୍ତାନ ଗସ୍ତ କରିବାକୁ ସିଧାସଳଖ ମନା କରିଦେଇଛନ୍ତି। ଏହି ଦୁଇ ଖେଳାଳିଙ୍କ […]

srilanka

srilanka

Ranjit Kumar Jena
  • Published: Wednesday, 11 September 2019
  • Updated: 11 September 2019, 07:42 PM IST

Sports

Latest News

କଲମ୍ବୋ: ସୁରକ୍ଷା କାରଣରୁ ୧୦ ଖେଳାଳିଙ୍କ ହଟିବା ପରେ ଶ୍ରୀଲଙ୍କା ପାକିସ୍ତାନ ଗସ୍ତ ପାଇଁ ବୁଧବାର ଏକ ଦୁର୍ବଳ ଟିମର ଚୟନ କରିଛି। ଲାହିରୁ ଥିରିମାନେଙ୍କୁ ଶ୍ରୀଲଙ୍କା ଦିନିକିଆ ଟିମର କ୍ୟାପଟେନ୍ କରାଯାଇଥିବା ବେଳେ ଦାସୁଦ୍ ଶନକାଙ୍କୁ ଟି-୨୦ ଟିମର ନେତୃତ୍ୱ ଦିଆଯାଇଛି।

ଦିମୁତ କରୁଣାରତ୍ନେ ଓ ଲସିଥ୍ ମାଲିଙ୍ଗା ଯଥାକ୍ରମେ ଶ୍ରୀଲଙ୍କା ଦିନିକିଆ ଓ ଟି-୨୦ ଟିମର ନିୟମିତ କ୍ୟାପଟେନ୍। କିନ୍ତୁ ଦୁହେଁ ପାକିସ୍ତାନ ଗସ୍ତ କରିବାକୁ ସିଧାସଳଖ ମନା କରିଦେଇଛନ୍ତି। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଆଞ୍ଜେଲୋ ମାଥ୍ୟୁସ୍, ନିରୋଶାନ୍ ଡିକୱେଲା, କୁଶଲ ପରେରା, ଧନଞ୍ଜୟ ଡି'ସିଲଭା, ଥିସାରା ପରେରା, ଅକିଲା ଧନଞ୍ଜୟ, ସୁରଙ୍ଗା ଲାକମଲ ଓ ଦିନେଶ ଚାଣ୍ଡିମଲ୍ ପାକିସ୍ତାନ ଗସ୍ତରେ ନଯିବାକୁ ନିଷ୍ପତ୍ତି ନେଇଛନ୍ତି।

ଆହତ କାରଣରୁ କୁଶଲ ମେଣ୍ଡିସ୍ ଚୟନ ପାଇଁ ଉବଲବ୍ଧ ହୋଇନାହାନ୍ତି। ତେବେ ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ କିଛି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ମିନୋଦ ବାନୁକା ନୂଆ ମୁହଁ ଭାବେ ଉଭୟ ଦିନିକିଆ ଓ ଟି-୨୦ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ସେହିପରି ଗତ ଜୁନରେ ଭାରତ ଗସ୍ତରେ ଶ୍ରୀଲଙ୍କା-ଏ ପକ୍ଷରୁ ଖେଳିଥିବା ଭାନୁକା ରାଜାପାକସାଙ୍କୁ ଟି-୨୦ ଦଳରେ ସାମିଲ୍ କରାଯାଇଛି। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଚଳିତ ମାସ ୨୭ରୁ ଏବଂ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହେବ।

ଦିନିକିଆ ସ୍କ୍ୱାଡ୍: ଲାହିରୁ ଥିରିମାନେ (କ୍ୟାପଟେନ୍), ଦନୁସ୍କା ଗୁଣତିଲକ, ସଦୀରା ସମରାବିକ୍ରମ, ଅଭିସ୍କା ଫର୍ଣ୍ଣାଣ୍ଡୋ, ଓଶାଡା ଫର୍ଣ୍ଣାଣ୍ଡୋ, ଶେହାନ୍ ଜୟସୁରିୟା, ଦାସୁଦ୍ ଶନକା, ମିନୋଦ ଭାନୁକା, ଆଞ୍ଜେଲୋ ପରେରା, ୱାନିନ୍ଦୁ ହାସରଙ୍ଗା, ଲକସନ୍ ସାଣ୍ଡାକାନ୍, ନୁୱନ୍ ପ୍ରଦୀପ, ଇସୁରୁ ଉଦାନା, କାସୁନ୍ ରଜିତା, ଲାହିରୁ କୁମାରା।

ଟି-୨୦ ସ୍କ୍ୱାଡ୍: ଦାସୁନ୍ ଶନକା (କ୍ୟାପଟେନ୍), ଦନୁସ୍କା ଗୁଣତିଲକ, ସଦୀରା ସମରାବିକ୍ରମ, ଅଭିସ୍କା ଫର୍ଣ୍ଣାଣ୍ଡୋ, ଓସାଡା ଫର୍ଣ୍ଣାଣ୍ଡୋ, ଶେହାନ୍ ଜୟସୁରିୟା, ଆଞ୍ଜେଲୋ ପରେରା, ଭାନୁକା ରାଜପାକସା, ମିନୋଦ ଭାନୁକା, ଲାହିରୁ ମଦୁଶଙ୍କା, ୱାନିନ୍ଦୁ ହାସରଙ୍ଗା, ଲକସନ୍ ସାଣ୍ଡାକାନ୍, ଇସୁରୁ ଉଦାନା, ନୁୱନ୍ ପ୍ରଦୀପ, କାସୁନ୍ ରଜିତା, ଲାହିରୁ କୁମାରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story