ପାକିସ୍ତାନ ଗସ୍ତ କଲା ଶ୍ରୀଲଙ୍କା କ୍ରିକେଟ୍ ଟିମ୍

କଲମ୍ବୋ: ଅଧିକାଂଶ ଶୀର୍ଷ ଖେଳାଳିଙ୍କ ଅନୁପସ୍ଥିତିରେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ସୁରକ୍ଷା ଚନ୍ତା ସତ୍ତ୍ୱେ ମଙ୍ଗଳବାର ପାକିସ୍ତାନ ଗସ୍ତ କରିଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସତ୍ତ୍ୱେ ଶ୍ରୀଲଙ୍କାର କ୍ରିକେଟ୍ ବୋର୍ଡ ତା’ର ଟିମକୁ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ଭରସା ଦେଖାଇଛି। ସୁରକ୍ଷା ଚିନ୍ତା କାରଣରୁ ଶ୍ରୀଲଙ୍କାର ୧୦ଜଣ ସିନିୟର ଖେଳାଳି ପାକିସ୍ତାନ ଗସ୍ତ ନକରିବାକୁ ନିଷ୍ପତ୍ତି ନେଇଥିଲେ। ମଙ୍ଗଳବାର ପାକିସ୍ତାନ ଗସ୍ତ କରିବା ପୂର୍ବରୁ ଟି-୨୦ ଟିମ୍ କ୍ୟାପଟେନ୍ ଦାସୁନ୍ ଶନକା କହିଥିଲେ, “ପାକିସ୍ତାନ ଗସ୍ତ […]

srilanka

srilanka

Ranjit Kumar Jena
  • Published: Tuesday, 24 September 2019
  • Updated: 24 September 2019, 04:39 PM IST

Sports

Latest News

କଲମ୍ବୋ: ଅଧିକାଂଶ ଶୀର୍ଷ ଖେଳାଳିଙ୍କ ଅନୁପସ୍ଥିତିରେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ସୁରକ୍ଷା ଚନ୍ତା ସତ୍ତ୍ୱେ ମଙ୍ଗଳବାର ପାକିସ୍ତାନ ଗସ୍ତ କରିଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସତ୍ତ୍ୱେ ଶ୍ରୀଲଙ୍କାର କ୍ରିକେଟ୍ ବୋର୍ଡ ତା'ର ଟିମକୁ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ଭରସା ଦେଖାଇଛି। ସୁରକ୍ଷା ଚିନ୍ତା କାରଣରୁ ଶ୍ରୀଲଙ୍କାର ୧୦ଜଣ ସିନିୟର ଖେଳାଳି ପାକିସ୍ତାନ ଗସ୍ତ ନକରିବାକୁ ନିଷ୍ପତ୍ତି ନେଇଥିଲେ।

ମଙ୍ଗଳବାର ପାକିସ୍ତାନ ଗସ୍ତ କରିବା ପୂର୍ବରୁ ଟି-୨୦ ଟିମ୍ କ୍ୟାପଟେନ୍ ଦାସୁନ୍ ଶନକା କହିଥିଲେ, "ପାକିସ୍ତାନ ଗସ୍ତ କରିବା ନେଇ ଆମେ ଆଦୌ ଚିନ୍ତିତ ନାହୁଁ। ଏହା ପୂର୍ବରୁ ଆସେ ୨୦୧୭ରେ ଲାହୋରରେ ଗୋଟିଏ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିସାରିଛୁ। ସେତେବେଳେ ମୁଁ ଟିମ୍ ସହ ଥିଲି। ଆମ ପାଇଁ ଯେଉଁଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି, ସେଥିରେ ଆମେ ସନ୍ତୁଷ୍ଟ। ପାକିସ୍ତାନରେ ନିଜ ଟିମର ନେତୃତ୍ୱ କରିବା ନେଇ ମୁଁ ବହୁତ ଉତ୍ସାହିତ ଅଛି। ମୋର ବିଶ୍ୱାସ ଯେ, ଘରୋଇ ଟିମକୁ ଆମେ ନିଶ୍ଚିତ କଡ଼ା ଟକ୍କର ଦେବୁ।"

ସେହିପରି ଦିନିକିଆ ଟିମର କ୍ୟାପଟେନ୍ ଲାହିରୁ ଥିରିମାନେ କହିଥିଲେ, "ସୁରକ୍ଷାକୁ ନେଇ ସେଭଳି କୌଣସି ସମସ୍ୟା ନାହିଁ। ପାକିସ୍ତାନରେ ଆମକୁ ଉନ୍ନତମାନର ସୁରକ୍ଷା ମିଳିବା ନେଇ ଆଶ୍ୱାସନା ଦିଆଯାଇଛି।"

୨୦୦୯ରେ ଲାହୋରରେ ଶ୍ରୀଲଙ୍କା ଟିମ୍ ଉପରକୁ ଆତଙ୍କୀ ଆକ୍ରମଣ ହୋଇଥିଲା। ଏହା ପରେ ଅଧିକାଂଶ ଅନ୍ତର୍ଜାତୀୟ ଟିମ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲେ। ଏପରିକି ପାକିସ୍ତାନକୁ ତା'ର ଅଧିକାଂଶ ମ୍ୟାଚ୍ ୟୁଏଇରେ ଖେଳିବାକୁ ପଡ଼ୁଛି। ୨୦୦୯ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଶ୍ରୀଲଙ୍କାର ୬ଜଣ ଖେଳାଳି ଆହତ ହୋଇଥିବା ବେଳେ ୬ଜଣ ପୁଲିସକର୍ମୀ ଓ ଦୁଇଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ପାକିସ୍ତାନରେ ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। ସେପ୍ଟେମ୍ବର ୨୭, ୨୯ ଓ ଅକ୍ଟୋବର ୨ ତାରିଖରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହା ପରେ ଅକ୍ଟୋବର ୫, ୭ ଓ ୯ ତାରିଖରେ ଟି-୨୦ ମ୍ୟାଚଗୁଡ଼ିକ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story