ଗୌହାଟୀରେ ପହଞ୍ଚିଲା ଶ୍ରୀଲଙ୍କା କ୍ରିକେଟ୍ ଟିମ୍‌

ଗୌହାଟୀ: ଅଭିଜ୍ଞ ପେସ୍ ବୋଲର ଲସିଥ୍ ମାଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବା ପାଇଁ ଗୁରୁବାର କଡ଼ା ସୁରକ୍ଷା ମଧ୍ୟରେ ଗୌହାଟୀରେ ପହଞ୍ଚିଛନ୍ତି। ନାଗରିକ ସଂଶୋଧନ ଆଇନ୍ (ସିଏଏ)କୁ ନେଇ ଏଠାରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାର ଖେଳାଳିମାନଙ୍କୁ ସୁରକ୍ଷା ମଧ୍ୟରେ ହୋଟେଲ ନିଆଯାଇଥିଲା। ଭାରତୀୟ ଟିମ୍ ରବିବାର ହେବାକୁଥିବା ମ୍ୟାଚ୍ ପାଇଁ ଶୁକ୍ରବାର ଅଲଗା ଅଲଗା ବିମାନରେ ଏଠାରେ ପହଞ୍ଚିବାର ସମ୍ଭାବନା ରହିଛି। […]

srilanka-team

Ranjit Kumar Jena
  • Published: Thursday, 02 January 2020
  • , Updated: 02 January 2020, 07:04 PM IST

ଗୌହାଟୀ: ଅଭିଜ୍ଞ ପେସ୍ ବୋଲର ଲସିଥ୍ ମାଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବା ପାଇଁ ଗୁରୁବାର କଡ଼ା ସୁରକ୍ଷା ମଧ୍ୟରେ ଗୌହାଟୀରେ ପହଞ୍ଚିଛନ୍ତି। ନାଗରିକ ସଂଶୋଧନ ଆଇନ୍ (ସିଏଏ)କୁ ନେଇ ଏଠାରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାର ଖେଳାଳିମାନଙ୍କୁ ସୁରକ୍ଷା ମଧ୍ୟରେ ହୋଟେଲ ନିଆଯାଇଥିଲା।

ଭାରତୀୟ ଟିମ୍ ରବିବାର ହେବାକୁଥିବା ମ୍ୟାଚ୍ ପାଇଁ ଶୁକ୍ରବାର ଅଲଗା ଅଲଗା ବିମାନରେ ଏଠାରେ ପହଞ୍ଚିବାର ସମ୍ଭାବନା ରହିଛି। ଆସାମ କ୍ରିକେଟ୍ ସଂଘ (ଏସିଏ)ର ଜଣେ ଅଧିକାରୀ କହିଛନ୍ତି, ଉଭୟ ଦଳ ପାଇଁ ଅତିରିକ୍ତ ଟ୍ରେନିଂ ସେସନ୍ ରହିଛି। ପ୍ରଥମେ ଶ୍ରୀଲଙ୍କା ଟିମ୍ ଅଭ୍ୟାସ କରିବ ଏବଂ ସନ୍ଧ୍ୟାରେ ଭାରତୀୟ ଟିମ୍ ଅଭ୍ୟାସ କରିବ। ସିଏଏକୁ ଚାଲିଥିବା ବିରୋଧ ପ୍ରଦର୍ଶନ କାରଣରୁ ଡିସେମ୍ବରରେ ଏଠାରେ ରଣଜୀ, ଅଣ୍ଡର୍‌-୧୯ ମ୍ୟାଚ୍ ଏବଂ ଘରୋଇ ସ୍ତରର କ୍ରିକେଟ୍ ମ୍ୟାଚକୁ ବାତିଲ୍ କରିଦିଆଯାଇଥିଲା। କିନ୍ତୁ ଏବେ ପରିସ୍ଥିତି ଠିକଠାକ୍ ଥିବା ଏସିଏର ସମ୍ପାଦକ ଦେବଜିତ୍ ସାଇକିଆ କହିଛନ୍ତି।

ସାଇକିଆ ଆହୁରି କହିଛନ୍ତି, ଆମେ ଜାନୁଆରୀ ୧୦ ତାରିଖରୁ ଖେଲୋ ଇଣ୍ଡିଆ ଗେମ୍ସ ଆୟୋଜନ କରିବୁ ଏବଂ ଏଥିରେ ପାଖାପାଖି ୭ହଜାର ଖେଳାଳି ଅଂଶଗ୍ରହଣ କରିବେ। ଭାରତର ଅନ୍ୟ ସ୍ଥାନ ଭଳି ଏଠାରେ ସବୁକିଛି ନିରାପଦ। ବିଶେଷକରି ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥାକୁ ବ୍ୟକ୍ତିଗତ ଭାବେ ଯାଞ୍ଚ କରୁଛନ୍ତି ଏବଂ ଏବେ କୌଣସି ସମସ୍ୟା ନାହିଁ। ସୂଚନାଯୋଗ୍ୟ, ୩୯,୫୦୦ କ୍ଷମତା ବିଶିଷ୍ଟ ବର୍ଷାପଡ଼ା ଷ୍ଟାଡିୟମର ୨୭ହଜାର ଟିକେଟ୍ ବିକ୍ରି ସରିଛି। ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୭ ତାରିଖରେ ଇନ୍ଦୋର ଏବଂ ୧୦ ତାରିଖରେ ତୃତୀୟ ମ୍ୟାଚ୍ ପୁଣେରେ ଖେଳାଯିବ।

ଶ୍ରୀଲଙ୍କା ଟି-୨୦ ସ୍କ୍ୱାଡ୍‌: ଲସିଥ୍ ମାଲିଙ୍ଗା (କ୍ୟାପଟେନ୍‌), ଦନୁଷ୍କା ଗୁଣତିଳକ, ଅଭିସ୍କା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ୍‌, ଦାସୁଦ୍ ଶନକା, କୁଶଲ ପରେରା, ନିରୋଶାନ୍ ଡିକୱେଲା, ଧନଞ୍ଜୟ ଡି'ସିଲଭା, ଇସୁରୁ ଉଦାନା, ଭାନୁକା ରାଜପାକସା, ଓସାଡା ଫର୍ଣ୍ଣାଣ୍ଡୋ, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା, କୁଶଲ ମେଣ୍ଡିସ୍‌, ଲକଶନ୍ ସାଣ୍ଡାକାନ୍‌, କାସୁନ୍ ରଜିତା।

Related story