ସଂକଟରେ ଶ୍ରୀଲଙ୍କା ଟିମ୍‌: ଚୟନ କମିଟି ଅଧ୍ୟକ୍ଷ ଜୟସୁରିଆ ଦେଲେ ଇସ୍ତଫା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଏବେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି। ଭାରତ ବିପକ୍ଷରେ ଲଗାତର ଟେଷ୍ଟ ଓ ଦିନିକିଆ ସିରିଜ ହାରିବା ପରେ ଚିନ୍ତାରେ ପଡିଯାଇଛି ଶ୍ରୀଲଙ୍କା। ଚଳିତ ସିରିଜରେ ଶ୍ରୀଲଙ୍କା, ଭାରତ ବିରୋଧରେ ଗୋଟିଏ ବି ମ୍ୟାଚ୍‌ ଏପର୍ଯ୍ୟନ୍ତ ଜିତିପାରିନାହିଁ। ଫଳରେ ଦେଶ ଭିତରେ ଶ୍ରୀଲଙ୍କା ଟିମ୍‌କୁ ସମାଲୋଚନା ହେବାକୁ ପଡୁଛି। ଏନେଇ ଶ୍ରୀଲଙ୍କାର ଚୟନ କମିଟର ଅଧ୍ୟକ୍ଷ ତଥା ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସନଥ ଜୟସୁରିୟା ନିଜ […]

Rakesh Mallick
  • Published: Wednesday, 30 August 2017
  • , Updated: 30 August 2017, 06:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଏବେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି। ଭାରତ ବିପକ୍ଷରେ ଲଗାତର ଟେଷ୍ଟ ଓ ଦିନିକିଆ ସିରିଜ ହାରିବା ପରେ ଚିନ୍ତାରେ ପଡିଯାଇଛି ଶ୍ରୀଲଙ୍କା। ଚଳିତ ସିରିଜରେ ଶ୍ରୀଲଙ୍କା, ଭାରତ ବିରୋଧରେ ଗୋଟିଏ ବି ମ୍ୟାଚ୍‌ ଏପର୍ଯ୍ୟନ୍ତ ଜିତିପାରିନାହିଁ। ଫଳରେ ଦେଶ ଭିତରେ ଶ୍ରୀଲଙ୍କା ଟିମ୍‌କୁ ସମାଲୋଚନା ହେବାକୁ ପଡୁଛି। ଏନେଇ ଶ୍ରୀଲଙ୍କାର ଚୟନ କମିଟର ଅଧ୍ୟକ୍ଷ ତଥା ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସନଥ ଜୟସୁରିୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ଶ୍ରୀଲଙ୍କାର କ୍ରୀଡାମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଶ୍ରୀଲଙ୍କା ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସେ ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଛି।

ଚଳିତ ସିରିଜରେ ଶ୍ରୀଲଙ୍କା ୩ଟି ଟେଷ୍ଟ ମ୍ୟାଚ୍‌ରୁ ୩ଟିରେ ପରାସ୍ତ ହୋଇଥିବା ବେଳେ ୩ଟି ଦିନିକିଆରେ ମଧ୍ୟ ପରାସ୍ତ ହୋଇ ସିରିଜରୁ ବାହାର ହୋଇସାରିଛି। ଶ୍ରୀଲଙ୍କାର ପ୍ରଦର୍ଶନରେ ପ୍ରଶଂସକ ମଧ୍ୟ ବେଶ୍‌ ନିରାଶ ହୋଇଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଥିଲା ପାଲେକେଲ ଦିନିକିଆରେ। ତୃତୀୟ ଦିନିକିଆରେ ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ଜିତିବାକୁ ଆଉ ମାତ୍ର ୮ ରନ୍‌ ବାକି ଥିବା ବେଳେ ଶ୍ରୀଲଙ୍କା ଦର୍ଶକ ନିଜ ଦଳ ଉପରେ ନିରାଶ ହୋଇ ପଡିଆ ମଧ୍ୟକୁ ପାଣି ବୋଟଲ ଫିଙ୍ଗିଥିଲେ। ଯେଉଁଥିପାଇଁ ମ୍ୟାଚକୁ କିଛି ସମୟ ବନ୍ଦ ରଖିବାକୁ ପଡିଥିଲା।

Related story