ଗାଲେ ଟେଷ୍ଟ: ୬୦୦ ରନ୍‌ରେ ଭାରତ ଅଲ୍‌ଆଉଟ୍‌

ଗାଲେ: ଗାଲେ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ଭାରତ ୬୦୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଶିଖର ଧାୱନ ବିସ୍ଫୋରକ ୧୯୦ (୧୬୮ ବଲ୍‌) ଏବଂ ଚେତେଶ୍ୱର ପୂଜାରା ୧୫୩ ରନ୍‌ (୨୬୫ ବଲ୍‌)ର ପାଳି ଖେଳିଥିଲେ। ଗତକାଲି ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଭିନବ ମୁକୁନ୍ଦ ୧୨, ଅଧିନାୟକ ବିରାଟ କୋହଲି ୩, ଆଜିଙ୍କ୍ୟ ରାହାଣେ ୫୭, ରବିଚନ୍ଦ୍ରନ ଅଶ୍ୱିନ […]

cheteshwar-pujara

Rakesh Mallick
  • Published: Thursday, 27 July 2017
  • , Updated: 27 July 2017, 02:35 PM IST

ଗାଲେ: ଗାଲେ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ଭାରତ ୬୦୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଶିଖର ଧାୱନ ବିସ୍ଫୋରକ ୧୯୦ (୧୬୮ ବଲ୍‌) ଏବଂ ଚେତେଶ୍ୱର ପୂଜାରା ୧୫୩ ରନ୍‌ (୨୬୫ ବଲ୍‌)ର ପାଳି ଖେଳିଥିଲେ। ଗତକାଲି ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଭିନବ ମୁକୁନ୍ଦ ୧୨, ଅଧିନାୟକ ବିରାଟ କୋହଲି ୩, ଆଜିଙ୍କ୍ୟ ରାହାଣେ ୫୭, ରବିଚନ୍ଦ୍ରନ ଅଶ୍ୱିନ ୪୭, ରିଦ୍ଧିମାନ ଶାହା ୧୬, ହାର୍ଦ୍ଦିକ ପାଣ୍ଡ୍ୟା ୫୦, ରବୀନ୍ଦ୍ର ଜାଡେଜା ୧୫, ମହମ୍ମଦ ସାମି ୩୦ ଏବଂ ଉମେଶ ଯାଦବ ୧୧ (ଅପରାଜିତ) କରିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଏନ୍‌ ପ୍ରଦୀପ ୩୧ ଓଭରରେ ୧୩୨ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ। ଏଲ୍‌. କୁମାର ୩ଟି ଏବଂ ରଙ୍ଗନା ହେରାଥ୍‌ ଗୋଟିଏ ୱିକେଟ୍‌ ନେଇଥିଲେ।

Related story