ଫେଲ୍‌ ମାରିଲେ ଏହି ଦାମୀ ଖେଳାଳି: ସବୁଠୁ ମୂଲ୍ୟବାନ କ୍ରିକେଟର୍‌ଙ୍କ ଗୋଟିଏ ରନ୍‌ର ଦାମ ୬ ଲକ୍ଷରୁ ଅଧିକ

ଆଇପିଏଲ୍‌ର ୧୧ ତମ ସଂସ୍କରଣ ଶେଷ ହୋଇଯାଇଛି। ଏହି ସିଜିନରେ ଏମିତି ଖେଳାଳି ଅଛନ୍ତି ଯେଉଁମାନଙ୍କ ପ୍ରଦର୍ଶନ ବେଶ ଆକର୍ଷଣୀୟ ରହିଛି। ହେଲେ ଏମିତ ଦାମୀ ଖେଳାଳି ଅଛନ୍ତି ଯେଉଁମାନଙ୍କ ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଥିଲା। ବେନ୍‌ ଷ୍ଟୋକ: ୨୦୧୮ ସିଜିନରେ ସବୁଠୁ ଦାମୀ କ୍ରିକେଟ୍‌ର ବେନ୍‌ ଷ୍ଟୋକ୍ସ ଏଥର ଫ୍ଲପ୍‌ ହୋଇଥିଲେ। ସେ ୧୩ଟି ମ୍ୟାଚ୍‌ ଖେଳି ମାତ୍ର ୧୯୬ ରନ କରିବା ସହ ୮ଟି ୱିକେଟ୍‌ ନେଇଥିଲେ। ରାଜସ୍ଥାନ ରୟାଲ୍ସ ତାଙ୍କୁ ସର୍ବାଧିକ ୧୨.୫ […]

aaaaa

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 06:23 PM IST

ଆଇପିଏଲ୍‌ର ୧୧ ତମ ସଂସ୍କରଣ ଶେଷ ହୋଇଯାଇଛି। ଏହି ସିଜିନରେ ଏମିତି ଖେଳାଳି ଅଛନ୍ତି ଯେଉଁମାନଙ୍କ ପ୍ରଦର୍ଶନ ବେଶ ଆକର୍ଷଣୀୟ ରହିଛି। ହେଲେ ଏମିତ ଦାମୀ ଖେଳାଳି ଅଛନ୍ତି ଯେଉଁମାନଙ୍କ ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଥିଲା।

ବେନ୍‌ ଷ୍ଟୋକ: ୨୦୧୮ ସିଜିନରେ ସବୁଠୁ ଦାମୀ କ୍ରିକେଟ୍‌ର ବେନ୍‌ ଷ୍ଟୋକ୍ସ ଏଥର ଫ୍ଲପ୍‌ ହୋଇଥିଲେ। ସେ ୧୩ଟି ମ୍ୟାଚ୍‌ ଖେଳି ମାତ୍ର ୧୯୬ ରନ କରିବା ସହ ୮ଟି ୱିକେଟ୍‌ ନେଇଥିଲେ। ରାଜସ୍ଥାନ ରୟାଲ୍ସ ତାଙ୍କୁ ସର୍ବାଧିକ ୧୨.୫ କୋଟିରେ କିଣିଥିଲା।

ଯୁବରାଜ: ୨୦୧୮ ଆଇପିଏଲ ସବୁଠୁ ଖରାପ ରହିଥିଲା ଯୁବରାଜଙ୍କ ପାଇଁ ସେ ୬ଟି ପାଳିରୁ ୬୫ ରନ୍‌ କରିଥିଲେ। ଏବଂ କିଛି ମ୍ୟାଚ୍‌ରେ ବୋଲିଂ କରିଥିଲେ ମଧ୍ୟ ୱିକେଟ୍‌ ପାଇନଥିଲେ। ପଞ୍ଜାବ ତାଙ୍କୁ ୨ କୋଟିରେ ଏଥର କିଣିଥିଲା।

ମ୍ୟାକ୍ସୱେଲ୍‌: ଏହି ବିସ୍ଫୋରକ ଖେଳାଳିଙ୍କ ପ୍ରଦର୍ଶନ ବେଶ ଖରାପ ରହିଥିଲା ୨୦୧୮ ଆଇପିଏଲ୍‌ରେ। ସେ ୧୨ଟି ଇଂନିସ ଖେଳି ମାତ୍ର ୧୬୯ ରନ କରିପାରିଥିଲେ। ଦିଲ୍ଲୀ ଡେୟାର ଡେଭିଲ୍ସ ତାଙ୍କୁ ୯ କୋଟି ଟଙ୍କାରେ କିଣିଥିଲା।

ଜୟଦେବ ଉନଦକତ: ଆଇପିଏଲ୍‌ ୨୦୧୮ରେ ଦ୍ୱିତୀୟ ସର୍ବାଧିକ ଦାମୀ ଖେଳାଳି ଭାବେ ବୋଲର୍‌ ଜୟଦେବ ଉନଦକତଙ୍କୁ ରାଜସ୍ଥାନ ୧୧.୫ କୋଟିରେ ରାଜସ୍ଥାନ କିଣିଥିଲା। ହେଲେ ପ୍ରତିଯୋଗିତାରେ ସେ ସେମିତି କିଛି ଜଲ୍‌ୱା ଦେଖାଇପାରିନଥିଲେ। ସେ ୧୫ଟି ମ୍ୟାଚ୍‌ରୁ ୧୧ଟି ୱିକେଟ୍‌ ହାସଲ କରିଥିଲେ।

ଗମ୍ଭୀର: ଆରମ୍ଭରୁ ଦିଲ୍ଲୀର ଅଧିନାୟକ ଦାୟିତ୍ୱରେ ଥିବା ଗମ୍ଭୀର ମଧ୍ୟ ଏଥର ଫ୍ଲପ୍‌ ହୋଇଥିଲେ। ସେ  ୫ଟି ଇଂନିସରୁ ୮୫ ରନ୍‌ କରିଥିଲେ। ଦିଲ୍ଲୀ ତାଙ୍କୁ ୨.୮ କୋଟିରେ କିଣିଥିଲା।

ମନୀଷ ପାଣ୍ଡେ: ଆଉଜଣେ ଦାମୀ ଖେଳାଳି ହେଲେ ମନୀଷ ପାଣ୍ଡେ। ହାଇଦ୍ରାବଦ ତାଙ୍କୁ ସର୍ବାଧିକ୧୧ କୋଟିରେ କିଣିଥିଲା। ସେ ୧୩ଟି ଇଂନିସରୁ ୨୮୪ ରନ୍‌ କରିଥିଲେ।  

Related story