ପତ୍ନୀଙ୍କ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ଅଧାରୁ ପଳାଇ ଆସିଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର୍ ପେସର୍ ମିଚେଲ୍ ଷ୍ଟାର୍କ ଦକ୍ଷିଣ ଆଫ୍ରିକା ଗସ୍ତ ଅଧାରୁ ସ୍ୱଦେଶ ଫେରି ଆସିଛନ୍ତି। ଯାହା ଫଳରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଖେଳାଯିବାକୁଥିବା ତୃତୀୟ ଦିନିକିଆରେ ଖେଳିପାରିବେ ନାହିଁ। ତେବେ ଷ୍ଟାର୍କଙ୍କ ସ୍ୱଦେଶ ଫେରି ଆସିବାର କାରଣ ହେଉଛି ତାଙ୍କ ପତ୍ନୀ ଆଲିସା ହିଲୀ, ଯିଏ ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରୁଛନ୍ତି। ରବିବାର ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ। ଏହି […]

starc

Ranjit Kumar Jena
  • Published: Friday, 06 March 2020
  • , Updated: 06 March 2020, 09:00 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର୍ ପେସର୍ ମିଚେଲ୍ ଷ୍ଟାର୍କ ଦକ୍ଷିଣ ଆଫ୍ରିକା ଗସ୍ତ ଅଧାରୁ ସ୍ୱଦେଶ ଫେରି ଆସିଛନ୍ତି। ଯାହା ଫଳରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଖେଳାଯିବାକୁଥିବା ତୃତୀୟ ଦିନିକିଆରେ ଖେଳିପାରିବେ ନାହିଁ। ତେବେ ଷ୍ଟାର୍କଙ୍କ ସ୍ୱଦେଶ ଫେରି ଆସିବାର କାରଣ ହେଉଛି ତାଙ୍କ ପତ୍ନୀ ଆଲିସା ହିଲୀ, ଯିଏ ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରୁଛନ୍ତି। ରବିବାର ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ।

ଏହି ମ୍ୟାଚରେ ନିଜ ପତ୍ନୀ ତଥା ହିଲୀଙ୍କୁ ଚିୟର୍ କରିବା ପାଇଁ ଷ୍ଟାର୍କ ସ୍ୱଦେଶ ଫେରିଆସିଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ଷ୍ଟାର୍କଙ୍କ ଏହି ନିଷ୍ପତ୍ତିରେ ରାଜି ମଧ୍ୟ ହୋଇଛି। ଏ ସମ୍ବନ୍ଧରେ ଟିମର କୋଚ୍ ଜଷ୍ଟିନ୍ ଲାଙ୍ଗର କହିଛନ୍ତି, ଘରୋଇ ବିଶ୍ୱକପ୍ ଫାଇନାଲରେ ଆଲିସାଙ୍କୁ ଖେଳୁଥିବାର ଦେଖିବା ଷ୍ଟାର୍କଙ୍କ ପାଇଁ ସ୍ମରଣୀୟ କଥା। ଏଥିପାଇଁ ସେ ନିଜ ପତ୍ନୀଙ୍କୁ ସମର୍ଥନ କରିବା ଏବଂ ଏଭଳି ଏକ ଐତିହାସିକ କ୍ଷଣର ମୁକସାକ୍ଷୀ ହେବା ପାଇଁ ସ୍ୱଦେଶ ଫେରିଯାଇଛନ୍ତି।

ଏହା ସହ ଷ୍ଟାର୍କଙ୍କୁ ମଧ୍ୟ ସେଠାରେ ବିଶ୍ରାମ କରିବାର ପର୍ଯ୍ୟାପ୍ତ ସମୟ ମଧ୍ୟ ମିଳିବ। ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମକୁ ଫେରିବେ। ଷ୍ଟାର୍କଙ୍କ ଅନୁପସ୍ଥିତିରେ ଜୋଶ୍ ହେଜଲଉଡ୍‌, ଝାଇ ରିଚାର୍ଡସନ୍ ଓ କେନ୍ ରିଚାର୍ଡସନଙ୍କ ପାଇଁ ଭଲ ସୁଯୋଗ ହେବ। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ମହିଳା ଟିମ୍ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫ ରନରେ ହରାଇ ପୁଣି ଫାଇନାଲରେ ପହଞ୍ଚିଛି।

Related story