କରୋନାକୁ ନେଇ ବିରାଟ୍ ଦେଲେ ଏହି ବାର୍ତ୍ତା

ନୂଆଦିଲ୍ଲୀ: କରୋନା ଭାଇରସ୍ ଭୂତାଣୂ ସଂକ୍ରମଣ ଏବେ ସାରା ବିଶ୍ୱକୁ ଆତଙ୍କିତ କରିଛି। କରୋନା ଭାଇରସ୍ କାରଣରୁ କ୍ରିକେଟ୍ ଏବଂ ବାକି କ୍ରୀଡ଼ା ଜଗତ ବେଶ୍ ପ୍ରଭାବିତ ହୋଇଛି। ସମସ୍ତ କ୍ରୀଡ଼ାର କାର୍ଯ୍ୟସୂଚୀକୁ ସ୍ଥଗିତ କରାଯାଇଥିବା ବେଳେ କିଛି ଖେଳକୁ ବନ୍ଦ ଦ୍ୱାର ଅର୍ଥାତ୍ ଖାଲି ଷ୍ଟାଡିୟମରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏଭଳି ଏକ କଠିନ ସମୟରେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଆଗକୁ ଆସିଛନ୍ତି। କୋହଲି କରୋନା ଭାଇରସକୁ ଦୃଢ଼ତାର ସହ […]

kohli

Ranjit Kumar Jena
  • Published: Saturday, 14 March 2020
  • , Updated: 14 March 2020, 05:13 PM IST

ନୂଆଦିଲ୍ଲୀ: କରୋନା ଭାଇରସ୍ ଭୂତାଣୂ ସଂକ୍ରମଣ ଏବେ ସାରା ବିଶ୍ୱକୁ ଆତଙ୍କିତ କରିଛି। କରୋନା ଭାଇରସ୍ କାରଣରୁ କ୍ରିକେଟ୍ ଏବଂ ବାକି କ୍ରୀଡ଼ା ଜଗତ ବେଶ୍ ପ୍ରଭାବିତ ହୋଇଛି। ସମସ୍ତ କ୍ରୀଡ଼ାର କାର୍ଯ୍ୟସୂଚୀକୁ ସ୍ଥଗିତ କରାଯାଇଥିବା ବେଳେ କିଛି ଖେଳକୁ ବନ୍ଦ ଦ୍ୱାର ଅର୍ଥାତ୍ ଖାଲି ଷ୍ଟାଡିୟମରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏଭଳି ଏକ କଠିନ ସମୟରେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଆଗକୁ ଆସିଛନ୍ତି।

କୋହଲି କରୋନା ଭାଇରସକୁ ଦୃଢ଼ତାର ସହ ସାମ୍ନା କରିବାକୁ କହିଛନ୍ତି। କୋହଲି କହିଛନ୍ତି, "ଆମକୁ ମଜଭୁତ୍ ରହିବା ସହ ସମସ୍ତ ପ୍ରକାରର ପ୍ରତିଷେଧାତ୍ମକ ବ୍ୟବହାର କରି କରୋନା ଭାଇରସ୍ ବିରୋଧରେ ଲଢ଼ିବାକୁ ପଡ଼ିବ। ଏହାଛଡ଼ା ସୁରକ୍ଷିତ ରହିବା, ସତର୍କ ରହିବା ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା, ଉପଚାର ଠାରୁ ପ୍ରତିରୋଧ ବହୁତ ଭଲ। ସମସ୍ତେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।"


କରୋନା ଭାଇରସ୍ କାରଣରୁ ଶୁକ୍ରବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ବାତିଲ କରିଦିଆଯାଇଛି। ଧର୍ମଶାଳାରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ହୋଇ ବାତିଲ ହୋଇଥିଲା। ଦ୍ୱିତୀୟ ଦିନିକିଆ ୧୫ରେ ଲକ୍ଷ୍ନୌ ଓ ୧୮ ତାରିଖରେ କୋଲକାତାରେ ଖେଳାଯିବାକୁ ତୃତୀୟ ଦିନିକିଆକୁ ବାତିଲ କରିଦିଆଯାଇଛି।

କରୋନା କାରଣରୁ ଆଇପିଏଲର ୧୩ଶ ସଂସ୍କରଣକୁ ମଧ୍ୟ ସ୍ଥଗିତ କରାଯାଇଛି। ମାର୍ଚ୍ଚ ୨୯ ତାରିଖରୁ ହେବାକୁଥିବା ଆଇପିଏଲର ୧୩ଶ ସଂସ୍କରଣକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। କିନ୍ତୁ ବିସିସିଆଇର ଏହି ନିଷ୍ପତ୍ତିକୁ ଅନ୍ତିମ ବୋଲି କୁହାଯାଇ ପାରିବ ନାହିଁ। ଯଦି ଆଗକୁ ପରିସ୍ଥିତି ଅଧିକ ସଙ୍ଗୀନ ହୁଏ, ତାହେଲେ ଆଇପିଏଲକୁ ହୁଏତ ବାତିଲ କରାଯାଇପାରେ।

Related story