କୋହଲି ଓ ସ୍ମିଥଙ୍କୁ ନେଇ ଏମିତି କହିଲେ ଶେନ୍ ୱାର୍ଣ୍ଣ

ନୂଆଦିଲ୍ଲୀ: ଚାରି ଇନିଂସ୍, ଗୋଟିଏ ଦ୍ୱିଶତକ ସମେତ ମୋଟ ତିନି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ। ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚଳିତ ଆଶେସ୍ ସିରିଜରେ ଅଷ୍ଟ୍ରେଲିଆର ଏହି ପୂର୍ବତନ କ୍ୟାପଟେନ୍ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ଗୁରୁବାର ସେ ଦ୍ୱିଶତକ ହାସଲ କରିଛନ୍ତି। ସେ ପୂର୍ବରୁ ହିଁ ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇସାରିଛନ୍ତି। କିନ୍ତୁ […]

smith-and-virat

Ranjit Kumar Jena
  • Published: Friday, 06 September 2019
  • , Updated: 06 September 2019, 05:07 PM IST

ନୂଆଦିଲ୍ଲୀ: ଚାରି ଇନିଂସ୍, ଗୋଟିଏ ଦ୍ୱିଶତକ ସମେତ ମୋଟ ତିନି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ। ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚଳିତ ଆଶେସ୍ ସିରିଜରେ ଅଷ୍ଟ୍ରେଲିଆର ଏହି ପୂର୍ବତନ କ୍ୟାପଟେନ୍ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ଗୁରୁବାର ସେ ଦ୍ୱିଶତକ ହାସଲ କରିଛନ୍ତି। ସେ ପୂର୍ବରୁ ହିଁ ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇସାରିଛନ୍ତି। କିନ୍ତୁ କ୍ରିକେଟ୍ ଜଗତରେ ଏବେବି ଚର୍ଚ୍ଚା ଚାଲିଛି ଯେ, ବିରାଟ୍ ଓ ସ୍ମିଥଙ୍କ ମଧ୍ୟରୁ କିଏ ଉନ୍ନତ ବ୍ୟାଟ୍ସମ୍ୟାନ।

ଅଷ୍ଟ୍ରେଲିଆର ମହାନ୍ ଲେଗ୍ ସ୍ପିନର୍ ଶେନ୍ ୱାର୍ଣ୍ଣର୍ କହିଛନ୍ତି, "ଯଦି ମୁଁ ଟେଷ୍ଟ କ୍ରିକେଟ୍ ପାଇଁ ଚୟନ କରିବି, ତାହେଲେ ବିରାଟଙ୍କଠାରୁ ସ୍ମିଥଙ୍କୁ ସାମାନ୍ୟ ଆଗରେ ରଖିବି। ତେବେ ଓଭରଅଲ୍ ଫର୍ମାଟରେ ବିରାଟ୍ କୋହଲି ସ୍ମିଥଙ୍କଠାରୁ ଆଗରେ ରହିବେ। ମୋର ବିଶ୍ୱାସ ଯେ କୋହଲି ଆଗାମୀ ଦିନରେ ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକର ରେକର୍ଡ ନିଶ୍ଚିତ ଭାଙ୍ଗିବେ।"

ୱାର୍ଣ୍ଣ ଆହୁରି କହିଛନ୍ତି, "ଟେଷ୍ଟ କ୍ରିକେଟ୍ କଥା ଉଠିଲେ, ମୋ ମତରେ କୋହଲି ଓ ସ୍ମିଥଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ମୋ ପକ୍ଷେ ବହୁତ କଷ୍ଟକର। କିନ୍ତୁ ଟେଷ୍ଟ କ୍ରିକେଟରେ ଯଦି ଜଣେ ବ୍ୟାଟ୍ସମ୍ୟାନଙ୍କୁ ଚୟନ କରିବାକୁ ହୁଏ, ତାହେଲେ ମୁଁ ସ୍ମିଥଙ୍କୁ ବାଛିବି। ଯଦି ମୁଁ ଏଭଳି ନକରେ, ତାହେଲେ ମୋ ପାଖରେ ବିରାଟ୍ ରହିବେ ଏବଂ ଏଥିରେ ମୁଁ ଖୁସି ହେବି, କାରଣ ସେ ଜଣେ ମହାନ୍ ବ୍ୟାଟ୍ସମ୍ୟାନ୍।"

ୱାର୍ଣ୍ଣ କହିଛନ୍ତି, "ମୋ ବିଚାରରେ ବିରାଟ ସବୁ ଫର୍ମାଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ତେବେ ବିଗତ ଦିନରେ ଭିଭିଆନ୍ ରିଚାର୍ଡ୍ସ ସବୁଠାରୁ ମହାନ୍ ବ୍ୟାଟ୍ସମ୍ୟାନ୍ ଥିଲେ। କିନ୍ତୁ ଏବେ ମୋ ନଜରରେ କୋହଲି ମହାନ ଦିନିକିଆ ବ୍ୟାଟ୍ସମ୍ୟାନ୍। କୋହଲି ବର୍ତ୍ତମାନ ରିଚାର୍ଡ୍ସଙ୍କଠାରୁ ବହୁ ଆଗକୁ ଚାଲିଯାଇଛନ୍ତି।" କୋହଲିଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୬୮ ଶତକ ହୋଇସାରିଛି। ଏଭଳି ସ୍ଥିତିରେ କୋହଲି ସଚିନଙ୍କ ୧୦୦ତମ ଅନ୍ତର୍ଜାତୀୟ ଶତକର ରେକର୍ଡ ଭାଙ୍ଗିପାରନ୍ତି।

ଏ ନେଇ ୱାର୍ଣ୍ଣ କହିଛନ୍ତି, ସଚିନଙ୍କ ରେକର୍ଡ ଏବେ ବିପଦରେ। ୭୦୮ ଟେଷ୍ଟ ୱିକେଟ୍ ନେବା ପରେ ମୋତେ ମଧ୍ୟ ପଚରାଯାଇଥିଲା ଯେ ମୋ ରେକର୍ଡ କିଏ ଭାଙ୍ଗିବ। ମୁଁ ନାଥନ ଲାୟନଙ୍କ ନାଁ ନେଇଥିଲି। ଲାୟନ୍ ଯଦି ନିୟମିତ ଭଲ କ୍ରିକେଟ୍ ଖେଳିବେ, ତାହେଲେ ନିଶ୍ଚିତ ମୋ ରେକର୍ଡ ଭାଙ୍ଗିଦେବେ। ସଚିନଙ୍କ ପକ୍ଷେ ମଧ୍ୟ ଠିକ୍ ସେୟା ହେବ। ଯଦି ସଚିନଙ୍କୁ ପଚରାଯିବ ଯେ ତାଙ୍କ ରେକର୍ଡ କିଏ ଭାଙ୍ଗିବ, ତାହେଲେ ସେ ବିରାଟଙ୍କ ନାଁ ହିଁ କହିବେ। ବର୍ତ୍ତମାନ ସଚିନଙ୍କୁ ସତର୍କ ରହିବାକୁ ପଡ଼ିବ, କାରଣ ବିରାଟ ତାଙ୍କ ରେକର୍ଡ ଭାଙ୍ଗିବାକୁ ଆସୁଛନ୍ତି।

Related story