ପଠାନ୍‌ଙ୍କ ଧମାକା: ୭ ୱିକେଟ୍‌ରେ ମ୍ୟାଚ ଜିତିଲା ହାଇଦ୍ରାବାଦ

ନୂଆଦିଲ୍ଲୀ: ଆଜିର ମ୍ୟାଚରେ ୟୁସୁଫ୍‌ ପଠାନ୍‌ଙ୍କ ଧମାକା ଦେଖିବାକୁ ମିଳିଛି। ସେ ୧୨ଟି ବଲ୍‌ରେ ୨୭ ରନ୍‌ କରିଥିଲେ। ଯାହାଫଳରେ ହାଇଦ୍ରାବାଦ୍‌ ସନ୍‌ରାଇଜର୍ସ, ଦିଲ୍ଲୀକୁ ହରାଇପାରିଛି। ଟପ୍‌-୪ରେ ପହଞ୍ଚିବାକୁ ହେଲେ ଦିଲ୍ଲୀକୁ ଆଗାମୀ ସମସ୍ତ ମ୍ୟାଚ୍‌ ଜିତିବାକୁ ପଡ଼ିବ। ହାଇଦ୍ରାବାଦରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପରେ ବ୍ୟାଟିଂ କରିବାକୁ ଆସିଥିଲେ ପୃଥ୍ୱୀବି ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌। ମାତ୍ର ପୃଥ୍ୱୀବିଙ୍କ ଏକ ଷ୍ଟ୍ରେଟ୍‌ଡ୍ରାଇଭରେ ବଲ୍‌ ବୋଲରଙ୍କ ହାତ ବାଜି ଅନ୍‌ଷ୍ଟ୍ରେଇକ୍‌ […]

555_1525545054_618x347

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 01:22 AM IST

ନୂଆଦିଲ୍ଲୀ: ଆଜିର ମ୍ୟାଚରେ ୟୁସୁଫ୍‌ ପଠାନ୍‌ଙ୍କ ଧମାକା ଦେଖିବାକୁ ମିଳିଛି। ସେ ୧୨ଟି ବଲ୍‌ରେ ୨୭ ରନ୍‌ କରିଥିଲେ। ଯାହାଫଳରେ ହାଇଦ୍ରାବାଦ୍‌ ସନ୍‌ରାଇଜର୍ସ, ଦିଲ୍ଲୀକୁ ହରାଇପାରିଛି। ଟପ୍‌-୪ରେ ପହଞ୍ଚିବାକୁ ହେଲେ ଦିଲ୍ଲୀକୁ ଆଗାମୀ ସମସ୍ତ ମ୍ୟାଚ୍‌ ଜିତିବାକୁ ପଡ଼ିବ।

ହାଇଦ୍ରାବାଦରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପରେ ବ୍ୟାଟିଂ କରିବାକୁ ଆସିଥିଲେ ପୃଥ୍ୱୀବି ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌। ମାତ୍ର ପୃଥ୍ୱୀବିଙ୍କ ଏକ ଷ୍ଟ୍ରେଟ୍‌ଡ୍ରାଇଭରେ ବଲ୍‌ ବୋଲରଙ୍କ ହାତ ବାଜି ଅନ୍‌ଷ୍ଟ୍ରେଇକ୍‌ ଷ୍ଟମ୍ପରେ ବାଜି ଥିଲା। ଫଳରେ ମ୍ୟାକ୍ସୱେଲ୍‌ ୨ ରନ୍‌ କରି ଆଉଟ୍‌ ହୋଇଯାଇ ଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ ଶ୍ରେୟସ୍‌ ଆୟାର। ସେ, ପୃଥ୍ୱୀବିଙ୍କ ସହ ମିଶି ଜବରଦସ୍ତ ଇନିଂସ୍‌ ଖେଳିଥିଲେ। ମାତ୍ର ପୃଥ୍ୱୀବି ୩୬ ବଲ୍‌ରେ ୬୫ ରନ୍‌ କରିଥିବା ବେଳେ ରସିଦ୍‌ ଖାନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ପରେ ନିୟମିତ ବ୍ୟବଧାନରେ ୱିକେଟ୍‌ ଯାଇଥିଲା। ଶ୍ରେୟସ୍‌ ୪୪, ରିସଭ ପନ୍ଥ ୧୮ ଓ ନମନ ଓଝା ୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ବିଜୟ ଶଙ୍କର ୨୩ ଓ ଡାନିଏଲ୍‌ କ୍ରିଷ୍ଟାନ୍‌ ୭ ରନ୍‌ କରି ନଟ୍‌ଆଉଟ୍‌ ଥିଲେ। ଯାହାଫଳରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୬୩ ରନ୍‌  କରିଥିଲେ।

୧୬୪ ରନ୍‌ର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିଲେ ହାଇଦ୍ରାବାଦ। ଓପ୍ନର ଆଲେକ୍ସ ଓ ସିଖର ଧାୱନ ବ୍ୟାଟିଂ କରିବାକୁ ଆସିଥିଲେ। ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଶିଖର ୩୩, ଆଲେକ୍ସ ୪୫, ମନିଷ ପାଣ୍ଡେ ୨୧ ରନ୍‌ କରି ଆଉଟ୍‌ ହୋଇଥିଲେ। କେ.ୱିଲିୟମ ୩୨ ଓ ୟୁସୁଫ୍‌ ୨୭ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି।

Related story