ସୁପରକପ୍‌ ଫୁଟବଲ ଫାଇନାଲ୍‌: ଇଷ୍ଟ ବେଙ୍ଗଲକୁ ଭେଟିବ ବାଙ୍ଗାଲୋର FC

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ସୁପରକପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଇଷ୍ଟ ବେଙ୍ଗଲ ଏବଂ ବାଙ୍ଗାଲୋର FC। ଆସନ୍ତା ୨୦ ତାରିଖରେ ଏହି ଦୁଇ ଦଳ ମଧ୍ୟରେ ସୁପର କପ ଟାଇଟଲ ପାଇଁ ଲଢେଇ ହେବ। ଆଜି ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ବାଙ୍ଗାଲୋର ଏଫସି ୪-୨ ଗୋଲରେ କୋଲକାତାର ମୋହନ ବାଗାନକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି। ଗତକାଲି ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଇଷ୍ଟବେଙ୍ଗଲ ୧-୦ ଗୋଲରେ FC ଗୋଆକୁ ହରାଇ […]

FC

Rakesh Mallick
  • Published: Tuesday, 17 April 2018
  • , Updated: 17 April 2018, 07:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ସୁପରକପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଇଷ୍ଟ ବେଙ୍ଗଲ ଏବଂ ବାଙ୍ଗାଲୋର FC। ଆସନ୍ତା ୨୦ ତାରିଖରେ ଏହି ଦୁଇ ଦଳ ମଧ୍ୟରେ ସୁପର କପ ଟାଇଟଲ ପାଇଁ ଲଢେଇ ହେବ। ଆଜି ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ବାଙ୍ଗାଲୋର ଏଫସି ୪-୨ ଗୋଲରେ କୋଲକାତାର ମୋହନ ବାଗାନକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି। ଗତକାଲି ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଇଷ୍ଟବେଙ୍ଗଲ ୧-୦ ଗୋଲରେ FC ଗୋଆକୁ ହରାଇ ଫାଇନାଲକୁ ପ୍ରବେଶ କରିଥିଲା।

Related story