୫ହଜାର ରନ କ୍ଲବରେ ରାଇନା

ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଇତିହାସ ରଚିଛନ୍ତି। ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲରେ ୫ହଜାର ରନ୍ ପୂରଣ କରିଛନ୍ତି। ରାଇନାଙ୍କୁ ଏହି ଉପଲବ୍ଧି ହାସଲ କରିବା ପାଇଁ ମାତ୍ର ୧୫ ରନ୍ ଆବଶ୍ୟକ ହେଉଥିଲା। ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ରାଇନା ଉକ୍ତ ମ୍ୟାଚରେ ମାତ୍ର ୧୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ […]

raina

Ranjit Kumar Jena
  • Published: Sunday, 24 March 2019
  • , Updated: 24 March 2019, 03:41 PM IST

ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଇତିହାସ ରଚିଛନ୍ତି। ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲରେ ୫ହଜାର ରନ୍ ପୂରଣ କରିଛନ୍ତି। ରାଇନାଙ୍କୁ ଏହି ଉପଲବ୍ଧି ହାସଲ କରିବା ପାଇଁ ମାତ୍ର ୧୫ ରନ୍ ଆବଶ୍ୟକ ହେଉଥିଲା।

ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ରାଇନା ଉକ୍ତ ମ୍ୟାଚରେ ମାତ୍ର ୧୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ ୧୭୭ ମ୍ୟାଚରେ ୩୫ ଅର୍ଦ୍ଧଶତକ ମାରିଛନ୍ତି। ଚେନ୍ନାଇ ଆଇପିଏଲରୁ ଦୁଇ ବର୍ଷ ବାସନ୍ଦ ହେବା ପରେ ରାଇନା ୨୦୧୬ ଓ ୨୦୧୭ରେ ଗୁଜରାଟ ଲାୟନ୍ସ ପକ୍ଷରୁ ଖେଳିଥିଲେ।

ଏହି ଦୁଇଟି ସଂସ୍କରଣରେ ରାଇନା ଗୁଜରାଟ ପକ୍ଷରୁ ୮୪୧ ରନ୍ କରିଥିଲେ। ରାଇନାଙ୍କ ନାମରେ ଆଇପିଏଲର କୌଣସି ତିନୋଟି ସିଜନରେ ୫୦୦ରୁ ଅଧିକ ରନ୍ କରିବାର ରେକର୍ଡ ରହିଛି। ୨୦୧୩ରେ ସେ ସର୍ବାଧିକ ୫୪୮ ରନ୍ କରିଥିଲେ। ଏହି ସଂସ୍କରଣରେ ମଧ୍ୟ ରାଇନା କିଙ୍ଗସ୍ ଇଲେଭେନ ପଞ୍ଜାବ ବିପକ୍ଷରେ ନିଜର ପ୍ରଥମ ଶତକ ମାରିଥିଲେ।

Related story