ରାଜ୍ୟଗୋଷ୍ଠୀରେ ଭାରତର ଟେକ ରଖିବ ରେସ୍‌ଲିଂ: ସୁଶୀଲ ଓ ସାକ୍ଷୀଙ୍କ ଉପରେ ଭରସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଦିନ କେଇଟା ପରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆରମ୍ଭ ହେବ ରାଜ୍ୟଗୋଷ୍ଟୀ କ୍ରିଡ଼ା। ଯାହାକୁ ନେଇ ବେସ୍ ଆଶାବାଦୀ ରହିଛି ଭାରତ। ଚଳିତ ବର୍ଷ ୧୭ଟି ଇଭେଣ୍ଟରେ ୨୨୧  ଜଣ ଆଥଲେଟ୍ ଭାଗ ନେଉଛନ୍ତି। ତେଣୁ ଫୁଲ୍ ଦମରେ କସରତ ଆରମ୍ଭ କରିଛନ୍ତି ସମସ୍ତ ଖେଳାଳି। ସୁଟିଂ ପରେ ରେସଲିଂକୁ ନେଇ ବେସ୍ ଆଶାବାଦୀ ଅଛି ଭାରତ। ଦେଶ ପାଇଁ ବହୁ ଥର ମେଡାଲ ଆଣିଛନ୍ତି ଭାରତୀୟ ରେସଲର୍‌। ଏହି ତାଲିକାରେ ସର୍ବ ପ୍ରଥମ […]

Sushil-Kumar-Sakshi-Malik-win-golds-at-Commonwealth-Cship

Rakesh Mallick
  • Published: Sunday, 01 April 2018
  • , Updated: 01 April 2018, 05:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଦିନ କେଇଟା ପରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆରମ୍ଭ ହେବ ରାଜ୍ୟଗୋଷ୍ଟୀ କ୍ରିଡ଼ା। ଯାହାକୁ ନେଇ ବେସ୍ ଆଶାବାଦୀ ରହିଛି ଭାରତ। ଚଳିତ ବର୍ଷ ୧୭ଟି ଇଭେଣ୍ଟରେ ୨୨୧  ଜଣ ଆଥଲେଟ୍ ଭାଗ ନେଉଛନ୍ତି। ତେଣୁ ଫୁଲ୍ ଦମରେ କସରତ ଆରମ୍ଭ କରିଛନ୍ତି ସମସ୍ତ ଖେଳାଳି। ସୁଟିଂ ପରେ ରେସଲିଂକୁ ନେଇ ବେସ୍ ଆଶାବାଦୀ ଅଛି ଭାରତ। ଦେଶ ପାଇଁ ବହୁ ଥର ମେଡାଲ ଆଣିଛନ୍ତି ଭାରତୀୟ ରେସଲର୍‌। ଏହି ତାଲିକାରେ ସର୍ବ ପ୍ରଥମ ସ୍ଥାନରେ ରହିବେ ସୁଶୀଲ କୁମାର। ଅଲିମ୍ପିକ୍ସରେ ଦୁଇ ଥରର ପଦକ ବିଜେତା ହେଉଛନ୍ତି ସୁଶୀଲ। ୨୦୧୦ ମସିହାରେ ୬୬ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ଏବଂ ୨୦୧୪ ମସିହା କମନ୍ୱେଲଥରେ ପାକିସ୍ତାନର କମର ଅବ୍ବାସଙ୍କୁ ମାତ ଦେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ସୁଶୀଲ। ତେଣୁ ଚଳିତ ଥର ରାଜ୍ୟଗୋଷ୍ଟୀ କ୍ରୀଡ଼ାରେ ହାଟ୍ରିକ୍ ପଦକ ତାଙ୍କଠୁ ଆଶା କରୁଛି ଭାରତ।

ରେସଲିଂରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାକ୍ଷୀ ମଲ୍ଲିକଙ୍କୁ ବାଦ୍ ଦିଆଯାଇନପାରେ। ଅଲମ୍ପିକ୍ସରେ ଭାରତରୁ ପ୍ରଥମ ମହିଳା ପଦକ ବିଜେତା ହେଉଛନ୍ତି ସାକ୍ଷୀ। ଶେଷ ଥର ପାଇଁ ଗ୍ଲାସଗୋରେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ କ୍ରିଡ଼ାରେ ରୌପ୍ୟ ପଦକ ପାଇଥିବା ସାକ୍ଷୀ ଏଥର ସ୍ୱର୍ଣ୍ଣ ପଦକ ଦୌଡ଼ରେ ଅଛନ୍ତି। ସେପଟେ ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରିଡ଼ାରେ ଭାଗ ନେବାକୁ ଯାଉଛନ୍ତି ୧୯ ବର୍ଷିୟ ଦିବ୍ୟା କକରନ୍। କମନ୍ୱେଲଥ୍ ରେସଲିଂ ଚମ୍ପିଅନ୍ସିପରେ ସ୍ୱର୍ଣ୍ଣ ଏବଂ ଏସିଅନ୍ ରେସଲିଂ ଚମ୍ପିଅନ୍ସିପରେ ରୌପ ପଦକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ ଦିବ୍ୟା। ଯୁବ ରେସଲର୍ ଭାବେ ଦିବ୍ୟାଙ୍କ ପ୍ରଦର୍ଶନ ବେସ୍ ଗୁରୁତ୍ୱବହନ କରିବ। ଚଳିତ ଥର ରେସଲିଂରେ ଭାରତରୁ ଭାଗ ନେଉଛନ୍ତି ୧୦ ଜଣ ରେସଲର୍। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଇତିହାସ ୮୪ ବର୍ଷର। ୧୯୩୦ରୁ ଏହା ଆରମ୍ଭ ହୋଇଥିଲେ ବି ୧୯୩୪ ଦ୍ୱିତୀୟ ସଂସ୍କରଣରୁ ଭାଗ ନେଇଥିଲା ଭାରତ। ଗତ ୧୬ଟି ସଂସ୍କରଣରେ ଭାରତ ମୋଟ୍ ୪୩୮ଟି ପଦକ ବିଜୟୀ ହୋଇଛି। ଯେଉଁଥିରେ ଅଛି ୧୫୫ଟି ସ୍ୱର୍ଣ୍ଣ। ତାଲିକା ଦୃଷ୍ଟିରୁ ଚତୁର୍ଥ ସ୍ଥାନରେ ଅଛି ଭାରତ। ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଘରୋଇ ମାଟିରେ ୧୦୧ଟି ପଦକ ଜିତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲା ଭାରତ।

Related story