କାଲିଠୁ ଟି-ଟ୍ୱେଣ୍ଟି ସିରିଜ: ଭାରତର ପଲ୍ଲା ଭାରି  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଇଣ୍ଡିଆ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜ। ଝାଡ଼ଖଣ୍ଡର ରାଂଚିରେ ଖେଳାଯିବ ପ୍ରଥମ ମ୍ୟାଚ। ଦିନିକିଆ ସିରିଜ ପରି ଟି-ଟ୍ୱେଣ୍ଟିରେ ମଧ୍ୟ ଦବ୍‌ଦବା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ।  ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳ ଚମତ୍କାର ପ୍ରଦର୍ଶନ କରି ଦିନିକିଆ ସିରିଜକୁ ୪-୧ରେ ଇଣ୍ଡିଆ ଜିତିନେଇଥିଲା। ଦେଖିବାକୁ ଗଲେ ବୋଲିଂରେ ଉଭୟ ସ୍ପିନ୍ ବୋଲର ଓ ପେସ୍ ବୋଲରଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ଥିଲା। ୪ ନମ୍ବରରେ ବ୍ୟାଟିଂ କରିଥିବା […]

kohli_smith_555_1507212855_618x347

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 04:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଇଣ୍ଡିଆ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜ। ଝାଡ଼ଖଣ୍ଡର ରାଂଚିରେ ଖେଳାଯିବ ପ୍ରଥମ ମ୍ୟାଚ। ଦିନିକିଆ ସିରିଜ ପରି ଟି-ଟ୍ୱେଣ୍ଟିରେ ମଧ୍ୟ ଦବ୍‌ଦବା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ।  ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳ ଚମତ୍କାର ପ୍ରଦର୍ଶନ କରି ଦିନିକିଆ ସିରିଜକୁ ୪-୧ରେ ଇଣ୍ଡିଆ ଜିତିନେଇଥିଲା। ଦେଖିବାକୁ ଗଲେ ବୋଲିଂରେ ଉଭୟ ସ୍ପିନ୍ ବୋଲର ଓ ପେସ୍ ବୋଲରଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ଥିଲା। ୪ ନମ୍ବରରେ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୁଇ ଯୁବ ବୋଲର କୁଳଦୀପ ଯାଦବ ଓ  ଚହଲଙ୍କ ବୋଲିଂକୁ ସାମ୍ନା କରିପାରିନଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ। ଏବେ ପୁଣି ଦଳକୁ ଫେରିଛନ୍ତି ଆଶିଷ। ନେହରା ଟି-ଟ୍ୱେଣ୍ଟିରେ ମଧ୍ୟ ଟିମ୍ ଇଣ୍ଡିଆର ରେକର୍ଡ ଅଷ୍ଟ୍ରେଲିଆ ବିରୋଧରେ ଭଲ। ଶେଷଥର ପାଇଁ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜକୁ ଇଣ୍ଡିଆ  ୩-୦ରେ ଜିତିନେଇଥିଲା। ଏଥର ମଧ୍ୟ ସେହି ପ୍ରଦର୍ଶନ ଦୋହରାଇବାକୁ ଲକ୍ଷ୍ୟ ରଖିଛି ବିରାଟ ବ୍ରିଗେଡ୍।

Related story