ତାମିମ ଇକବାଲ ହେଲେ ବାଂଲାଦେଶ ଅଧିନାୟକ

ଢାକା: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ବାଂଲାଦେଶର ଅଧିନାୟକ ଦାୟିତ୍ୱ ଓପନର ତାମିମ ଇକବାଲଙ୍କ ହାତରେ ନ୍ୟସ୍ତ କରାଯାଇଛି। ଦଳର ନିୟମିତ ଅଧିନାୟକ ମର୍ଶଫି ମୋର୍ତାଜା ଆହତ ହେବାରୁ ସେ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। ଏହି କାରଣରୁ ତାମିମଙ୍କୁ ଦଳର ଅସ୍ଥାୟୀ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଦଳର ନିୟମିତ ଉପ ଅଧିନାୟକ ସାକିବ ଅଲ ହାସନଙ୍କୁ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ବିଶ୍ରାମ ଦିଆଯାଇଛି। ମୋର୍ତାଜାଙ୍କ ବ୍ୟତୀତ ଅଲରାଉଣ୍ଡର […]

rte

Hemant Lenka
  • Published: Saturday, 20 July 2019
  • , Updated: 20 July 2019, 06:37 PM IST

ଢାକା: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ବାଂଲାଦେଶର ଅଧିନାୟକ ଦାୟିତ୍ୱ ଓପନର ତାମିମ ଇକବାଲଙ୍କ ହାତରେ ନ୍ୟସ୍ତ କରାଯାଇଛି। ଦଳର ନିୟମିତ ଅଧିନାୟକ ମର୍ଶଫି ମୋର୍ତାଜା ଆହତ ହେବାରୁ ସେ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। ଏହି କାରଣରୁ ତାମିମଙ୍କୁ ଦଳର ଅସ୍ଥାୟୀ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ଦଳର ନିୟମିତ ଉପ ଅଧିନାୟକ ସାକିବ ଅଲ ହାସନଙ୍କୁ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ବିଶ୍ରାମ ଦିଆଯାଇଛି। ମୋର୍ତାଜାଙ୍କ ବ୍ୟତୀତ ଅଲରାଉଣ୍ଡର ମହମ୍ମଦ ସୈଫୁଦ୍ଦିନ ମଧ୍ୟ ଆହତ ହୋଇ ବାଂଲାଦେଶ ସ୍କ୍ୱାଡ୍‌ରୁ ବାଦ ପଡ଼ିଛନ୍ତି। ଏମାନଙ୍କ ବଦଳରେ ତସ୍କିନ ଅହମ୍ମଦ ଓ ଅଲରାଉଣ୍ଡର ଫରହାତ ରେଜାଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଚୟନ କରାଯାଇଛି।

ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହା ଜୁଲାଇ ୨୬, ୨୮ ଓ ଅଗଷ୍ଟ ୧ରେ ଆର ପ୍ରେସାଦାସ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

Related story