ଫ୍ରେଣ୍ଡସିପ୍ ମ୍ୟାଚ୍‌ ଖେଳିଲେ ନେତା, ପ୍ରଶାସକ, କର୍ପୋରେଟ୍ ଓ ମିଡିଆ: ପ୍ରଶାସକ ଟିମ୍‌ ଚାମ୍ପିଅନ୍

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଟାଟା ଫ୍ରେଣ୍ଡସିପ୍ କପ୍ ଫୁଟବଲ୍ ମ୍ୟାଚ୍ ଆଯୋଜିତ ହୋଇଯ଼ାଇଛି। ଯେଉଁଥିରେ ୪ଟି ଦଳ ଭାଗ ନେଇଥିଲେ। ରାଜନେତା, ପ୍ରଶାସକ, ମିଡିଆ ଏବଂ ଆୟୋଜକ ଟାଟାଷ୍ଟିଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ମ୍ୟାଚ୍। ଏଥିରେ ବିଧାୟକ, ମନ୍ତ୍ରୀ, ଆଇଏସ ଓ ଆଇପିଏସ ଅଫିସରଙ୍କ ସହ ବହୁ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଭାଗ ନେଇ ଖେଳର ଭରପୁର ମଜା ଉଠାଇଥିଲେ। ଅବସର ହେଉଛି ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ଫ୍ରେଣ୍ଡସିପ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ। ଗତ ୫ ବର୍ଷ ଧରି ସୁସମ୍ପର୍କ ସ୍ଥାପନ ଲକ୍ଷ୍ୟରେ ଏଭଳି ମ୍ୟାଚର ଆୟୋଜନ ହୋଇଆସୁଛ। ପ୍ରଥମ ସେମିଫାଇନାଲରେ ରାଜନେତା ଟିମକୁ ହରାଇ ଫାଇନାଲ୍କୁ ଉଠିଥିଲା ପ୍ରଶାସକ ଇଲେଭେନ୍। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଗଣମାଧ୍ୟମ ପ୍ରତିନିଧି ଓ ଟାଟା ଷ୍ଟିଲ୍ ମଧ୍ୟରେ ହୋଇଥିଲା ଟକ୍କର। ଡିଫେଣ୍ଡିଂ ଚାମ୍ପିଅନ୍ ମିଡିଆ ଇଲେଭେନକୁ ୧-୦ ଗୋଲରେ ହରାଇ ଫାଇନାଲକୁ ପ୍ରବେଶ କରିଥିଲା ଟାଟା। ଫାଇନାଲରେ ଆୟୋଜକ ଟାଟାକୁ ହରାଇ ଚାମ୍ପିଅନ୍ ହୋଇଥିଲା ପ୍ରଶାସକ ଟିମ୍। ଫାଇନାଲରେ ପ୍ରଶାସକ ଓ ଟାଟା ଟିମ୍ ମଧ୍ୟରେ ହୋଇଥିଲା ଜୋରଦାର ଟକ୍କର। ଫୈସଲା ହୋଇଥିଲା ଟାଇବ୍ରେକରରେ। ୪-୧ ଗୋଲରେ ଟାଟାକୁ ଚିତ୍ କରି ଟାଇଟେଲ୍ ହାତେଇଥିଲେ ପ୍ରଶାସକ ଟିମ୍।</p>

Ordigital Desk
  • Published: Saturday, 09 September 2017
  • Updated: 09 September 2017, 08:05 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଟାଟା ଫ୍ରେଣ୍ଡସିପ୍ କପ୍ ଫୁଟବଲ୍ ମ୍ୟାଚ୍ ଆଯୋଜିତ ହୋଇଯ଼ାଇଛି। ଯେଉଁଥିରେ ୪ଟି ଦଳ ଭାଗ ନେଇଥିଲେ। ରାଜନେତା, ପ୍ରଶାସକ, ମିଡିଆ ଏବଂ ଆୟୋଜକ ଟାଟାଷ୍ଟିଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ମ୍ୟାଚ୍। ଏଥିରେ ବିଧାୟକ, ମନ୍ତ୍ରୀ, ଆଇଏସ ଓ ଆଇପିଏସ ଅଫିସରଙ୍କ ସହ ବହୁ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଭାଗ ନେଇ ଖେଳର ଭରପୁର ମଜା ଉଠାଇଥିଲେ। ଅବସର ହେଉଛି ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ଫ୍ରେଣ୍ଡସିପ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ। ଗତ ୫ ବର୍ଷ ଧରି ସୁସମ୍ପର୍କ ସ୍ଥାପନ ଲକ୍ଷ୍ୟରେ ଏଭଳି ମ୍ୟାଚର ଆୟୋଜନ ହୋଇଆସୁଛ। ପ୍ରଥମ ସେମିଫାଇନାଲରେ ରାଜନେତା ଟିମକୁ ହରାଇ ଫାଇନାଲ୍କୁ ଉଠିଥିଲା ପ୍ରଶାସକ ଇଲେଭେନ୍। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଗଣମାଧ୍ୟମ ପ୍ରତିନିଧି ଓ ଟାଟା ଷ୍ଟିଲ୍ ମଧ୍ୟରେ ହୋଇଥିଲା ଟକ୍କର। ଡିଫେଣ୍ଡିଂ ଚାମ୍ପିଅନ୍ ମିଡିଆ ଇଲେଭେନକୁ ୧-୦ ଗୋଲରେ ହରାଇ ଫାଇନାଲକୁ ପ୍ରବେଶ କରିଥିଲା ଟାଟା। ଫାଇନାଲରେ ଆୟୋଜକ ଟାଟାକୁ ହରାଇ ଚାମ୍ପିଅନ୍ ହୋଇଥିଲା ପ୍ରଶାସକ ଟିମ୍। ଫାଇନାଲରେ ପ୍ରଶାସକ ଓ ଟାଟା ଟିମ୍ ମଧ୍ୟରେ ହୋଇଥିଲା ଜୋରଦାର ଟକ୍କର। ଫୈସଲା ହୋଇଥିଲା ଟାଇବ୍ରେକରରେ। ୪-୧ ଗୋଲରେ ଟାଟାକୁ ଚିତ୍ କରି ଟାଇଟେଲ୍ ହାତେଇଥିଲେ ପ୍ରଶାସକ ଟିମ୍।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos