ଏହି କାରଣରୁ ବାଂଲାଦେଶକୁ ହେଲା ଜୋରିମାନା

କଲମ୍ବୋ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଧିମା ବୋଲିଂ ପାଇଁ ବାଂଲାଦେଶକୁ ଆଇସିସି ଦଣ୍ଡିତ କରିଛି। ମ୍ୟାଚ୍‌ ରେଫରୀ କ୍ରିସ୍‌ ବ୍ରଡ୍ କହିଛନ୍ତି, “ତାମିମ ଇକବାଲଙ୍କ ବାଂଲାଦେଶ ଟିମ୍‌ ନିର୍ଦ୍ଧାରିତ ସମୟରେ ଯେତିକି ଓଭର ବୋଲିଂ କରିବା କଥା, ତା’ଠାରୁ ୨ ଓଭର୍‌ କମ୍‌ ବୋଲିଂ କରିଥିଲା। ଏହାଦ୍ୱାରା ବାଂଲାଦେଶ ଟିମ୍‌ ଆଇସିସିର ଧାରା ୨.୨୨କୁ ଉଲ୍ଲଙ୍ଘନ କରିଛି। ଏହି କାରଣରୁ ଅଧିନାୟକ ତାମିଲ ଇକବାଲଙ୍କ ମ୍ୟାଚ୍‌ ଫି’ର ୪୦ ପ୍ରତିଶତ ଓ ଅନ୍ୟ ଖେଳାଳିଙ୍କ […]

wf

Hemant Lenka
  • Published: Saturday, 27 July 2019
  • , Updated: 27 July 2019, 08:47 PM IST

କଲମ୍ବୋ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଧିମା ବୋଲିଂ ପାଇଁ ବାଂଲାଦେଶକୁ ଆଇସିସି ଦଣ୍ଡିତ କରିଛି। ମ୍ୟାଚ୍‌ ରେଫରୀ କ୍ରିସ୍‌ ବ୍ରଡ୍ କହିଛନ୍ତି, “ତାମିମ ଇକବାଲଙ୍କ ବାଂଲାଦେଶ ଟିମ୍‌ ନିର୍ଦ୍ଧାରିତ ସମୟରେ ଯେତିକି ଓଭର ବୋଲିଂ କରିବା କଥା, ତା’ଠାରୁ ୨ ଓଭର୍‌ କମ୍‌ ବୋଲିଂ କରିଥିଲା।

ଏହାଦ୍ୱାରା ବାଂଲାଦେଶ ଟିମ୍‌ ଆଇସିସିର ଧାରା ୨.୨୨କୁ ଉଲ୍ଲଙ୍ଘନ କରିଛି। ଏହି କାରଣରୁ ଅଧିନାୟକ ତାମିଲ ଇକବାଲଙ୍କ ମ୍ୟାଚ୍‌ ଫି’ର ୪୦ ପ୍ରତିଶତ ଓ ଅନ୍ୟ ଖେଳାଳିଙ୍କ ମ୍ୟାଚ୍‌ ଫି’ରୁ ୨୦% କାଟ କରାଯାଇଛି। ଏହି ଦଣ୍ଡକୁ ତାମିମ ଇକବାଲ ଗ୍ରହଣ କରିଛନ୍ତି।”

ଗତକାଲି ଆର ପ୍ରେମାଦାସ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଶ୍ରୀଲଙ୍କା ଟିମ୍‌ ବାଂଲାଦେଶକୁ ପରାସ୍ତ କରିଥିଲା।

Related story