ମ୍ୟାଚ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱଚ୍ଛତା ମିଶନରେ ଯୋଗଦେଲା ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଗପୁର ଦିନିକିଆ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଶନରେ ଯୋଗଦାନ କଲା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପଞ୍ଚମ ତଥା ଶେଷ ଦିନିକିଆ ପୂର୍ବରୁ ନାଗପୁର କ୍ରିକେଟ୍‌ ଷ୍ଟାଡିୟମରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଟିମ୍ ଇଣ୍ଡିଆର ଖେଳାଳି। ବିରାଟ କୋହଲିଙ୍କ ନେତୃତ୍ୱରେ ରବିବାର ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା। ବିରାଟଙ୍କ ସହ ଏହି ସ୍ୱଚ୍ଛତା ଅଭିଯାନରେ ରୋହିତ ଶର୍ମା, ରାହାନେ, ପାଣ୍ଡ୍ୟା ଓ ରବି ଶାସ୍ତ୍ରୀ ସାମିଲ ଥିଲେ। ଭାରତୀୟ ଦଳର ଖେଳାଳି […]

india_13_1506848392_618x347

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 03:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଗପୁର ଦିନିକିଆ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଶନରେ ଯୋଗଦାନ କଲା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପଞ୍ଚମ ତଥା ଶେଷ ଦିନିକିଆ ପୂର୍ବରୁ ନାଗପୁର କ୍ରିକେଟ୍‌ ଷ୍ଟାଡିୟମରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଟିମ୍ ଇଣ୍ଡିଆର ଖେଳାଳି। ବିରାଟ କୋହଲିଙ୍କ ନେତୃତ୍ୱରେ ରବିବାର ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା। ବିରାଟଙ୍କ ସହ ଏହି ସ୍ୱଚ୍ଛତା ଅଭିଯାନରେ ରୋହିତ ଶର୍ମା, ରାହାନେ, ପାଣ୍ଡ୍ୟା ଓ ରବି ଶାସ୍ତ୍ରୀ ସାମିଲ ଥିଲେ। ଭାରତୀୟ ଦଳର ଖେଳାଳି ଓ କୋଚ୍‌ ପଡିଆରେ ପଡିଥିବା ପ୍ଲାଷ୍ଟିକ୍‌ ବୋଟଲ୍‌କୁ ଗୋଟାଇ ଏକ ଡଷ୍ଟବିନ୍‌ରେ ରଖିଥିଲେ। ଏହି ଅବସରରେ ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲି କହିଛନ୍ତି ଯେ ସେ ଏବଂ ତାଙ୍କ ଟିମ୍‌  ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ଅଭିଯାନକୁ ସମ୍ପୂର୍ଣ୍ଣ ସମର୍ଥନ କରିଆସୁଛନ୍ତି ଓ ସର୍ବଦା କରିବେ। ଏହାସହ ରବି ଶାସ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କ୍ଲିନ୍ ଇଣ୍ଡିଆ ନାରାକୁ ଦୋହରାଇଥିଲେ। ସେ ସ୍ୱଚ୍ଛତା ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ସହ ଅଛନ୍ତି ବୋଲି କହିଥିଲେ।

Related story