ରବିବାର ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଖେଳାଳି ଚୟନ, ଫୋକସରେ ମଧ୍ୟକ୍ରମ

ମୁମ୍ବାଇ: ଏମଏସକେ ପ୍ରସାଦ ଆଣ୍ଡ କୋ ଆସନ୍ତାକାଲି ମୁମ୍ବାଇରେ ଥିବା କ୍ରିକେଟ ସେଣ୍ଟରରେ ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆର ଚୟନ କରିବେ। ମଧ୍ୟକ୍ରମର ବାରମ୍ବାର ବିଫଳତା ଯୋଗୁ ଟିମ୍‌ ଇଣ୍ଡିଆ ବିଶ୍ୱକପ ୨୦୧୯ ସେମି ଫାଇନାଲରୁ ବାଦ ପଡ଼ିଲା। ତେଣୁ ଚୟନ କମିଟି ଏହି ସମସ୍ୟା ଉପରେ ଅଧିକ ଫୋକସ କରିବ। ୪ ନଂରେ ଦଳ କାହାକୁ ଖେଳାଇବ, ତା’କୁ ନେଇ ଦ୍ୱନ୍ଦ୍ୱରେ ରହିଛି। ଏହି ସ୍ଥାନ ପାଇଁ ଚୟନ କମିଟି ଶ୍ରେୟସ ଆୟର, ମନୀଷ […]

w

Hemant Lenka
  • Published: Saturday, 20 July 2019
  • , Updated: 20 July 2019, 04:42 PM IST

ମୁମ୍ବାଇ: ଏମଏସକେ ପ୍ରସାଦ ଆଣ୍ଡ କୋ ଆସନ୍ତାକାଲି ମୁମ୍ବାଇରେ ଥିବା କ୍ରିକେଟ ସେଣ୍ଟରରେ ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆର ଚୟନ କରିବେ। ମଧ୍ୟକ୍ରମର ବାରମ୍ବାର ବିଫଳତା ଯୋଗୁ ଟିମ୍‌ ଇଣ୍ଡିଆ ବିଶ୍ୱକପ ୨୦୧୯ ସେମି ଫାଇନାଲରୁ ବାଦ ପଡ଼ିଲା। ତେଣୁ ଚୟନ କମିଟି ଏହି ସମସ୍ୟା ଉପରେ ଅଧିକ ଫୋକସ କରିବ।

୪ ନଂରେ ଦଳ କାହାକୁ ଖେଳାଇବ, ତା’କୁ ନେଇ ଦ୍ୱନ୍ଦ୍ୱରେ ରହିଛି। ଏହି ସ୍ଥାନ ପାଇଁ ଚୟନ କମିଟି ଶ୍ରେୟସ ଆୟର, ମନୀଷ ପାଣ୍ଡେ କିମ୍ବା ଶୁଭମନ ଗିଲଙ୍କୁ ସୁଯୋଗ ଦେବାକୁ ଲକ୍ଷ୍ୟ ରଖିଛି। କାରଣ ମହେନ୍ଦ୍ର ସିଂହ ଧୋନି ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବେନାହିଁ ବୋଲି ଜଣାଇ ଦେଇଛନ୍ତି। ତେଣୁ ରିଷଭ ପନ୍ତ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ଭାବେ କାର୍ଯ୍ୟ ତୁଲାଇବେ।

ସେହିପରି ୨୦୨୦ରେ ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ହେବ। ତେଣୁ ଏବେ ଠାରୁ ହିଁ ମଧ୍ୟକ୍ରମ ଦ୍ୱନ୍ଦ୍ୱ ଦୂର କରିବାକୁ ଚୟନ କମିଟି ଚେଷ୍ଟା କରିବ। ଏହାବାଦ୍‌ ନୂଆ ମୁହଁକୁ ମଧ୍ୟ ଚୟନ କମିଟି ଆସନ୍ତାକାଲି ସୁଯୋଗ ଦେଇପାରେ।

ମଧ୍ୟକ୍ରମ ପାଇଁ ଏହି ଖେଳାଳି

ମନୀଷ ପାଣ୍ଡେ, ଶୁଭମନ ଗିଲ ଓ ଶ୍ରେୟସ ଆୟର ଏବେ କ୍ୟାରିବିୟାନ ମାଟିରେ ଭାରତ ଏ’ ପକ୍ଷରୁ ୱେଷ୍ଟଇଣ୍ଡିଜ୍‌ ଏ’ ବିପକ୍ଷରେ ମ୍ୟାଚ୍‌ ଖେଳୁଛନ୍ତି। ମନୀଷ ପାଣ୍ଡେ ମଧ୍ୟ ଏହି ମ୍ୟାଚ୍‌ଗୁଡ଼ିକରେ ନିଜର ବ୍ୟାଟର ଯାଦୁ ଦେଖାଇଛନ୍ତି। ତେଣୁ ଦଳ ଏହି ଯୁବ ତାରକାଙ୍କ ମଧ୍ୟରୁ ୨ ଜଣଙ୍କୁ ଆସନ୍ତାକାଲି ଜାତୀୟ ଟିମ୍‌ରେ ସାମିଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ବୋଲିଂ ବିଭାଗରେ କାହାକୁ ମିଳିବ ସୁଯୋଗ

ଅନ୍ୟପକ୍ଷରେ, ଯଶପ୍ରୀତ ବୁମ୍ରା ଗତ କିଛି ମାସ ଧରି ନିୟମିତ କ୍ରିକେଟ ଖେଳି ଆସୁଛନ୍ତି। ଆଗକୁ ମଧ୍ୟ ଟି-୨୦ ବିଶ୍ୱକପ ରହିଛି। ତେଣୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ତାଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ଚିନ୍ତା କରିପାରେ। ସେହିପରି ମହମ୍ମଦ ଶାମି ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍‌ରେ ତାଙ୍କୁ ମଧ୍ୟ ବିଶ୍ରାମ ମିଳିବାର ସମ୍ଭାବନା ରହିଛି।

ତେଣୁ ବିସିସିଆଇ ନଭଦୀପ ସାଇନିଙ୍କୁ ୱେଷ୍ଟଇଣ୍ଡିଜ୍‌ ପଠାଇ ପାରେ। ସେ ଭୁବନେଶ୍ୱର କୁମାରଙ୍କ ସହ ମିଶି ପେସ୍ ବୋଲିଂ ବିଭାଗକୁ ସମ୍ଭାଳିବେ। ଏହି ଦୌଡ଼ରେ ବାମହାତୀ ଦ୍ରୁତ ବୋଲର ଖଲୀଲ ଅହମ୍ମଦ ମଧ୍ୟ ରହିଛନ୍ତି।

ଆଇପିଏଲ୍‌ରେ ଦୀପକ ଚହର ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ମଧ୍ୟ ଟି-୨୦ ସିରିଜ୍‌ ପାଇଁ ଦଳରେ ସାମିଲ କରାଯାଇପାରେ।

ଟେଷ୍ଟରେ କିଏ ଓପନ କରିବେ

ଶିଖର ଧୱନ ଆହତ ଅବସ୍ଥାରେ ରହିଛନ୍ତି। ସେହିପରି ଯୁବ ତାରକା ପୃଥ୍ୱୀ ଶ’ ମଧ୍ୟ ଏଯାଏ ଫିଟ ହୋଇନାହାନ୍ତି। ତେଣୁ ଦିନିକିଆ ଓ ଟି-୨୦ରେ ରୋହିତ ଶର୍ମା ଓ କେଏଲ ରାହୁଲ ଓପନ କରିବେ। ହେଲେ ଟେଷ୍ଟରେ ବିସିସିଆଇ ମୟଙ୍କ ଅଗ୍ରୱାଲଙ୍କ ସହ ରାହୁଲ କିମ୍ବା ରାହୁଲଙ୍କ ସହ ହନୁମା ବିହାରୀଙ୍କୁ ଓପନ କରିବାରୁ ସୁଯୋଗ ଦେଇପାରେ। ସେହିପରି ମୁରଲୀ ବିଜୟ ମଧ୍ୟ ଓପନିଂ ବ୍ୟାଟ୍ସମ୍ୟାନ ଦୌଡ଼ରେ ରହିଛନ୍ତି।

ଏହାବାଦ ଗୁଜରାଟର ପ୍ରିୟଙ୍କ ପଞ୍ଚଲ ଓ ବେଙ୍ଗଲର ଅଭିମନ୍ୟୁ ଈଶ୍ୱରନ୍‌ଙ୍କୁ ଦଳ ନୂଆ ମୁହଁ ଭାବେ ୱେଷ୍ଟଇଣ୍ଡିଜ ପଠାଇ ପାରନ୍ତି । ଏହି ଦୁଇ ବ୍ୟାଟସ୍‌ମ୍ୟାନ୍‌ ଘରୋଇ କ୍ରିକେଟରେ ଯଥାକ୍ରମେ ୮୯୮ ଓ ୮୬୧ ରନ୍‌ କରି ନିଜର ଦବଦବା ଦେଖାଇଛନ୍ତି।

Related story