ଟେଷ୍ଟ୍‌ ଟିମ୍‌ରେ ରିଷଭ ପନ୍ତ ନା ଦିନେଶ କାର୍ତ୍ତିକ? ଦ୍ୱନ୍ଦ୍ୱରେ ମ୍ୟାନେଜ୍‌ମେଣ୍ଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଜୋରଦାର୍‌। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୧ ତାରିଖ ଠାରୁ ଖେଳାଯିବ। ହେଲେ ଏହି ମ୍ୟାଚ୍‌ରେ କିଏ ଟିମ୍‌ ଇଲେଭେନ୍‌ରେ ସାମିଲ ହେବେ ସେ ନେଇ କହିବା ମୁସ୍କିଲ୍। ବିଶେଷ କରି କେଉଁ ୱିକେଟ୍‌କିପର୍‌ ଦଳରେ ସ୍ଥାନ ପାଇବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଆଇପିଏଲ୍‌ରେ ଆକର୍ଷଣୀୟ ପ୍ରଦର୍ଶନ […]

cricket-sri-lanka-match-india-second-test_d5b2ab82-7be9-11e7-a713-31f90463e8eb

Rakesh Mallick
  • Published: Friday, 20 July 2018
  • , Updated: 20 July 2018, 05:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଜୋରଦାର୍‌। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୧ ତାରିଖ ଠାରୁ ଖେଳାଯିବ। ହେଲେ ଏହି ମ୍ୟାଚ୍‌ରେ କିଏ ଟିମ୍‌ ଇଲେଭେନ୍‌ରେ ସାମିଲ ହେବେ ସେ ନେଇ କହିବା ମୁସ୍କିଲ୍।

ବିଶେଷ କରି କେଉଁ ୱିକେଟ୍‌କିପର୍‌ ଦଳରେ ସ୍ଥାନ ପାଇବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଆଇପିଏଲ୍‌ରେ ଆକର୍ଷଣୀୟ ପ୍ରଦର୍ଶନ କରିବା ପରେ ନିକଟରେ ଇଣ୍ଡିଆ–ଏ ଟିମ୍‌ ପକ୍ଷରୁ ରିଷଭ ପନ୍ତ ଉନ୍ନତ ଖେଳ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଜାତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଅନ୍ୟପଟେ ଅଭିଜ୍ଞ ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ଏବେ ଆକର୍ଷଣୀୟ ଫର୍ମରେ ଅଛନ୍ତି। ସେ ମଧ୍ୟ ଟିମ୍‌ ଇଲେଭେନ୍‌ ପାଇଁ ଦୃଢ଼ ଦାବିଦାର ବୋଲି କୁହାଯାଉଛି। କେଉଁ ୱିକେଟ୍‌କିପର୍‌ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବେ ସେ ନେଇ ବର୍ତ୍ତମାନ ଦ୍ୱନ୍ଦ୍ୱରେ ମ୍ୟାନେଜ୍‌ମେଣ୍ଟ୍‌।

ପ୍ରଥମ ୩ଟି ଟେଷ୍ଟ ମ୍ୟାଚ୍‌ ପାଇଁ ୧୮ଜଣିଆ ଟିମ୍‌ ଚୟନ ହୋଇଥିବା ବେଳେ ପ୍ଲେଇଙ୍ଗ୍‌ ଇଲେଭେନ୍‌ରେ କେଉଁ ବୋଲ୍‌ରଙ୍କୁ ନେଇ ଦଳ ପଡ଼ିଆକୁ ଓହ୍ଲାଇବ ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଆର୍‌ ଅଶ୍ୱିନ, ଜାଡ଼େଜା ଓ କୁଲଦୀପ ଯାଦବଙ୍କୁ ୧୮ ଜଣିଆ ଟିମ୍‌ରେ ସ୍ଥାନ ମିଳିଥିବା ବେଳେ ୨ଜଣ ସ୍ପିନର୍‌ଙ୍କୁ ନେଇ ଦଳ ଖେଳିପାରେ। ଅଶ୍ୱିନ ଓ କୁଲଦୀପଙ୍କୁ ପ୍ରଥମ ମ୍ୟାଚ୍‌ରେ ସୁଯୋଗ ମିଳିପାରେ। ଇଂଲଣ୍ଡ ମାଟିରେ କୁଲଦୀପଙ୍କ ପ୍ରଦର୍ଶନ ବେଶ୍‌ ଦମ୍‌ଦାର୍‌ ଥିବାରୁ ତାଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।

ସେହିପରି ଫାଷ୍ଟ୍‌ ବୋଲର୍‌ ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ୍ ଯାଦବ, ପାଣ୍ଡ୍ୟା, ବୁମ୍‌ରା ଓ ସାର୍ଦ୍ଦୁଲ ଠାକୁର୍‌ଙ୍କ ମଧ୍ୟରେ କେଉଁ ୩ ଜଣ ଦଳରେ ସ୍ଥାନ ପାଇବେ ସେ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଆହତ ଥିବାରୁ  ବୁମ୍‌ରା ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଜଣା ପଡ଼ିଛି। ଏପରି ସ୍ଥିତିରେ ଉମେଶ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବା ସମ୍ଭାବନା ଅଧିକ ଥିବାବେଳେ ତୃତୀୟ ଫାଷ୍ଟ୍‌ ବୋଲର୍‌ ଭାବେ ମହମ୍ମଦ ସାମି ଖେଳି ପାରନ୍ତି।

Related story