ଲାରାଙ୍କ ଡିନର୍ ପାର୍ଟିରେ ଟିମ୍‌ ଇଣ୍ଡିଆ, ଆସିଲେନି ବିରାଟ

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା ଶୁକ୍ରବାର ରାତିରେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ। ଦିନିକିଆ ସିରିଜ୍‌ ପରେ ବିଶ୍ରାମ ପାଇଥିବା ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଲାରାଙ୍କ ଡିନର୍ ପାର୍ଟିରେ ଯୋଗଦେଇଥିଲେ। ତେବେ ଏହି ପାର୍ଟିରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିନଥିଲା। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଥିବା ଶିଖର ଧୱନ,କେଦାର ଯାଦବ ଓ ୟୁଜବେନ୍ଦର ଚହଲ ପାର୍ଟିରେ ସାମିଲ ଥିଲେ। ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ପୂର୍ବତନ କ୍ରିକେଟର […]

ea

Hemant Lenka
  • Published: Saturday, 17 August 2019
  • , Updated: 17 August 2019, 06:11 PM IST

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା ଶୁକ୍ରବାର ରାତିରେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ। ଦିନିକିଆ ସିରିଜ୍‌ ପରେ ବିଶ୍ରାମ ପାଇଥିବା ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଲାରାଙ୍କ ଡିନର୍ ପାର୍ଟିରେ ଯୋଗଦେଇଥିଲେ।

ତେବେ ଏହି ପାର୍ଟିରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିନଥିଲା। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଥିବା ଶିଖର ଧୱନ,କେଦାର ଯାଦବ ଓ ୟୁଜବେନ୍ଦର ଚହଲ ପାର୍ଟିରେ ସାମିଲ ଥିଲେ।

ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ପୂର୍ବତନ କ୍ରିକେଟର ଡ୍ୱେନ ବ୍ରାଭୋ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ରୋହିତ ଶର୍ମା, କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚହଲ, କେଦାର ଯାଦବ ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି।

ଏହାବାଦ୍‌ କିଏରନ ପୋଲାର୍ଡ, ସୁନୀଲ ନାରିନ ଓ କ୍ରିସ୍‌ ଗେଲ ମଧ୍ୟ ଲାରାଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ହେଲେ କେଉଁଠି ବି ବିରାଟ କୋହଲିଙ୍କୁ ଦେଖିବାକୁ ମିଳିନାହିଁ। ଲାରାଙ୍କ ସହ ଉଠାଇଥିବା ଏକ ଫଟୋକୁ ଧୱନ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ଟିମ୍‌ ଇଣ୍ଡିଆ ଅଗଷ୍ଟ ୨୨ରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତା’ର ଟେଷ୍ଟ ସିରିଜ ଅଭିଯାନ ଆରମ୍ଭ କରିବ।

Related story