ବିରାଟଙ୍କ ସଫଳତା ପଛରେ ଏହି ୬ ଖେଳାଳି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପୁଣେରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ବିରାଟ୍ କୋହଲି କ୍ୟାପଟେନ୍ ଭାବେ ନିଜର ୫୦ତମ ମୁକାବିଲା ଖେଳିଥିଲେ। କୋହଲି ଡିସେମ୍ବର ୨୦୧୪ରେ ଆଡିଳେଡରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମଥର ଲାଗି କ୍ୟାପଟେନ୍ ଦାୟିତ୍ୱ ସମ୍ଭାଳିଥିଲେ। ସେ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ୫୦ ମ୍ୟାଚରେ ନେତୃତ୍ୱ ନେଇସାରିଛନ୍ତି। ଏହି କରିବାରେ ସେ ବିଶ୍ୱର ୧୭ଶ ଖେଳାଳି ହୋଇଛନ୍ତି। ଏହି ୫୦ ଟେଷ୍ଟ ମ୍ୟାଚ୍ ମଧ୍ୟରୁ ଭାରତୀୟ ଟିମ୍ ୩୦ଟି ମୁକାବିଲା ନିଜ ନାଁରେ କରିଛି। ସେଥିରୁ […]

kohli

kohli

Ranjit Kumar Jena
  • Published: Thursday, 17 October 2019
  • Updated: 17 October 2019, 05:55 PM IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପୁଣେରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ବିରାଟ୍ କୋହଲି କ୍ୟାପଟେନ୍ ଭାବେ ନିଜର ୫୦ତମ ମୁକାବିଲା ଖେଳିଥିଲେ। କୋହଲି ଡିସେମ୍ବର ୨୦୧୪ରେ ଆଡିଳେଡରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମଥର ଲାଗି କ୍ୟାପଟେନ୍ ଦାୟିତ୍ୱ ସମ୍ଭାଳିଥିଲେ। ସେ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ୫୦ ମ୍ୟାଚରେ ନେତୃତ୍ୱ ନେଇସାରିଛନ୍ତି। ଏହି କରିବାରେ ସେ ବିଶ୍ୱର ୧୭ଶ ଖେଳାଳି ହୋଇଛନ୍ତି। ଏହି ୫୦ ଟେଷ୍ଟ ମ୍ୟାଚ୍ ମଧ୍ୟରୁ ଭାରତୀୟ ଟିମ୍ ୩୦ଟି ମୁକାବିଲା ନିଜ ନାଁରେ କରିଛି। ସେଥିରୁ ଭାରତ ୧୦ଟିରେ ହାରିଥିବା ବେଳେ ୧୦ଟି ଡ୍ର' ରହିଛି। ଏହା ମଧ୍ୟରେ ଖୋଦ୍ ବିରାଟ୍ କୋହଲି, ଈଶାନ୍ତ ଶର୍ମା, ରବୀନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏମାନଙ୍କ ବ୍ୟତୀତ ଆଉ କିଛି ଖେଳାଳି ଅଛନ୍ତି, ଯାହାଙ୍କ ପାଇଁ କୋହଲି ଆଜି ଭାରତର ସଫଳ କ୍ୟାପଟେନ୍ ହୋଇପାରିଛନ୍ତି। କୋହଲିଙ୍କ ନେତୃତ୍ୱରେ ଏହି ୬ ଖେଳାଳିମାନଙ୍କର ରେକର୍ଡ ଉପରେ ନଜର ପକାଇବା।

ରବିଚନ୍ଦ୍ରନ୍ ଅଶ୍ୱିନ୍ (୪୨ ଟେଷ୍ଟ, ୨୩୩ ୱିକେଟ୍‌, ଶ୍ରେଷ୍ଠ ପ୍ରଦର୍ଶନ ୭/୫୯): ବିରାଟ୍ କୋହଲିଙ୍କ ସଫଳତା ପଛରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କର ସବୁଠାରୁ ବଡ଼ ଭୂମିକା ରହିଛି। ଅଶ୍ୱିନ୍ ନିଜ କ୍ୟାରିୟରରେ ମୋଟ ୩୫୬ ୱିକେଟ୍ ନେଇଛନ୍ତି। ତେବେ ବଡ଼ କଥା ହେଉଛି କୋହଲିଙ୍କ ନେତୃତ୍ୱରେ ଅଶ୍ୱିନ୍ ୪୨ ଟେଷ୍ଟ ଖେଳି ୨୩୩ ୱିକେଟ୍ ନେଇଛନ୍ତି। ଏହା ମଧ୍ୟରେ ଭାରତୀୟ ପିଚରେ ଅଶ୍ୱିନ୍ ସବୁଠାରୁ ଘାତକ ସାବ୍ୟସ୍ତ ହୋଇଛନ୍ତି। ଏପରିକି ଦକ୍ଷିଣ ଆଫ୍ରିକାର ହାଶିମ୍ ଆମଲା ଓ ଏବି ଡି'ଭିଲିୟର୍ସଙ୍କ ଭଳି ମହାନ୍ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଅଶ୍ୱିନଙ୍କ ବିରୋଧରେ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଛି। କୋହଲିଙ୍କ ନେତୃତ୍ୱରେ ଅଶ୍ୱିନ୍ ୧୮ଥର ୫ରୁ ଅଧିକ ୱିକେଟ୍ ଏବଂ ୫ଥର ୧୦ରୁ ଅଧିକ ୱିକେଟ୍ ନେଇଛନ୍ତି।

ଚେତେଶ୍ୱର ପୂଜାରା (୪୪ ଟେଷ୍ଟ, ୩୫୬୦ ରନ୍‌, ୫୨.୩୫ ଆଭରେଜ୍‌, ୧୨ ଶତକ): ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା କୋହଲିଙ୍କ ନେତୃତ୍ୱରେ ୪୪ ଟେଷ୍ଟ ମ୍ୟାଚ୍ ଖେଳି ୩୫୬୦ ରନ୍ କରିଛନ୍ତି। ଏହା ମଧ୍ୟରେ ତାଙ୍କ ନାଁରେ ୧୨ ଶତକ ରହିଛି। ଅନେକ ସମୟରେ ସେ ଧିମା ବ୍ୟାଟିଂ କରି ସମାଲୋଚନାର ଶିକାର ହୁଅନ୍ତି, କିନ୍ତୁ ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟିମକୁ ମିଳିଥିବା ଅନେକ ଐତିହାସିକ ସିରିଜ୍ ବିଜୟରେ ପୂଜାରାଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି। ୨୦୧୭ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ପୂଜାରା ୨୦୨ ରନର ଇନିଂସ୍ ଖେଳିଥିଲେ, ଯାହାକି କୋହଲିଙ୍କ ନେତୃତ୍ୱରେ ତାଙ୍କର ସର୍ବାଧିକ ସ୍କୋର।

ଆଜିଙ୍କ୍ୟ ରାହାଣେ (୪୬ ଟେଷ୍ଟ, ୨୮୦୨ ରନ୍‌, ୪୧.୨୦ ଆଭରେଜ୍‌, ୭ ଶତକ): ଭାରତୀୟ ଟେଷ୍ଟ ଟିମର ଭାଇସ୍‌-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ କୋହଲିଙ୍କ କ୍ୟାପଟେନ୍ସିରେ ୪୬ ଟେଷ୍ଟରେ ୪୧.୨୦ ହାରରେ ୨୮୦୨ ରନର ଯୋଗଦାନ କରିଛନ୍ତି। ରୋଚକ କଥା ହେଉଛି ରାହାଣେ ମଧ୍ୟ କିଛି ନିର୍ଣ୍ଣାୟକ କ୍ୟାଚ୍ ମଧ୍ୟ ନେଇଛନ୍ତି। ଘରୋଇ ମଇଦାନ ବ୍ୟତୀତ ରାହାଣେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମାଟିରେ ଭିନ୍ନ ଧରଣର ବ୍ୟାଟ୍ସମ୍ୟାନ୍ ହୋଇଯାଆନ୍ତି। ବିଦେଶରେ ତାଙ୍କର ପ୍ରଦର୍ଶନ ଅଧିକ ଭଲ ରହିଛି। ସେ ନିଜର ସଫଳ ବ୍ୟାଟିଂ ଦ୍ୱାରା ବିଦେଶରେ ଭାରତକୁ ଅନେକ ମ୍ୟାଚରେ ବିଜୟୀ କରାଇଛନ୍ତି।

ମୟଙ୍କ ଅଗ୍ରୱାଲ୍ (୬ ଟେଷ୍ଟ, ୬୦୫ ରନ୍‌, ୬୦.୫୦ ଆଭରେଜ୍‌, ୨ ଶତକ, ସର୍ବୋଚ୍ଚ ସ୍କୋର- ୨୧୫): ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ କୋହଲିଙ୍କ ନେତୃତ୍ୱରେ ହିଁ ଡେବ୍ୟୁ କରିଛନ୍ତି ଏବଂ ଏପର୍ଯ୍ୟନ୍ତ ସେ ୬ ଟେଷ୍ଟରେ ୬୦୫ ରନ୍ କରିଛନ୍ତି। ଏହା ମଧ୍ୟରେ ତାଙ୍କ ନାଁରେ ୨ଟି ଶତକ ମଧ୍ୟ ରହିଛି, ଯାହା ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଚଳିତ ସିରିଜରେ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ସେ ୨୧୫ ଏବଂ ଦ୍ୱିତୀୟ ଟେଷ୍ଟରେ ୧୦୮ ରନ୍ କରିଥିଲେ। ମୟଙ୍କ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ଗସ୍ତରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ।

ଋଦ୍ଧିମାନ ଶାହା (୩୧ ଟେଷ୍ଟ, ୧୦୮୦ ରନ୍‌, ବ୍ୟାଟିଂ ଆଭରେଜ୍‌- ୩୧.୭୬, ସର୍ବଶ୍ରେଷ୍ଠ-୧୧୭, କ୍ୟାଚ୍‌-୭୭, ଷ୍ଟମ୍ପିଂ-୧୦): ଦକ୍ଷିଣ ଆଫ୍ରିକା ବିପକ୍ଷ ଚାଲିଥିବା ଟେଷ୍ଟ ସିରିଜରେ ନିଜର କ୍ୟାଚିଂ ଦକ୍ଷତା ଦ୍ୱାରା ସମସ୍ତଙ୍କୁ ଆଚମ୍ବିତ କରିଥିବା ସାହା ୱିକେଟ୍ ପଛରେ ଅବିଶ୍ୱସନୀୟ ପ୍ରଦର୍ଶନ କରିଛନ୍ତି। ଆହତ କାରଣରୁ ସାହାଙ୍କ କ୍ୟାରିୟର ଏକ ସମୟରେ ବିପଦରେ ଥିବା ଲାଗୁଥିଲା। କିନ୍ତୁ ତାଙ୍କୁ ଫିଟ୍ ହେବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା ଏବଂ ସେ ଚଳିତ ଟେଷ୍ଟ ସିରିଜ୍ ଜରିଆରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହୁଏତ ତାଙ୍କ ବ୍ୟାଟିଂ ଆଭରେଜ୍ ସେତେଟା ପ୍ରଶଂସନୀୟ ନୁହେଁ, କିନ୍ତୁ କ୍ୟାପଟେନ୍ ବିରାଟଙ୍କ ମତରେ ସାହା ବିଶ୍ୱର ସର୍ବଶ୍ରେଷ୍ଠ ୱିକେଟକିପର।

ଯଶପ୍ରୀତ ବୁମ୍ରା (୧୨ ଟେଷ୍ଟ, ୬୨ ୱିକେଟ୍‌, ଆଭରେଜ୍‌-୧୯.୨୪, ଶ୍ରେଷ୍ଠ ପ୍ରଦର୍ଶନ-୬/୨୭): ବୁମ୍ରାଙ୍କୁ ଦିନିକିଆ ଓ ଟି-୨୦ର ସ୍ପେଶାଲିଷ୍ଟ ବୋଲର କୁହାଯାଏ। କିନ୍ତୁ ଯେତେବେଳେ ତାଙ୍କୁ ଟେଷ୍ଟରେ ସୁଯୋଗ ମିଳିଲା, ସେ ମାତ୍ର ୧୨ ମ୍ୟାଚରେ ୫ଟି ଇନିଂସରେ ୫ରୁ ଅଧିକ ୱିକେଟ୍ ନେଇ ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିଥିଲେ। ବୁମ୍ରା କୋହଲିଙ୍କ ନେତୃତ୍ୱରେ ହିଁ ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ଦ୍ରୁତ ୫୦ ୱିକେଟ୍ ନେବାରେ ସେ ଏକମାତ୍ର ଭାରତୀୟ ବୋଲର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story