ବିଶ୍ୱକପ ଟକ୍କର: ଆଫଗାନିସ୍ଥାନ ସାମ୍ନାରେ ପାକିସ୍ତାନ ଚିତ୍‌, ଦ୍ୱିତୀୟ ଦିନରେ ଭାରତକୁ ଭେଟିବ ଅଷ୍ଟ୍ରେଲିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ। ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ୱେଷ୍ଟଇଣ୍ଡିଜକୁ ୮ ଓ୍ୱିକେଟରେ ପରାସ୍ତ କରିଛି ଆୟୋଜକ ନ୍ୟୁଜିଲାଣ୍ଡ। ୨୩୪ ରନର ଟାର୍ଗେଟକୁ ଦଳ ୮ ଓ୍ୱିକେଟ ହରାଇ ହାସଲ କରିନେଇଛି। ଟୁଣର୍ମାମେଣ୍ଟର ପ୍ରଥମ ଦିନର ପଳାଫଳ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନକୁ ୫ ଓ୍ୱିକେଟରେ ହରାଇଛି ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନ। ୧୮୯ ରନର ଟାର୍ଗେଟକୁ ଦଳ ୪୭ ଓଭର ୩ ବଲରେ ୫ ଓ୍ୱିକେଟ ହରାଇ ହାସଲ […]

555_1515837765_618x347

Rakesh Mallick
  • Published: Saturday, 13 January 2018
  • , Updated: 13 January 2018, 05:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ। ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ୱେଷ୍ଟଇଣ୍ଡିଜକୁ ୮ ଓ୍ୱିକେଟରେ ପରାସ୍ତ କରିଛି ଆୟୋଜକ ନ୍ୟୁଜିଲାଣ୍ଡ। ୨୩୪ ରନର ଟାର୍ଗେଟକୁ ଦଳ ୮ ଓ୍ୱିକେଟ ହରାଇ ହାସଲ କରିନେଇଛି। ଟୁଣର୍ମାମେଣ୍ଟର ପ୍ରଥମ ଦିନର ପଳାଫଳ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନକୁ ୫ ଓ୍ୱିକେଟରେ ହରାଇଛି ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନ। ୧୮୯ ରନର ଟାର୍ଗେଟକୁ ଦଳ ୪୭ ଓଭର ୩ ବଲରେ ୫ ଓ୍ୱିକେଟ ହରାଇ ହାସଲ କରି ନେଇଛି। ବର୍ଷାବାଧାପ୍ରାପ୍ତ ମ୍ୟାଚରେ ବାଂଲାଦେଶ ନାମ୍ବିଆକୁ ୮୭ ରନରେ ପରାସ୍ତ କରିଥିବା ବେଳେ ଅନ୍ୟ ଏକ ମ୍ୟାଚରେ ପପୁଆ ନିଉ ଗିନି ବିପକ୍ଷରେ ଜିମ୍ମାୱେ ୧୦ ଓ୍ୱିକେଟରେ ବିଜୟୀ ହୋଇଛି।

ଆସନ୍ତାକାଲିଠୁ ଅଭିଯାନ ଆରମ୍ଭ କରିବ ଭାରତ। ମୁମ୍ବାଇର ପୃଥ୍ୱୀ-ଶ୍ୱଙ୍କ ନେତୃତ୍ୱରେ ଦଳର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ। ଜୁନିଅର ବିଶ୍ୱକପରେ ଭାରତର ରେକର୍ଡ ଭଲ ରହିଛି। ଦଳ ଏ ଯାଏଁ ୩ଟି ବିଶ୍ୱକପ ଜିତିଛି ଗତଥର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ୱେଷ୍ଟଇଣ୍ଡିଜ ଠାରୁ ହାରି ରନର୍ସଅପରେ ସନ୍ତୁଷ୍ଟ ରହିଥିଲା। ତେଣୁ ଏଥର ଟାଇଟଲ ହାତେଇବାକୁ ଉଦ୍ୟମ କରିବେ କୋଚ୍ ରାହୁଲ ଦ୍ରାବିଡ଼।

Related story