ସେଞ୍ଚୁରିଆନରେ ବିରାଟ ଟେଷ୍ଟ: ଟିମ୍‌ରେ ବଡ଼ ଧରଣର ପରିବର୍ତ୍ତନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଆନ ଠାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଘରୋଇ ଟିମ୍‌ର ସ୍ଥିତି ଭଲ ରହିଛି। ଶେଷ ଖବର ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ଦୁଇ ଓ୍ୱିକେଟ ହରାଇ ୧୭୨ ରନ କରିଛି। ଟେଷ୍ଟର ଦ୍ୱିତୀୟ ସେସନ ଖେଳ ଚାଲିଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ହାସିମ ଆମ୍‌ଲା ଓ ଡିଭିଲୟର୍ସ ଏବେ କ୍ରିଜ୍‌ରେ ଅଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଦକ୍ଷିଣ ଆଫ୍ରିକାର ଦୁଇଟି ଯାକ ଓ୍ୱିକେଟ ନେଇଛନ୍ତି। ଦକ୍ଷିଣ […]

525

Rakesh Mallick
  • Published: Saturday, 13 January 2018
  • , Updated: 13 January 2018, 06:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଆନ ଠାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଘରୋଇ ଟିମ୍‌ର ସ୍ଥିତି ଭଲ ରହିଛି। ଶେଷ ଖବର ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ଦୁଇ ଓ୍ୱିକେଟ ହରାଇ ୧୭୨ ରନ କରିଛି। ଟେଷ୍ଟର ଦ୍ୱିତୀୟ ସେସନ ଖେଳ ଚାଲିଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ହାସିମ ଆମ୍‌ଲା ଓ ଡିଭିଲୟର୍ସ ଏବେ କ୍ରିଜ୍‌ରେ ଅଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଦକ୍ଷିଣ ଆଫ୍ରିକାର ଦୁଇଟି ଯାକ ଓ୍ୱିକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ଆଡେନ ମାର୍କମ ସର୍ବାଧିକ ୯୪ ରନ କରି ଆଉଟ୍ ହୋଇଛନ୍ତି। ତେବେ ପ୍ରଥମ ଟେଷ୍ଟ ହାରିଥିବା ଭାରତୀୟ ଦଳ ଏହି ମ୍ୟାଚ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ରହିଛି। ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ରହିଛି। ଭାରତୀୟ ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଓପନର ଶିଖର ଧାଓ୍ୱନ ଓ ରିଦ୍ଧିମାନ ଶାହା ଚୂଡାନ୍ତ ୧୧ଜଣିଆ ଦଳରୁ ବାଦ୍ ଦିଆଯାଇ ତାଙ୍କ ବଦଳରେ ଲୋକେଶ ରାହୁଲ ଓ ପାର୍ଥୀ ପଟେଲ୍‌ଙ୍କୁ ଦଳରେ ସ୍ଥାନ ଦିଆଯାଇଛି।

Related story