ସିଡନୀ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ
ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ବିସିସିଆଇ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଗୁରୁବାର ଠାରୁ ସିଡନୀରେ ଖେଳାହେବାକୁ ଥିବା ଏହି ଟେଷ୍ଟରେ ଦୁଇଟି ପରିବର୍ତ୍ତନ ହୋଇଛି। ଫର୍ମରେ ନଥିବା ଓପନର ମୟଙ୍କ ଅଗ୍ରଓ୍ୱାଲ ଦଳରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଉପ ଅଧିନାୟକ ରୋହିତ ଶର୍ମା ଟିମକୁ ଫେରିଛନ୍ତି। ସେହିପରି ଯୁବ ଦ୍ରୁତ ବୋଲର ନବଦୀପ ସୈନୀ ସିଡନୀରେ ଟେଷ୍ଟ ପଦାର୍ପଣ କରିବେ। ସୈନୀ ଆହତ ଉମେଶ ଯାଦବଙ୍କ ସ୍ଥାନରେ ସାମିଲ୍ ହୋଇଛନ୍ତି।
NEWS – #TeamIndia announce Playing XI for the 3rd Test against Australia at the SCG.
Navdeep Saini is all set to make his debut.#AUSvIND pic.twitter.com/lCZNGda8UD
— BCCI (@BCCI) January 6, 2021
ଚୂଡ଼ାନ୍ତ ଏକାଦଶ- ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟେ ରାହାଣେ (ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ନବଦୀପ ସୈନୀ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।