କ୍ରିକେଟକୁ ଅଲବିଦା କହିଲେ ମାସାକାଡଜା

ନୂଆଦିଲ୍ଲୀ: ଜିମ୍ବାୱେ କ୍ୟାପଟେନ୍ ହାମିଲଟନ୍ ମାସାକାଡଜା ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଶୁକ୍ରବାର ଆଫଗାନିସ୍ତାନ ବିପକ୍ଷରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ପରେ ସେ ସନ୍ନ୍ୟାସ ଘୋଷଣା କରିଥିଲେ। ୩୬ ବର୍ଷୀୟ ମାସାକାଡଜା ଏହି ମ୍ୟାଚରେ ମାତ୍ର ୪୨ ବଲରେ ୭୧ ରନର ଦମଦାର ଇନିଂସ୍ ଖେଳି ଜିମ୍ବାୱେକୁ ବିଜୟୀ କରାଇଥିଲେ। ସେ ନିଜର ଶେଷ ମ୍ୟାଚରେ ୫ ଛକା ଓ ୪ ଚୌକା ମାରିଥିଲେ। ସେ କହିଛନ୍ତି, ‘ବିଦାୟୀ ମ୍ୟାଚ୍ ମୋ ପାଇଁ ବହୁତ […]

hamilton

hamilton

Ranjit Kumar Jena
  • Published: Saturday, 21 September 2019
  • Updated: 21 September 2019, 06:40 PM IST

Sports

Latest News

ନୂଆଦିଲ୍ଲୀ: ଜିମ୍ବାୱେ କ୍ୟାପଟେନ୍ ହାମିଲଟନ୍ ମାସାକାଡଜା ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଶୁକ୍ରବାର ଆଫଗାନିସ୍ତାନ ବିପକ୍ଷରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ପରେ ସେ ସନ୍ନ୍ୟାସ ଘୋଷଣା କରିଥିଲେ। ୩୬ ବର୍ଷୀୟ ମାସାକାଡଜା ଏହି ମ୍ୟାଚରେ ମାତ୍ର ୪୨ ବଲରେ ୭୧ ରନର ଦମଦାର ଇନିଂସ୍ ଖେଳି ଜିମ୍ବାୱେକୁ ବିଜୟୀ କରାଇଥିଲେ। ସେ ନିଜର ଶେଷ ମ୍ୟାଚରେ ୫ ଛକା ଓ ୪ ଚୌକା ମାରିଥିଲେ।

ସେ କହିଛନ୍ତି, 'ବିଦାୟୀ ମ୍ୟାଚ୍ ମୋ ପାଇଁ ବହୁତ ଖାସ୍। ବିଶେଷକରି ଟିମକୁ ଜିତାଇବାର ଅନୁଭୂତି ସମ୍ପୂର୍ଣ୍ଣ ଭିନ୍ନ। ଜିମ୍ବାୱେ ପକ୍ଷରୁ ଖେଳିଥିବା ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ସ୍ମରଣୀୟ। ଅବସର ପରେ ମୁଁ ମୋ ପରିବାର ପର୍ଯ୍ୟାପ୍ତ ସମୟ ଦେବି । କ୍ରିକେଟ୍ ଛାଡ଼ିବା ନେଇ ମୋ ମନରେ କୌଣସି ଅବଶୋଷ ନାହିଁ। ଜିମ୍ବାୱେ ପକ୍ଷରୁ ଖେଳିବା ପାଇଁ ମୋତେ ଯେତିକି ସୁଯୋଗ ମିଳିଛି, ସେଥିପାଇଁ ମୁଁ ବୋର୍ଡକୁ ଧନ୍ୟବାଦ ଜଣାଉଛି।'

୧୮ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ମାସାକାଡଜା ଜିମ୍ବାୱେ ପକ୍ଷରୁ ୩୮ ଟେଷ୍ଟ, ୨୦୯ ଦିନିକିଆ ଏବଂ ୬୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ମାସକାଡଜା ମାତ୍ର ୧୭ ବର୍ଷ ୨୫୪ ଦିନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ମ୍ୟାଚରେ ସେ ଶତକ ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ତେବେ ତିନିମାସ ପରେ ତାଙ୍କ ରେକର୍ଡକୁ ବାଂଲାଦେଶର ମହମ୍ମଦ ଅଶ୍ରଫୁଲ୍ ଭାଙ୍ଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos