Advertisment

ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହେଲେ ଟେନିସ୍ ଖେଳାଳି ଦେବାଶିଷ ସାହୁ; ମିଳିଲା ୫ ଲକ୍ଷ ଟଙ୍କାର ଅର୍ଥରାଶି

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗୁଣାତ୍ମକ କ୍ରୀଡ଼ା ପ୍ରଦର୍ଶନ ପାଇଁ ଗତ ୩୦ ବର୍ଷ ଧରି ଏହି କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି।

ଅଦ୍ୟତନ ହୋଇଛି
Debasis Sahu

Debasis Sahu

Advertisment

ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ଚଳିତ ବର୍ଷର ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଛି ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗୁଣାତ୍ମକ କ୍ରୀଡ଼ା ପ୍ରଦର୍ଶନ ପାଇଁ ଗତ ୩୦ ବର୍ଷ ଧରି ଏହି କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି।

Advertisment

ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କଂପାନି ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ ‘ଇମ୍ପାକ୍ଟ’ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡ଼ିଶାର ସବୁଠୁ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ।

୨୦୨୧ ମସିହା ଏପ୍ରିଲ ୧ ତାରିଖରୁ ୨୦୨୩ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାଙ୍କ କ୍ରୀଡ଼ା ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି।

Advertisment

ଏଥିନିମନ୍ତେ ଆୟୋଜିତ ଭବ୍ୟ ସମାବେଶରେ ଦେବାଶିଷ ସାହୁଙ୍କୁ ସମ୍ମାନପତ୍ର ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ଉଦୀୟମାନ ଆଥଲେଟ୍ ବାପି ହାସଁଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ଶବରଙ୍କୁ ମାନପତ୍ର ସହ ଲକ୍ଷେ ଟଙ୍କା ଲେଖାଏଁର ଚେକ୍ ପ୍ରଦାନ କରାଯାଇଛି।

Players ଜ୍ୟୋସ୍ନା ଶବର ଓ ବାପି ହାସଁଦା

ଏଥିନିମନ୍ତେ ଆୟୋଜିତ ଭବ୍ୟ ସମାରୋହରେ କ୍ରିକେଟ ତାରକା ତଥା ୧୯୮୩ ବିଶ୍ୱ ବିଜେତା ଦଳର ଅନ୍ୟତମ ଖେଳାଳି ମଦନ ଲାଲ ମୁଖ୍ୟ ଅତିଥି ଓ ପୂର୍ବତନ ରଣଜୀ ଖେଳାଳି ତଥା NCA କୋଚ ପୱନ ଅଗ୍ରୱାଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଛନ୍ତି। ଇମ୍ପାକ୍ଟର ଟ୍ରଷ୍ଟି ତଥା ଚେୟାରମ୍ୟାନ ବୈଜୟନ୍ତ ପଣ୍ଡା ବିଚାରକ ମଣ୍ଡଳୀର ଅନ୍ୟାନ୍ୟ ସଦସ୍ୟମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।

ଏହି ଅବସରରେ ଇମ୍ପାକ୍ଟର ଟ୍ରଷ୍ଟି ତଥା ଚେୟାରମ୍ୟାନ ବୈଜୟନ୍ତ ପଣ୍ଡା କହିଛନ୍ତି, ଓଡ଼ିଶାରେ ବହୁ କ୍ରୀଡ଼ା ପ୍ରେମୀ ଓ କ୍ରୀଡ଼ାବିତ ଥିବା ବେଳେ ସେମାନଙ୍କୁ କିନ୍ତୁ ଉପଯୁକ୍ତ ପ୍ରୋତ୍ସାହନ ମିଳୁ ନ ଥିଲା। ତେଣୁ ଏପରି କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବାକୁ ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ୨୫ ବର୍ଷରୁ କମ୍‌ ବୟସ୍କ ଓଡ଼ିଆ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ଲୋକଲୋଚନକୁ ଆଣିବାକୁ ଏହି ପୁରସ୍କାର ଗତ ୩୦ ବର୍ଷ ଧରି ପ୍ରଦାନ କରାଯାଉଛି। ଓଡ଼ିଶାରୁ ଏକଲବ୍ୟ ପୁରସ୍କାର ଜିତିଥିବା ୩ ଜଣ ଜାତୀୟ କ୍ରିକେଟ ଟିମ୍‌ରେ ସାମିଲ ହୋଇ ପାରିଛନ୍ତି। ଏହାବାଦ ବିଭିନ୍ନ କ୍ରୀଡ଼ାରେ ବି ଏହି ପୁରସ୍କାରପ୍ରାପ୍ତ ଖେଳାଳି ସାମିଲ ହୋଇ ପାରିଛନ୍ତି। ଆଉ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜଣେ ଟେନିସ ଖେଳାଳି ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସେ କହିଛନ୍ତି।

ଏହି ଅବସରରେ ମୁଖ୍ୟ ଅତିଥି ମଦନ ଲାଲ କହିଛନ୍ତି, ଏହି ପୁରସ୍କାର ପ୍ରଦାନ ପାଇଁ ଗଠିତ ଜୁରୀରେ ବିଭିନ୍ନ କ୍ଷେତ୍ରର ଲୋକ ସାମିଲ ହୋଇଛନ୍ତି। ଚାମ୍ପିୟନ ହେବାକୁ ହେଲେ ସେମାନଙ୍କୁ ଭିନ୍ନ ଚିନ୍ତା କରିବାକୁ ପଡ଼ିବ। ଥରେ କିଛି କରିବାକୁ ସ୍ଥିର କରିଦେଲେ ସେମାନେ ଏହାକୁ ହାସଲ କରିବାକୁ କଠିନରୁ କଠିନତମ ପରିଶ୍ରମ କରିବାକୁ ପଛାନ୍ତି ନାହିଁ। ନିଜକୁ ଚଟାଣ ପରି ଶକ୍ତ କରି ତୋଳନ୍ତି। ଏଥିନିମନ୍ତେ ନିଜ ମନୋବଳକୁ ଦୃ‍ଢ଼ କରିବା ସହ ନିଜର ଗୋଲ ନିର୍ଦ୍ଧାରଣ କରିବା ଉଚିତ। ତେଣୁ ରେଜଲ୍ଟକୁ ଅପେକ୍ଷା ନ କରି ନିଜ ପରିଶ୍ରମ ଉପରେ ବିଶ୍ୱାସ ରଖ। ଏଥିପାଇଁ ଶୃଙ୍ଖଳିତ ଜୀବନଯାପନ ଆବଶ୍ୟକ। ସବୁବେଳେ ନିଜକୁ ଅନୁଶୀଳନ କର। ନିଜ ପ୍ରଦର୍ଶନ ଉପରେ ଫୋକସ କର।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe