୫୦୦ତମ ଟେଷ୍ଟ ପୂର୍ବରୁ ଅଧିନାୟକଙ୍କୁ ସମ୍ବର୍ଦ୍ଧନା

କାନପୁର: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳାଯିବାର କିଛି ସମୟ ପୂର୍ବରୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଆଜି ପୂର୍ବତନ ଟେଷ୍ଟ ଅଧିନାୟକ ସଚୀନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ଏମ୍‌ଏସ ଧୋନୀ ଓ କପିଳ ଦେବଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପୂର୍ବତନ ଅଧିନାୟକମାନଙ୍କୁ ଉତ୍ତରପ୍ରଦେଶ ଗଭର୍ଣ୍ଣର ମାନପତ୍ର ଦେବା ସହ ସାଲ୍‌ ପ୍ରଦାନ କରିଛନ୍ତି। ତେନ୍ଦୁଲକର, ଗାଭାସ୍କର, ଧୋନୀ ଓ କପିଲଙ୍କ ପରି ପୂର୍ବତନ ଟେଷ୍ଟ ଅଧିନାୟକ ଅଜିତ ୱାଦେକର, […]

20633

Rakesh Mallick
  • Published: Thursday, 22 September 2016
  • , Updated: 22 September 2016, 07:39 PM IST

କାନପୁର: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳାଯିବାର କିଛି ସମୟ ପୂର୍ବରୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଆଜି ପୂର୍ବତନ ଟେଷ୍ଟ ଅଧିନାୟକ ସଚୀନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ଏମ୍‌ଏସ ଧୋନୀ ଓ କପିଳ ଦେବଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ପୂର୍ବତନ ଅଧିନାୟକମାନଙ୍କୁ ଉତ୍ତରପ୍ରଦେଶ ଗଭର୍ଣ୍ଣର ମାନପତ୍ର ଦେବା ସହ ସାଲ୍‌ ପ୍ରଦାନ କରିଛନ୍ତି।

ତେନ୍ଦୁଲକର, ଗାଭାସ୍କର, ଧୋନୀ ଓ କପିଲଙ୍କ ପରି ପୂର୍ବତନ ଟେଷ୍ଟ ଅଧିନାୟକ ଅଜିତ ୱାଦେକର, ରବି ଶାସ୍ତ୍ରୀ, ଦିଲ୍ଲୀପ ଭେଙ୍ଗସରକାର, ସୌରଭ ଗାଙ୍ଗୁଲୀ, ଅନୀଲ କୁମ୍ବଲେ, କେ.ଶ୍ରୀକାନ୍ତ ଓ ମହମ୍ମଦ ଆଝାରଉଦ୍ଧିନ ଓ ଏବର ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ଏହି ସମ୍ବର୍ଦ୍ଧନା ଉତ୍ସବରେ ଆଇପିଏଲ୍ ମୁଖ୍ୟ ରାଜୀବ ଶୁକ୍ଳା ଓ ବିସିସିଆଇ ସଭାପତି ଅନୁରାଗ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଭାରତ ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ୯ ୱିକେଟ ହରାଇ ୨୯୧ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ମୂରଲୀ ବିଜୟ ୬୫, ଚେତ୍ତେଶ୍ୱର ପୂଜାରା ୬୨ ଓ ଅଶ୍ୱିନୀ ୪୦ ରନ୍‌ କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଭାରତ ଜେଡେଜା ୧୬ ରନ୍‌ ଓ ଉମେଶ ଯାଦବ ୮ ରନ୍‌ କରି ନଟ୍‌ ଆଉଟ ରହିଛନ୍ତି।

ନ୍ୟୁଜିଲାଣ୍ଡ ପକ୍ଷରୁ ଟି.ବୌଲ୍ଟ ଓ ମିଚେଲ ସନ୍ତନର ୩ଟି ଲେଖାଏଁ ୱିକେଟ ଅକ୍ତିୟାର କରିଛନ୍ତି।

Related story