ଚୂଡ଼ାନ୍ତ ଏକାଦଶରୁ କାହାକୁ ବାଦ ଦେବ ଟିମ୍‌ ଇଣ୍ଡିଆ

ଅହମଦାବାଦ: ପ୍ରଥମ ଟି-୨୦ରେ ବାଂଲାଦେଶ ଠାରୁ ପରାସ୍ତ ହୋଇଥିବା ଟିମ୍‌ ଇଣ୍ଡିଆ ଏବେ ଦ୍ୱିତୀୟ ଟି-୨୦ ପାଇଁ ପ୍ରସ୍ତୁତ ହେଉଛି। ରାଜକୋଟରେ ଆସନ୍ତାକାଲି ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବ ବୋଲି ଖୋଦ୍‌ କାମଚଳା ଅଧିନାୟକ ରୋହିତ ଶର୍ମା ସଙ୍କେତ ଦେଇଛନ୍ତି। ବିଶେଷ କରି ବୋଲିଂ ବାହିନୀରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଯଦି ପରିବର୍ତ୍ତ ହୁଏ, ତା’ହେଲେ ଖଲୀଲ ଅହମ୍ମଦଙ୍କ ବଦଳରେ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିପାରେ। […]

sx

Hemant Lenka
  • Published: Wednesday, 06 November 2019
  • , Updated: 06 November 2019, 07:04 PM IST

ଅହମଦାବାଦ: ପ୍ରଥମ ଟି-୨୦ରେ ବାଂଲାଦେଶ ଠାରୁ ପରାସ୍ତ ହୋଇଥିବା ଟିମ୍‌ ଇଣ୍ଡିଆ ଏବେ ଦ୍ୱିତୀୟ ଟି-୨୦ ପାଇଁ ପ୍ରସ୍ତୁତ ହେଉଛି। ରାଜକୋଟରେ ଆସନ୍ତାକାଲି ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବ ବୋଲି ଖୋଦ୍‌ କାମଚଳା ଅଧିନାୟକ ରୋହିତ ଶର୍ମା ସଙ୍କେତ ଦେଇଛନ୍ତି। ବିଶେଷ କରି ବୋଲିଂ ବାହିନୀରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଯଦି ପରିବର୍ତ୍ତ ହୁଏ, ତା’ହେଲେ ଖଲୀଲ ଅହମ୍ମଦଙ୍କ ବଦଳରେ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିପାରେ।

ସେ କହିଛନ୍ତି, “ମ୍ୟାନେଜମେଣ୍ଟ ପରବର୍ତ୍ତୀ ମ୍ୟାଚ୍‌ରେ ଏକାଧିକ ପରିବର୍ତ୍ତନ କରିପାରେ। ହେଲେ ଏହି ପରିବର୍ତ୍ତନ ପିଚ୍‌କୁ ଦେଖି କରାଯିବ। ଆମ ବ୍ୟାଟିଂ ଭଲ ଥିଲା। ତେଣୁ ସମ୍ଭବତଃ ବ୍ୟାଟିଂରେ କୌଣସି ପରିବର୍ତ୍ତନ ହୋଇ ନପାରେ। ତେବେ ଆମେ ପିଚ୍‌କୁ ସମୀକ୍ଷା କରିବା ପରେ କ’ଣ କରାଯାଇ ପାରିବ, ତା’ର ନିଷ୍ପିତ୍ତି ନେବୁ।

ଦିଲ୍ଲୀ ପିଚ୍‌କୁ ଦେଖି ଆମେ ପେସ୍‌ ବୋଲର ଚୟନ କରିଥିଲୁ। ଏବେ ପିଚ୍‌ ଅନୁସାରେ ଦରକାର ପଡ଼ିଲେ ଆମେ ବୋଲିଂ ବିଭାଗରେ କିଛିଟା ପରିବର୍ତ୍ତନ କରିପାରୁ। ରାଜକୋଟ୍‌ ପିଚ୍‌ ଭଲ ରହିଛି। ଏଠାରେ ଭଲ ରନ୍‌ ହୁଏ। ସମାନ୍ତରଳ ଭାବେ ବୋଲରଙ୍କୁ ମଧ୍ୟ ପିଚ୍‌ କିଛିଟା ସୁହାଇ ଥାଏ। ମୁଁ ଭାବୁଛି ଦିଲ୍ଲୀ ଠାରୁ ନିଶ୍ଚିତ ଭାବେ ଏଠାରେ ଭଲ ପିଚ୍‌ ମିଳିବ। ଆମ ଆଭିମୁଖ୍ୟ ମ୍ୟାଚ୍‌ରେ କ’ଣ ରହିବ, ସେକଥା ମୁଁ କହିବି ନାହିଁ। ହେଲେ ଗତ ମ୍ୟାଚ୍‌ରେ ଆମେ କରିଥିବା ଭୁଲକୁ ନିଶ୍ଚିତ ସୁଧାରିବାକୁ ଚେଷ୍ଟା କରିବୁ।”

ଦିଲ୍ଲୀ ଟି-୨୦ରେ ଟିମ୍‌ ଇଣ୍ଡିଆ ଦୁଇ ଜଣ ଦ୍ରୁତ ବୋଲରଙ୍କ ସମେତ ଶିବମ ଦୁବେଙ୍କୁ ଅଲରାଉଣ୍ଡର ଭାବେ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଥିଲା। ସେହିପରି ସ୍ପିନିଂ ବାହିନୀରେ ଚହଲ, କ୍ରୁନାଲ ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦର ରହିଥିଲେ।

Related story