ଏମାନଙ୍କ ପାଇଁ ନିନ୍ଦିତ ହୋଇଛି ‘କ୍ରିକେଟ୍‌’

ମୁମ୍ବାଇ: ଗ୍ଲାମର ଦୁନିଆ ଭଳି କ୍ରିକେଟ୍‌ ଦୁନିଆରେ ବି ଅନେକ କାହାଣୀ ଏମିତି ରହିଛି ଯାହାକୁ ଶୁଣି ଆପଣ ତାଜୁବ୍‌ ହେବେ।  ଗ୍ଲାମର ଦୁନିଆରେ କାଷ୍ଟିଂ କାଉଚ୍‌, ପ୍ରେମ ପ୍ରତାରଣା ଏକ ସାଧାରଣ କଥା। ହେଲେ କ୍ରୀଡାବିତ୍‌, ବିଶେଷ କରି କ୍ରିକେଟରମାନେ ଯେ, ଏଭଳି କିଛି ଗୁରୁତର କାମ କରୁଥିବେ ହୁଏତ ଆପଣଙ୍କ ବିଶ୍ୱାସ ନ ଥିବ। ହେଲେ ନିକଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାଁରେ ପତ୍ନୀ ହସିନ୍‌ ଜହାନ୍‌ଙ୍କ ନିର୍ଯାତନା ଅଭିଯୋଗ ପରେ […]

criicket

Rakesh Mallick
  • Published: Sunday, 11 March 2018
  • , Updated: 11 March 2018, 04:05 PM IST

ମୁମ୍ବାଇ: ଗ୍ଲାମର ଦୁନିଆ ଭଳି କ୍ରିକେଟ୍‌ ଦୁନିଆରେ ବି ଅନେକ କାହାଣୀ ଏମିତି ରହିଛି ଯାହାକୁ ଶୁଣି ଆପଣ ତାଜୁବ୍‌ ହେବେ।  ଗ୍ଲାମର ଦୁନିଆରେ କାଷ୍ଟିଂ କାଉଚ୍‌, ପ୍ରେମ ପ୍ରତାରଣା ଏକ ସାଧାରଣ କଥା। ହେଲେ କ୍ରୀଡାବିତ୍‌, ବିଶେଷ କରି କ୍ରିକେଟରମାନେ ଯେ, ଏଭଳି କିଛି ଗୁରୁତର କାମ କରୁଥିବେ ହୁଏତ ଆପଣଙ୍କ ବିଶ୍ୱାସ ନ ଥିବ। ହେଲେ ନିକଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାଁରେ ପତ୍ନୀ ହସିନ୍‌ ଜହାନ୍‌ଙ୍କ ନିର୍ଯାତନା ଅଭିଯୋଗ ପରେ କଥାଟାକୁ ଆପଣ ବି ବିଶ୍ୱାସ କରୁଥିବେ ବୋଲି ଆଶା।

ଜାଣିଛନ୍ତି ହସିନ୍‌ଙ୍କ ଭଳି ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ସେ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଏ କଥା ଖୋଦ୍‌ ହସିନ୍‌ ମୁହଁ ଖୋଲିବା ପରେ ଲଜ୍ଜିତ ହୋଇଛି କ୍ରିକଟ ଦୁନିଆ। ହେଲେ ଏମିତି କରିବାରେ ସାମି ଏକା ନୁହଁନ୍ତି, ତାଙ୍କ ପୂର୍ବରୁ ଏମିତି ଅଳିଆରେ ଫସିଥିବା ଅନେକ କ୍ରିକେଟର ଅଛନ୍ତି ଯାହାଙ୍କ ସମ୍ପର୍କରେ ହୁଏତ ଆପଣ ଜାଣି ନ ଥିବେ। ତା ହେଲେ ଆସନ୍ତୁ ଜାଣିବା  ସେମିତି କିଛି କ୍ରିକେଟରଙ୍କ ସମ୍ପର୍କରେ।

ଅମିତ୍‌ ମିଶ୍ରା: ଭାରତୀୟ କ୍ରିକେଟର ଅମିତ୍‌ ମିଶ୍ରାଙ୍କ ଉପରେ ମହିଳାଙ୍କୁ ମାରପିଟ୍‌ ଓ ଗାଳିଗୁଲଜ କରିବାର ଆରୋପ ଲଗାଯାଇଥିଲା। ତାଙ୍କର ଜଣେ ମହିଳା ବନ୍ଧୁ ଏହି ଆରୋପ ଲଗାଇ ବେଙ୍ଗାଲୁର ପୋଲିସ୍ ସମକ୍ଷରେ ତାଙ୍କୁ ହାଜର ହେବାକୁ ବାଧ୍ୟ କରିଥିଲେ।

ସେନ୍‌ ୱାର୍ଣ୍ଣ: ଅଷ୍ଟ୍ରେଲିଆର ଏହି ମହାନ ସ୍ପିନର ଅନେକ ମହିଳାଙ୍କ ସହ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୨୦୦୬ରେ ଜଣେ ନର୍ସ ତାଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିଥିଲେ।

ସଇଦ୍‌ ଆଫ୍ରିଦ: ପାକିସ୍ତାନ ଖେଳାଳି ଆପ୍ରିଦ ତାଙ୍କ ଦୁଇ ସାଥୀ ଖେଳାଳୀଙ୍କ ସହ ଏକ ହୋଟେଲ୍‌ରେ ଝିଅମାନଙ୍କ ସହ ଅସଂଜତ ଅବସ୍ଥାରେ ଧରା ପଡ଼ି ନିନ୍ଦିତ ହୋଇଥିଲେ।

ଅସଦ୍‌ ରଉଫ୍‌: ପାକିସ୍ତାନ ଅମ୍ପାୟର ଅସଦ୍‌ ରଉଫ୍‌ଙ୍କ ଉପରେ ଜଣେ ଭାରତୀୟ ମଡେଲ୍‌ ଲୀନା କପୁର ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଲୀନାଙ୍କ ଅଭିଯୋଗ ଅନୁସାରେ ରଉଫ୍‌ ତାଙ୍କୁ ବାହା ହେବାକୁ କଥା ଦେଇ ଯୌନ ଶୋଷଣ କରିଥିଲେ। ତା’ପରେ ଆଉ ତାଙ୍କୁ ବିବାହ କରି ନ ଥିଲେ। ସେ ସମୟରେ ଦୁହିଁଙ୍କର ଅନେକ ଆପତ୍ତିଜନକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Related story